ପାରିବାରିକ ସମନ୍ୱୟ ର ଅପୂର୍ବ ସମାହାର ଶକ୍ତି ନଗର ଗଜଲକ୍ଷ୍ମୀ ପୂଜା...

ପାରିବାରିକ ସମନ୍ୱୟ ର ଅପୂର୍ବ ସମାହାର ଶକ୍ତି ନଗର ଗଜଲକ୍ଷ୍ମୀ ପୂଜା...


ବରଗଡ଼,୧୦/୧୦(ବିଜୟ କୁମାର ସାହୁ) : ସ୍ଥାନୀୟ ଶକ୍ତି ନଗର ୱାଡ଼ ନଂ ୧୧ ରେ ଗତ ୬ ତାରିଖ ରୁ ଆଜି ୦୯ ତାରିଖ ପର୍ଯ୍ୟନ୍ତ ଚାରିଦିନ ବ୍ୟାପି ଶକ୍ତି ନଗର ପଡା ବାସୀଙ୍କ ମଧ୍ୟରେ ଏକ ଭାତୃ ପ୍ରେମର ଅପୂର୍ବ ପାରିବାରିକ ସମ୍ପର୍କ ରେ  ଅନୁଷ୍ଠିତ ହୋଇଥିବା ଶକ୍ତି ନଗର ଗଜଲକ୍ଷ୍ମୀ ପୂଜା ଆଜି ସମାହିତ ହୋଇ ଯାଇଅଛି ।

Ad..


ବିଗତ ୨୭ ବର୍ଷ ହେବ ନିରବଚ୍ଛିନ୍ନ ଭାବେ ପାଳିତ ହୋଇ ଆସୁଥିବା ଶକ୍ତି ନଗର ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ଗତ ୦୬ ତାରିଖ ଦିନ ଶତାଧିକ ମହିଳା ଓ ପୁରୁଷଙ୍କ ଦ୍ୱାରା କଳସ ଯାତ୍ରା ଓ ମାଁ ଙ୍କୁ ଆବାହନ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଦ୍ବିତୀୟ ଦିନରେ ମାଁ ଗଜଲକ୍ଷ୍ମୀଙ୍କର ଉପଚାର ପୂଜା, ଲକ୍ଷ୍ମୀ ସହସ୍ରନାମ ଓ ଶ୍ରୀ ସୁକ୍ତ ହୋମ ଅନୁଷ୍ଠିତ ହୋଇଥିଲା । 

Ad..


ସେହିପରି ଗତକାଲି ତୃତୀୟ ଦିବସରେ ମାଁ ଗଜଲକ୍ଷ୍ମୀ ଙ୍କ ଉପଚାର ପୂଜା,ବିଷ୍ଣୁ ସହସ୍ରନାମ ଓ ହୋମ ଯଜ୍ଞ ହୋଇଥିବା ବେଳେ ଆଜି ୯ ତାରିଖ ଗୁରୁବାର ଦିନ ମାଁ ଗଜଲକ୍ଷ୍ମୀଙ୍କର ଉପଚାର ପୂଜା, ଚଣ୍ଡୀ ହୋମ, ଅଷ୍ଟଲକ୍ଷ୍ମୀ ପୂଜା,ପୂର୍ଣାହୁତି , କଳସ ବିସର୍ଜନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Ad..


ମୁଖ୍ୟ କର୍ତ୍ତା ଭାବେ ପ୍ରକାଶ ରଥ ଓ ତାଙ୍କ ଧର୍ମପତ୍ନୀ ମୋନାଲିସା ରଥ କାର୍ଯ୍ୟ ନିର୍ବାହ କରିଥିବା ବେଳେ ପାର୍ଶ୍ଵ କର୍ତ୍ତା ଭାବେ ପର୍ଯ୍ୟାୟ କ୍ରମେ ତୁଳସୀ ଚରଣ ଦାଶ ଓ କମଳା ଦାଶ, ମାନିନୀ ଶତପଥୀ,  ମନୋରଞ୍ଜନ ପୂଜାରୀ ଓ ନିବେଦିତା ପୂଜାରୀ, ଅଚ୍ୟୁତାନନ୍ଦ ମହାପାତ୍ର ଓ  ଯଶଶ୍ବିନୀ ମହାପାତ୍ର... 

Ad..


ଯୁଧିଷ୍ଠିର ଓ କ୍ରିଷ୍ଣା କୁମୋଦିନୀ,ଭୀଷ୍ମଦେବ ସରାଫ ଓ ସଂଘମିତ୍ରା ସରାଫ, ବିଭୂତି ଭୂଷଣ ଦାଶ ଓ ସୁପ୍ରୀଆ ଦାଶ , ଟିଙ୍କୁ ନନ୍ଦ ଓ ସାଗରିକା ନନ୍ଦ , ମାନସ ଚାନ୍ଦ ଓ ରେଣୁକା ଚାନ୍ଦ , ଜିବେଶ ନାଏକ  ଆଦି ପାର୍ଶ୍ବ କର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।

Ad..


ପଣ୍ଡିତ ନରେଶ ମିଶ୍ର, ପଣ୍ଡିତ ଅନନ୍ତ ଶତପଥୀ, ପଣ୍ଡିତ ଆନନ୍ଦ ଷଡ଼ଙ୍ଗୀ, ପଣ୍ଡିତ ବିଶ୍ବନାଥ ଶତପଥୀ ଓ ସହଯୋଗୀ ରାଧେଶ୍ୟାମ ମହାପାତ୍ର ପ୍ରତ୍ୟେକ ଦିନ ଠିକ ସମୟରେ ପହଞ୍ଚି ମନ୍ତ୍ର ଉଚ୍ଚାରଣ ଓ ବିଧିମତେ ପୂଜା କାର୍ଯ୍ୟ ସମାପନ କରୁଥିଲେ। ଏହା ସହିତ ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିଲା।
Ad..


ଅତିଥି ଭାବରେ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ,ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା,  ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ମାଝୀ, ପୌରପରିଷଦ କାର୍ଯ୍ୟନିର୍ବହୀ ଅଧିକାରୀ ଦେବାନନ୍ଦ ସାହୁ, କାଉନସିଲର ଶ୍ରୀମତୀ ସୁନନ୍ଦା ପଣ୍ଡା, ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ବୃନ୍ଦ,ଜିଲ୍ଲା ର ସମସ୍ତ ବିଚାରପତି ସପତ୍ନୀକ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ରେ ଯୋଗଦେଇ ମାଁ ଙ୍କ ଆଶିର୍ବାଦ ପ୍ରାପ୍ତ ହେଇଥିଲେ । 

ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ପ୍ରତିନିଧି, କଂଗ୍ରେସ ର ଟାଣୁଆ ନେତା ବିଧାୟକ ପ୍ରାର୍ଥୀ ନିପନ ଦାଶ, ସୁରେଶ୍ଵର ଶତପଥୀ, ଡାକ୍ତର ଅରୂପା ନନ୍ଦ ସାହୁ, ଅକ୍ରୁର ମଲ୍ଲିକ ଓ ଆହୁରି ଅନେକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । 

ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଟ୍ରାଫିକ କଣ୍ଟ୍ରୋଲ ପାଇଁ ଟାଉନ ଥାନା ଆଇ.ଆଇ.ସି ସୁରେନ୍ଦ୍ର ଛତ୍ରିଆ ଓ ତାଙ୍କ ଟିମ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୋଇ ସୁରୁଖୁରୁରେ ପୂଜାକାର୍ଯ୍ୟ ସମାହିତ ହୋଇଥିଲା । 

ଅନ୍ୟ ପଡାରୁ ଆଗ୍ରହୀ ଶ୍ରଦ୍ଧାଳୁମାନେ ଶକ୍ତି ନଗର ଗଜଲକ୍ଷ୍ମୀ ପୂଜା କୁ ଆସି ସଦସ୍ୟତା ଗ୍ରହଣ କରୁଥିବାରୁ ଦିନକୁଦିନ ଏହି ପୂଜା ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଭାବରେ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି । 

ପ୍ରତ୍ୟେକ ଦିନ ସଂଧ୍ୟା ରେ ପ୍ରସାଦ ବିତରଣ କରାଯାଇଥାଏ ତଥା ଆଜି ଅନ୍ତିମ ଦିବସ ରେ ଛପନ ଭୋଗ କରାଯାଇ ପ୍ରୟ ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁମାନଙ୍କୁ ବିତରଣ କରାଯାଇଥିଲା।

ପୂଜାର ସଫଳ ଆୟୋଜନ ପାଇଁ ଉଦ୍ୟୋକ୍ତା ସତ୍ୟ ନାରାୟଣ ପଣ୍ଡା,ରାକେଶ ନାଏକ,ଟିଙ୍କୁ ନନ୍ଦ, ସଭାପତି ମାନସ ଚାନ୍ଦ, କୋଷାଧ୍ୟକ୍ଷ କ୍ଷୀରେନ୍ଦ୍ର ନାଏକ, ଗୋପାଳ ମେହେର, ଶୁଶାନ୍ତ ତ୍ରିପାଠୀ,ବିକାଶ ମହାପାତ୍ର,ରାଧେଶ୍ୟାମ ନାଏକ, ଆସୁତୋଷ ପ୍ରଧାନ,ଭୁବନ ଭୋଇ,ଅମିୟ ମିଶ୍ର, ମନିଷ ପଟ୍ଟନାୟକ...

ପ୍ରଶନ୍ନ ମିଶ୍ର, ଦୀପକ ଦାଶ , ସଂଜୀବ ଦାଶ(ପପ୍ପୁ),ସତ୍ୟ କର, ବୈକୁଣ୍ଠ ରାଓ ,ଆଦି ଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁଏତେବଡ ଆୟୋଜନ ର ସଫଳ ରୂପାୟନ ହୋଇପାରିଥିବାରୁ ସଂପାଦକ ତୁଳସୀ ଚରଣ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post