ବାଙ୍ଗାଲୋରରେ ରାମଲୀଳା ଅନୁଷ୍ଠିତ ;ଶ୍ରୀ ରାମଙ୍କ ଜନ୍ମ ରୁ ସୀତା ଙ୍କ ଭୂ ଲୋକକୁ ଗମନ ପର୍ୟ୍ୟନ୍ତ ନବାଗତ କଳାକାର ମାନଙ୍କ ଦ୍ବାରା ଅଭିନୟ...
ବରଗଡ଼/ ବାଙ୍ଗାଲୋର,୦୨/୧୦ (ବିଜୟ କୁମାର ସାହୁ) : ବାଙ୍ଗାଲୋର ୟଲଙ୍କା- ଚୋଖନହଲ୍ଲି ଅଞ୍ଚଳ ରେ ଥିବା ପ୍ରୋଭିଡେଣ୍ଟ ହାରମୋନି ଠାରେ ରାମଲୀଳା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି ।
Ad..
ଏଥିରେ ଅଣ କୁଶଳୀ କଳାକାର ମାନେ ଗତ ତିନି ମାସ ହେବ ବିଭିନ୍ନ ଭୂମିକାରେ ଅଭିନୟ ଶିକ୍ଷା କରି ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଠାରୁ ବନବାସ,ଭରତ ଙ୍କ ରାଜ୍ୟାଭିଷେକ, ଶ୍ରୀରାମ ଙ୍କ କଠଉକୁ ଭରତ ମୁଣ୍ଡ ରେ ବୋହି ସିଂହାସନରେ ଅଭିଷିକ୍ତ କରାଇବା...
Ad..
ରାବଣ ସୀତାଙ୍କୁ ହରଣ କରିବା,ରାମ - ରାବଣ ଯୁଦ୍ଧ, ସୀତାଙ୍କ ଅଗ୍ନି ପରୀକ୍ଷା, ଲବକୁଶ ଜନ୍ମ, ଶେଷରେ ସୀତା ଙ୍କ ଭୂଲୋକ କୁ ପ୍ରବେଶ ଆଦି ଅଭିନୟ ନବାଗତ କଳାକାର ମାନଙ୍କ ଦ୍ବାରା ଖୁବ ଉଚ୍ଚ କୋଟୀର ହୋଇଥିଲା ।
Ad..
ହଜାର ହଜାର ଦର୍ଶକମାନଙ୍କୁ ନବାଗତ କଳାକାର ମାନଙ୍କ ଅଭିନୟ ବେଶ ମନକୁ ଛୁଇଁଥିଲା । ଲଗାତାର ଚତୁର୍ଥ ବର୍ଷ ହେବ ଏହି କାର୍ଯ୍ୟକ୍ରମ ଏହିଠାରେ ଅନୁଷ୍ଠିତ ହୋଇ ଭାଇ ଚାରାର ନିଦର୍ଶନ ସୃଷ୍ଟି କରୁଥିବା ସ୍ଥାନୀୟ ଦର୍ଶକ ମାନଙ୍କ ଠାରୁ ପ୍ରକାଶ ।
Ad..
Report : Bijay ku sahu
Edited by k.s thakur...
Tags:
Bangalore
Bargarh
bargarh news
latest news
latest update
odisha daily current affairs
odisha news
Ram Lila





