ଡୁମ୍ବେରବାହାଲରେ ଷୋହଳ କୋଠୀ ଓ ଡାଲଖାଇ ପୂଜା...

ଡୁମ୍ବେରବାହାଲରେ ଷୋହଳ କୋଠୀ ଓ ଡାଲଖାଇ ପୂଜା...


ପାଇକମାଳ,୦୧/୧୦ (ବିଜୟ କୁମାର ସାହୁ) : ପଶ୍ଚିମ ଓଡ଼ିଶାର ଲୋପ ପାଉଯାଉଥିବା ଲୋକ ସଂସ୍କୃତି ପରମ୍ପରା ଓ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ପାଇକମାଳ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ଗାଁର ଗୌଡ ପଡ଼ାରେ ଷୋହଳ କୋଠୀ ଓ ଡାଲଖାଇ ପୂଜା ତିନି ଦିନ ପାଳିତ ହୋଇଯାଇଛି। 

Ad..


ଗ୍ରାମର ଅଙ୍ଗାରବତୀ ବାଗ,ବୀଣା ବାଗ, ପ୍ରମିଳା ବାଗ, ପାରିଜାତ ବାଗ, ସରସ୍ଵତୀ ବାଗ,ଗୋମତୀ ହଂସ, ଯମୁନା ବରିହା,ଦୃପଦୀ ନେତାମ,ସକୁନ୍ତଳା ଏଣ୍ଡଜା...

        Ad..


ପୂର୍ଣ୍ଣାମା ବରିହା, ତିଳୋତ୍ତମା ହଂସ ପ୍ରମୁଖ ତତ୍ତ୍ୱାବଧାନରେ ୭ ଜଣ କୁଆଁରୀ କନ୍ୟା ତିନିଦିନ ଉପବାସ କରି ପୂଜା ଅର୍ଚ୍ଚନା କରି ଷୋହଳ ଦେବାଦେବୀ ଓ ଗ୍ରାମ ଦେବତାଙ୍କୁ ପୂଜା କରିଥିଲେ। 

Ad..


ଏହି ପୂଜା ଅବସରରେ ଧୂମକେଳ ଓ ପଞ୍ଚବାଦ୍ୟରେ ପୂଜାସ୍ଥଳୀ ପ୍ରକମ୍ପିତ ହୋଇ ଉଠିଥିଲ । ଢୋଲ ମହୁରୀ ତାଲେ ତାଲେ ଉପାସୀମାନେ ଡାଲଖାଇ ନୃତ୍ୟ ପରିବେଷଣ କରି ଗାଁ ପରିକ୍ରମା କରିଥିଲେ।‌

Ad..


ଏଥିରେ ପିଙ୍କୁ ବାଗ,କୁମର ହଂସ,କ୍ଷିତ ହଂସ, ବେଦବ୍ୟାସ ହଂସ,କେଶବ ବାଗ, ଚତୁର୍ଭୁଜ ନେତାମ,ସୁଦାମ କନ୍ଧେର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post