ଉମା ମାହେଶ୍ୱରୀ ଙ୍କ ଅଷ୍ଟମୀ ନବମୀ ଓ ସନ୍ଧିପୂଜା ଅନୁଷ୍ଠିତ...
ବରଗଡ଼/ଅତାବିରା,୩୦/୦୯ (ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ସୋମବାର ଓ ମଙ୍ଗଳବାର ଦିନ ମାଁ ମାହେଶ୍ୱରୀଙ୍କର ମହାଷ୍ଟମୀ, ମହାନବମୀ ଓ ସନ୍ଧିପୂଜା ଅନୁଷ୍ଠିତ ହୋଇଯାଇଅଛି।
Ad..
ସନ୍ତୋଷ ମହାକୁର ପୂଜାର୍ଚ୍ଚନା କରିଥିବା ବେଲେ ମାଙ୍କ ଶାଳକା ବାଡି଼କୁ ଛତ୍ର, ବଇରଗ, ଚାମର ସହ ପୁଷ୍କରିଣୀକୁ ସ୍ନାନ ଯାତ୍ରା ପାଇଁ ନିଆଯାଇଥିଲା। ଘାଟରେ ପୂଜା ସରିବା ପରେ ଶାଳକା ବାଡି଼କୁ ଗାଁ ପରିକ୍ରମା କରାଯାଇ ଗାଁର ପ୍ରତ୍ୟେକ ଘରେ ମା ପୂଜା ପାଇଥିଲେ।
Ad..
ଦଶହରା ମାସରେ ବର୍ଷକ ଥରେ ମା ପ୍ରତ୍ୟେକ ଘରକୁ ଯାଇ ପୂଜା ପାଉଥିବାରୁ ଗାଁର ପ୍ରତ୍ୟେକପରିବାର ଆଦର ସେବା ଓ ସମ୍ମାନ ସହ ଭକ୍ତିମୟ ପରିବେଶରେ ମାଙ୍କୁ ପୂଜାକରି ଆଶୀର୍ବାଦ ଲାଭ କରିଥିଲେ।
Ad..
ମଙ୍ଗଳବାର ଦିନ ଶାଳକା ବାଡି଼କୁ ପ୍ରତିଷ୍ଠା କରାଯାଇ ମା ମାହେଶ୍ୱରୀଙ୍କର ମହାନାବମୀ ଓ ସନ୍ଧିପୂଜା କରାଯାଇଥିଲା। ପଣ୍ଡିତ ଦୈତାରୀ ପୂଜାରୀ ଚଣ୍ଡୀହୋମ କରିଥିଲେ। ଶଶିଭୂଷଣ ଶତପଥି ମାଙ୍କ ନବାନ୍ନ ଭୋଗଲାଗି କରିବା ପରେ ଡୁମାଲ ଜାତିର ସମସ୍ତ ପରିବାର ନୂଆଖାଇ ଥିଲେ।
Ad..
ମକରଧ୍ଵଜ କର୍ମୀ ଓ ସ୍ୱାଧୀନ ପାତ୍ରଙ୍କୁ ମାଙ୍କର ବରୁଆ ଆସିଥିଲେ। ଦୁର୍ଗା ପ୍ରଧାନ, ଭବାନୀ ପ୍ରଧାନ, ଜୟନ୍ତ କର୍ଣ୍ଣ, ସନ୍ତୋଷ ଥାଟି,ଚମ୍ପେଶ୍ଵର ମହାକୁର, ଶ୍ରୀଧର ନାଏକ,ସୁନ୍ଦର ପ୍ରଧାନ, ଗଙ୍ଗାଧର ପର୍ଡିଆ,ପ୍ରସନ୍ନ ପ୍ରଧାନ, ଗଜରାଜ ପ୍ରଧାନ,ଭାଗିରଥି ପ୍ରଧାନ ଓ ବଂଶୀଧର ସେଠ ସେବାୟତ ଦାୟିତ୍ୱ ତୁଲାଇଥିଲେ।
Ad..
କାର୍ଯ୍ୟକ୍ରମରେ ଡୁମାଲ ପରିଷଦର ରାଜ୍ୟ ସଭାପତି ଦୟାସାଗର ମେଣ୍ଡିଲି, ବରଗଡ଼ ଜିଲ୍ଲା ସଭାପତି ଗଣେଶ ପ୍ରଧାନ, ଚାରପାଲି କେନ୍ଦ୍ର ସଭାପତି ଧ୍ରୁବ ଚରଣ ପ୍ରଧାନ,ଗମ୍ଭାରୀପାଲି ଓ ଚାରପାଲି କେନ୍ଦ୍ର ଅନ୍ତର୍ଗତଆଞ୍ଚଳିକ ଉମା ମାହେଶ୍ୱରୀ ର ୪୨ଖଣ୍ଡ ଗାଁର ସମସ୍ତ ଡୁମାଲ ଜାତିଭାଇ ଉପସ୍ଥିତ ରହି ମାଁ ମାହେଶ୍ୱରୀଙ୍କର ଆଶୀର୍ବାଦ ଲାଭ କରିଥିଲେ।
Ad..
ଏଥିରେ ମନ୍ଦିର କମିଟିର ସୁଶୀଲ ପ୍ରଧାନ,ରମେଶ ପର୍ଡିଆ,ଲକ୍ଷ୍ମଣ ପ୍ରଧାନ, କୈବଲ୍ୟ ପ୍ରଧାନ, ଗୋପାଳ ପ୍ରଧାନ,ପ୍ରତୁଲ କୁମାର କର୍ଣ୍ଣ, ସୁନୀଲ ପ୍ରଧାନ, ପ୍ରମୋଦ କର୍ଣ୍ଣ, ନନ୍ଦକାହ୍ନା ମହାକୁର,ବିଜୁ କର୍ମୀ, ସୁଶାନ୍ତ ପ୍ରଧାନ, ଦେବାଶିଷ ପ୍ରଧାନ, ସୁଦାମ ସେଠ...
ମାଁ ମାହେଶ୍ୱରୀ ସେନାର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ।ମନ୍ଦିର ପ୍ରାଙ୍ଗଣରେ ସୋମବାର ରାତିରେ ସରକଣ୍ଡା, ବରଗଡର ମା ପାର୍ବତୀ ଗଣନାଟ୍ୟ ପରିବେଷଣ କରାଯାଇଥିଲା।
Report : Bijay ku sahu
Edited by k.s thakur...
Tags:
atabira
Bargarh
bargarh news
latest news
latest update
odisha daily current affairs
odisha news
uma maheswari Puja







