ବରଗଡ ସାଂସଦ ଙ୍କ ପଦ୍ମପୁର ଗସ୍ତ ରାଜବାଟୀ ଦୁର୍ଗା ପେଣ୍ଡାଲ ଦର୍ଶନ...
ବରଗଡ,୦୧/୧୦ (ବିଜୟ କୁମାର ସାହୁ) : ନବମୀ ତିଥିରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ବୁଢାସମ୍ବର ପଦ୍ମପୁର ରାଜବାଟି ପରିସରରେ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗାପୂଜା ରେ ଯୋଗଦାନ ଦେଇ ମାଁ ଦୂର୍ଗା ଙ୍କ ଦର୍ଶନ ଲାଭ କରିଛନ୍ତି।
Ad..
ନବମୀ ଅପରାହ୍ନ ରେ ତାଙ୍କ ବ୍ୟସ୍ତତା ଜୀବନ ଭିତରୁ ଅତି କଷ୍ଟରେ କିଛି ସମୟ ବାହାର କରି ପଦ୍ମପୁର ଦୂର୍ଗାପୂଜା ପେଣ୍ଡାଲ ରେ ପହଞ୍ଚିଛନ୍ତି।
Ad..
ଏହି ଅବସରରେ ସାର୍ବଜନୀନ ଦୁର୍ଗାପୂଜା କମିଟି ର ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ଯୁଗଲ କିଶୋର ସାହୁ, କୋଷଧକ୍ଷ୍ୟ ଯୋଗେଶ ସାହୁ, ସହ କୋଷାଧକ୍ଷ୍ୟ ଶ୍ୟାମଳ କୁମାର ଦାଶ ସ୍ୱାଗତ ଜଣାଇଥିଲେ।
Ad..
ପଣ୍ଡିତ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ମାଁ ଙ୍କ ଠାରେ ପୂଜାର୍ଚନା କରି ଆଶୀର୍ବାଦ ପ୍ରଦାନ କରାଇଥିଲେ । ସାଂସଦ ବୁଢାସମ୍ବର ଅଂଚଳ ଜନସାଧାରଣ ମଙ୍ଗଳ କାମନା କରିବା ସହ ମାଁ ଦୁର୍ଗାଙ୍କ ଦର୍ଶନ ଲାଭ କରି ଆଶୀର୍ବାଦ ଭିକ୍ଷା କରିଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
Bargarh
Bargarh mp
darshan
Durga Puja
latest news
latest update
mp pradeep purohit
odisha daily current affairs
odisha news
padamapur





