ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରଙ୍କର ବନ୍ଧୁମିଳନ...
ପଦ୍ମପୁର,୦୨/୧୦ (ବିଜୟ କୁମାର ସାହୁ) : ପଦ୍ମପୁର ମହୁଲ ପାଲି ସ୍ଥିତ ବ୍ରଜ ମୋହନ ସାହୁଙ୍କ ଆମ୍ବ ବଣରେ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ୧୯୮୮ ବ୍ୟାଚର ଛାତ୍ର ଓଡିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର...
Ad..
ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଳିଙ୍ଗଙ୍କ ଅଧ୍ୟକ୍ଷତାରେ ୧୯୮୮ ବ୍ୟାଚର ବନ୍ଧୁମିଳନ ଉତ୍ସବ ମହାସମାରୋହରେ ପାରମ୍ପରିକ ଭାବରେ ଅନୁଷ୍ଠିତ ହୋଇଯାଇଛି।
Ad..
ଉକ୍ତ ଉତ୍ସବରେ ୯୫ ଜଣ ଛାତ୍ରଙ୍କ ମଧ୍ୟରୁ ୫୫ ଜଣରୁ ତଦୁର୍ଧ୍ଵ ଛାତ୍ର ଯୋଗ ଦେଇ ଅତୀତର ଛାତ୍ର ଜୀବନର ଅନେକ ସବୁ ଅତୀତର ସୁଖଦ ମୁହୂର୍ତ୍ତକୁ ସ୍ମୃତି ଚାରଣ କରିଥିଲେ।
Ad..
ଆଜି ସୁଦୂର ରାଜଧାନୀ ଭୁବନେଶ୍ୱରରୁ ନିଜେ ମନ୍ତ୍ରୀ, ଫିଟଜିର ପ୍ରଫେସର ପ୍ରଫୁଲ୍ଲ ଦାଶ, କଲିକତାରୁ ଇଞ୍ଜିନିୟର ସଂଜୀବ ପୁରୋହିତ, ବଲାଙ୍ଗୀରରୁ ଉତ୍ତମ ନନ୍ଦ ଜଗନ୍ନାଥ ଦୀପ, ସୁରେଶ ସାହୁ,ସମ୍ବଲପୁର ରୁ ଇନ୍ଦ୍ରମଣି ପୁରୋହିତ ଏମିତିକି ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ...
Ad..
ସାଙ୍ଗ ସାଥୀ ଯୋଗ ଦେଇଥିଲେ ଓ ସ୍ଥାନୀୟ ଛାତ୍ର ଦିଲ୍ଲୀପ ବାରିକ, ହରିହର ପଟ୍ଟନାୟକ, ଅଭୟ ନାୟକ, ରଘୁନାଥ ପୁରୀ, ବ୍ରଜ ମୋହନ ସାହୁ, ସରୋଜ ମେହେର, ସରୋଜ ପ୍ରସାଦ ଷଡ଼ଙ୍ଗୀ, ଅଶୋକ ବହିଦାର, ଗୋପାଳ ପଣ୍ଡା, ନିରୋଜ ସିଂହା, ଭୋପାଲ ଦାସ, ଶିଶୁପାଳ ଦାସ,ଡାକ୍ତର ସୁଦୀପ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
Ad..
୧୯୮୮ ବ୍ୟାଚକୁ ନେଇ ଗଠନ କରାଯାଇଥିବା "ପ୍ରୟାସ' ନାମକ ଏକ NGO ର ଆୟ, ବ୍ୟୟ ଓ ବିଭିନ୍ନ କାର୍ଯ୍ୟ ଉପରେ ସଭାପତି ପ୍ରକାଶ ମେହେର ବିସ୍ତୃତ ତଥ୍ୟ ରଖିଥିଲେ।
Ad..
୦୨/୧୦/୨୫ ଗୁରୁବାର ଦିନ ସ୍ଥାନୀୟ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟ ରେ ବିଗତ ବର୍ଷ ଭଳି ନବଜାତ ଶିଶୁ କନ୍ୟାଙ୍କୁ ସମ୍ବର୍ଦ୍ଧିତ କରି ନାରୀ ଜନନୀ, ଜାୟା, ଭଗ୍ନୀ ନାରୀ ଶକ୍ତି ସ୍ୱରୂପା ସୃଷ୍ଟିର ଅମୁଲ୍ୟ ବରଦାନ ଏହି ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ପ୍ରଦାନ କରି ପ୍ରସ୍ତାବ ଆଣିଥିଲେ।
Ad..
ସର୍ବସମ୍ମତ ଭାବେ ପ୍ରସ୍ତାବ ଗୃହୀତ ହେଲା ଗୁରୁବାର ଶିଶୁ କନ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯିବ। ସହ ସମ୍ପାଦକ ସୁମନ୍ତ ସାହୁ ପ୍ରୟାସର ବିବରଣୀ ପଠନ କରିଥିଲେ।
Ad..
ରାଜେଶ ଗୁର୍ଲ୍ଲା ତାଙ୍କ କଣ୍ଠରୁ ସଂଗୀତ ପରିବେଷଣ କରିଥିଲେ। ପରିଶେଷରେ ହରିହର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...
Tags:
1988 batch
bandhu Milan
Bargarh
bargarh news
latest news
latest update
odisha daily current affairs
odisha news
padamapur









