ଆନ୍ଧ୍ର ସୀମାନ୍ତ ମୋଟୁରୁ ବିଜେଡିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ...
ମାଲକାନଗିରି,୦୯/୧୦ : ରାଜ୍ୟ ସରକାରଙ୍କ ବିରୋଧରେ ଆଜି ଜିଲ୍ଲା ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ସୀମାନ୍ତ ମୋଟୁ ଠାରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀଙ୍କ ନେତୃତ୍ବରେ ଆୟୋଜିତ ଏହି ପଦଯାତ୍ରାରେ ଶତାଧିକ କର୍ମୀ ସାମିଲ ହୋଇଥିଲେ।
Ad..
ବିଜେପି ସରକାରଙ୍କର ଅପାରଗତା ଅଭିଯୋଗ ଆଣି ଏହି ଜନସଂପର୍କ ପଦଯାତ୍ରାରେ ଲୋକଙ୍କୁ ସଚେତନ କରାଇବ ବିଜେଡି। ସ୍ନେହରେ ଲୋକଙ୍କ ସହ ଯୋଡ଼ି ହେବା ଓ ବନ୍ଧୁତ୍ବରେ ବାନ୍ଧି ହେବା ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି।
Ad..
ବିଜେପି ସରକାରଙ୍କର ଅପାରଗତାକୁ ଏକତା ହୋଇ ଲଢେଇ କରିବା ସହ ନାରୀ ନିର୍ଯାତନା, ଛାତ୍ରୀ ଆଜି ଅସୁରକ୍ଷିତ, ପୁଲିସ ଏସଆଇ ପରୀକ୍ଷାରେ ଦୁର୍ନୀତି, ମାଗଣାରେ ୩ ଶହ ୟୁନିଟ ବିଜୁଳି ଦେବା, ଭୋଟ ଚୋର...
Ad..
ଯୋଜନା ଚୋର, ବୃଦ୍ଧଙ୍କୁ ଭତ୍ତା ନମିଳିବା, ଆୟୁଷ୍ମାନ କାର୍ଡରେ ରୋଗୀ ହନ୍ତସନ୍ତ ହେବା ଭଳି ଘଟଣାକୁ ନେଇ ଲୋକଙ୍କୁ ଜନ ସଂପର୍କ ପଦଯାତ୍ରାରେ ସଚେତନ କରାଇବ ବୋଲି ବିଜେଡି କହିଛି।
Ad..
ଜିଲ୍ଲାର ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ। ଆଜି ଜିଲ୍ଲାର ୧ ନମ୍ବର ଜିଲ୍ଲା ପରିଷଦ ଜୋନ ମୋଟୁରୁ ଏହି ପଦଯାତ୍ରାର ଶୁଭାରମ୍ଭ ହେବା ବୋଲି ଜିଲ୍ଲା ସଭାପତି ଶ୍ରୀ ମାଡକାମୀ ପ୍ରକାଶ କରିଛନ୍ତି। ଅକ୍ଟୋବର ୯ ତାରିଖରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ବୋଲି କୁହାଯାଇଛି।
Ad..
ଏହା ଆସନ୍ତା ନଭେମ୍ବର ୯ ତାରିଖରେ ପୌର ପରିଷଦ ମାଲକାନଗିରିରେ ଶେଷ ହେବ ବୋଲି କୁହାଯାଇଛି। ଆଜିକୁ ଦେଢ ବର୍ଷହେଲା ଗାଁ ଗହଳିର ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ। ହିତାଧିକାରୀମାନେ ପେନସନ ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି ହଇରାଣ ହେଲେଣି।
Ad..
ଦିବ୍ୟାଙ୍ଗମାନେ ବି ଆଜି ହନ୍ତସନ୍ତ ହେଲେଣି। ଏହି ଅପାରଗତା ସରକାରଙ୍କର ମୁଖା ଖୋଲାଯିବ ବୋଲି ବିଜେଡି କହିଛି। ଆଜିର ଏହି ପଦଯାତ୍ରାରେ ବିଜେଡିର ଗୋପାଳ ପଣ୍ଡା,ଘନଶ୍ୟାମ ମାଡକାମୀ ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...
Tags:
bjd
jansampark padajatra
latest news
latest update
malkangiri
motu village
odisha daily current affairs
odisha news
start







