ବୁଢାସମ୍ବର ଗଡ଼ଜାତ ର ନିଆରା ପରମ୍ପରା ରଣଜିତା...
ବରଗଡ଼,୦୨/୧୦ (ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ର ବୁଢ଼ାସମ୍ବର ରାଜବାଟୀ ଦୂର୍ଗାପୂଜାର ନିଆରା ପରମ୍ପରା ରହିଛି। ରାଜାରାଜୁଡ଼ା ଅମଳରୁ ବିଧି ଓ ପରମ୍ପରା ଅନୁସାରେ ସ୍ବତନ୍ତ୍ର ଭାବରେ ପାଳନ ହୋଇ ଆସୁଛି ରାଜବାଟୀ ଦଶହରା।
Ad..
ପୁଅ ଜିଉତିଆ ଠାରୁ ଆଶ୍ୱିନ ମାସର କୃଷ୍ଣପକ୍ଷ ସପ୍ତମୀ ତିଥି ରଜା ପଡ଼ାର ଭାଇଜିଉତିଆ ପର୍ଯ୍ୟନ୍ତ ସ୍ବତନ୍ତ୍ର ପରମ୍ପରା ରେ ରାଜବାଟୀ ପରିଷରେ କୁଠି ପୂଜା ଓ ଷଷ୍ଟି ଖଣ୍ଡାଧୂଆ ଠାରୁ ନବମୀ ଓ ବିଜୟା ଦଶମୀ ପର୍ଯ୍ୟନ୍ତ ରାଜବାଟୀ ଦୂର୍ଗାପୂଜା ବିଧି ପରମ୍ପରା ଅନୁଯାୟୀ ପାଳନ ହେଉଛି।
Ad..
ସ୍ବତନ୍ତ୍ର ଭାବରେ ଜମିଦାର ଙ୍କ ବଂଶଧର କେବଳ କର୍ତ୍ତା ଦାୟିତ୍ଵ ତୁଲାଇବା ପରମ୍ପରା ରହିଛି। ରାଜବାଟୀ ର ପାଟଖଣ୍ଡା କୁ ସାର୍ବଜନୀନ ଦୁର୍ଗାପୂଜା ମେଢ଼ ରେ ସାମିଲ କରାଯାଇ ପାଟଖଣ୍ଡା ପୂଜା ସହ ମାଁ ଙ୍କ ପ୍ରତିମା ପୂଜା ବିଧି ସର୍ବସାଧାରଣ ରେ ପାଳନ ହେଉଛି।
Ad..
ଦଶହରା ପାଳନ ର ଶେଷ ପର୍ବ ବିଜୟା ଦଶମୀ କୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିବାର ପରମ୍ପରା ଏବେବି ରହିଛି। ବିଜୟା ଦଶମୀ ଦିନ ରାଜବାଟୀ ର ପାଟଖଣ୍ଡା ଠାକୁରାଣୀଙ୍କର ସହସ୍ରାକୁମ୍ଭାଭିଷେକର ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇ ଷୋଳ ଦିବସୀୟ ଦୁର୍ଗାପୂଜାର ଦୈନଦିନ ପୂଜାବିଧି ସଂପୂର୍ଣ୍ଣ ହୋଇଥାଏ।
Ad..
ଅପରାହ୍ନ ରେ ବିଧି ଅନୁଯାୟୀ ସେ ସମୟର ବୁଢାସମ୍ବର ଜମିଦାର ଓ ତାଙ୍କ ସହକର୍ମୀ ଓ ବଂଶଜ ଙ୍କ ସମରଭ୍ଯାସ ବା ଯୁଦ୍ଧାସ୍ତ୍ର ଗୁଡ଼ିକ ର ଉଚିତ ପରିଚାଳନା ପାଇଁ କରାଯାଉଥିବା ପ୍ରତିଯୋଗିତା ର ପରୀକ୍ଷା ଆରମ୍ଭ ହୋଇଥାଏ।
Ad..
ପୂର୍ବ କାଳରେ ଯେଉଁ ଯୁଦ୍ଧାସ୍ତ୍ର ଦ୍ବାରା ବିଭିନ୍ନ ଯୁଦ୍ଧ ବିଜୟ ହୋଇଥିଲା ତାକୁ ନେଇ ଚାନ୍ଦମାରି ଶୋଭାଯାତ୍ରା ହୋଇଥାଏ। ବିଭିନ୍ନ ବାଦ୍ୟଯନ୍ତ୍ର, ନୃତ୍ୟ , ଗୀତ ର ପଟୁଆର ନେଇ ରାଜପରିବାରର ଜମିଦାର ଏବଂ ତାଙ୍କ ବଂଶଧରମାନେ ଶୋଭାଯାତ୍ରା ରେ ବାହାରିଥାନ୍ତି।
Ad..
ଯାହାକି ଦେଖିବାକୁ ରାଜବାଟୀ ରୁ ଚାନଟିପା ସ୍ଥାନ ପର୍ଯ୍ୟନ୍ତ ଶୋଭାଯାତ୍ରାର ଉଭୟ ପାର୍ଶ୍ବରେ ଲୋକାରଣ୍ୟ ହୋଇଥାଏ । ଚାନ୍ଦଟିପା ସ୍ଥାନ ରେ ଏକ ବୃକ୍ଷ ରେ ମାଁ ଦୂର୍ଗା ଙ୍କ ଦ୍ବାରା ପ୍ରଦତ୍ତ ନଡ଼ିଆ ବନ୍ଦା ଯାଇଥାଏ ଓ ଏହାକୁ ଜମିଦାର ଙ୍କ ପରିବାରବର୍ଗ ଙ୍କ ଦ୍ବାରା ଲକ୍ଷ୍ୟ ଭେଦ କରାଯାଇଥାଏ।
Ad..
ଉକ୍ତ କାର୍ଯ୍ୟକ୍ରମ ଶେଷ ହେଲେ ପୁଣି ପଟୁଆର ରାଜବାଟୀ କୁ ଲେଉଟି ଆସେ । ପ୍ରବଳ ଲୋକାରଣ୍ୟ ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ କୁ ଲୋକ ଦେଖିବା ପାଇଁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥାନ୍ତି। ବୁଢାସମ୍ବର ର ଏହି ସ୍ବତନ୍ତ୍ର ପରମ୍ପରା କୁ ଚାନ୍ଦଟିପା, ଚାନ୍ଦମାରି ବା ରଣଜିତା ବୋଲି କୁହାଯାଇଥାଏ।
Ad..
ରାଜାରାଜୁଡ଼ା ଅମଲର ଏଭଲି ବିଧି ଓ ପରମ୍ପରା ଆଜି ବି ବୁଢାସମ୍ବର ଗଡ଼ଜାତ ର ପଦ୍ମପୁର ରାଜବାଟୀ ରେ ଦେଖିବାକୁ ମିଳୁଛି। ଏହି ପରମ୍ପରା କୁ ଦେଖିବାକୁ ବୁଡାସମ୍ବର ଗଡ଼ଜାତ ଅଂଚଳ ର ଶହଶହ ଗାଁ ରୁ ହଜାର ହଜାର ଜନସାଧାରଣ ଙ୍କ ଭିଡ଼ ହୋଇଥାଏ। ଆଜି ଅପରାହ୍ନ ବିଜୟା ଦଶମୀ ର ଶୁଭ ବେଳାରେ ରାଜବାଟୀ ପରିସରରୁ ଚାନ୍ଦଟିପା ବା ରଣଜିତା ଶୋଭାଯାତ୍ରା ଶୁଭାରମ୍ଭ ହେବ ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
budha sambar
latest news
latest update
odisha daily current affairs
odisha news
tradition









