ଜିଲ୍ଲାସ୍ତରୀୟ ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ...

ଜିଲ୍ଲାସ୍ତରୀୟ ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ...


ବରଗଡ଼,୦୨/୧୦ (ବିଜୟ କୁମାର ସାହୁ ) : ଜାତିରଜନକ ମହାତ୍ମା ଗାନ୍ଧିଜୀଙ୍କ ୧୫୬ତମ ତଥା ଶାନ୍ତି ଦୂତ ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ୧୨୧ତମ ଜୟନ୍ତୀ ସମାରୋହ ବରଗଡ଼ ଜିଲ୍ଲା ସଦର ମହକୁମାଠାରେ ମହାସମାରୋହରେ ପାଳିତ ହୋଇଛି।

Ad..


ସ୍ଥାନୀୟ ଗାନ୍ଧୀଛକ ଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ...

         Ad..


ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ପ୍ରମୁଖ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ସ୍ମୃତିଚାରଣ କରିଥିଲେ।

Ad..


ସକାଳ ୦୪.୦୦ ରୁ ୦୫.୦୦ ଘଟିକା ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ ପରିବେଷଣ କରିବା ପରେ ସକାଳ ୦୬.୩୦ ରୁ ୦୭.୩୦ ଘଟିକା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଭାତ ଫେରି ଆୟୋଜିତ ହୋଇଥିଲା।

Ad..


ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ପଣ୍ଡିତ ଦେବରାଜ ଦାଶ, ଫାଦର୍ ଅନୁରଞ୍ଜନ ଏବଂ ମୌଲବୀ ସାହେବ ଜମିଲ୍ ଅଖତାରଙ୍କ ମାର୍ଗଦର୍ଶନରେ ସର୍ବ ଧର୍ମ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା।

Ad..


ତଥା ଏହି ଅବସରରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

      Ad..



Report : Bijay ku sahu

Edited by k.s thakur...

Post a Comment

Previous Post Next Post