ଅଚିନ୍ହା ଶବ ସତ୍କାର କଲା ସଂକଳ୍ପ ପରିବାର...

ଅଚିନ୍ହା ଶବ ସତ୍କାର କଲା ସଂକଳ୍ପ ପରିବାର...


ବରଗଡ଼,୩୦/୦୯ (ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରୁ ହସ୍ତଗତ ହୋଇଥିବା ଜଣେ ଅଚିନ୍ହା ବୃଦ୍ଧାଙ୍କ ମୃତ ଦେହ ସତ୍କାର କଲା ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର । 

Ad..


ଚଳିତମାସ 25 ତାରିଖରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ  ଡାକ୍ତର ଅବଦୁତ ପଧାନଙ୍କ ପାଖରୁ ସୂଚନା ପାଇବା ପରେ ବରଗଡ଼ ଟାଉନ ଥାନା ପୋଲିସ ପହଁଞ୍ଚି ଶବ ଜବତ କରିବା ସହିତ 41/25ରେ ବରଗଡ଼ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲା। 

         Ad..


ଆଜି ମଙ୍ଗଳବାର ଘଟଣାକୁ 96 ଘଣ୍ଟା ବିତିଯାଇଥିଲେ ସୁଦ୍ଧା ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ନମିଳିବାରୁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଈଁ ବରଗଡ଼ ପୋଲିସ ଯୋଗାଯୋଗ କରିଥିଲେ। 

Ad..


ଖବର ପାଇବା ପରେ ସଂକଳ୍ପ ପରିବାର ସଭାପତି ବିକାଶ ଅଗ୍ରୱାଲ, ସୁରେନ୍ଦ୍ର ଭୁଏ, ଲୋକନାଥ ମେହେର, ଦେବେନ୍ଦ୍ର ଭୁଏ, ଶେଷଦେବ ପଧାନ, ଅନନ୍ତ ପଧାନ ଅକ୍ଷୟ ମିଶ୍ର ପ୍ରମୁଖ ପହଁଞ୍ଚି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା...

Ad..


ବରଗଡ଼ ଡେପୁଟି କଲେକ୍ଟର ଅର୍ପିତା ମିଶ୍ର ଓ ଟାଉନ ଥାନା ଏଏସଆଇ ଅଶୁରଞ୍ଜନ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଶବ ସତ୍କାର କରିଥିଲେ। ସଂକଳ୍ପ ପରିବାର ଜାତି,ଧର୍ମ, ବର୍ଣ ନିର୍ବିଶେଷରେ...

Ad..


ନିସ୍ଵାର୍ଥପର ଭାବରେ ଦୀର୍ଘ ବର୍ଷ ଧରି କରିଆସୁଥିବା ଏତାଦୃଶ୍ୟ ସାମାଜିକ କାର୍ଯ୍ୟକଳାପ ବିଷୟରେ ଜାଣି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ଶ୍ରୀମତୀ ମିଶ୍ର ପ୍ରଶଂସା କରିଥିଲେ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post