"ନିଜ ମାଟି ମା ର କଳା ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ତିହାର ଲୋକ ମହୋତ୍ସବ ର ଅବଦାନ ଅନସ୍ଵିକାର୍ଯ୍ୟ"...

"ନିଜ ମାଟି ମା ର କଳା ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ତିହାର ଲୋକ ମହୋତ୍ସବ ର ଅବଦାନ ଅନସ୍ଵିକାର୍ଯ୍ୟ"...


( ୧୫ ତମ ତିହାର ଲୋକ ମହୋତ୍ସବ ଉଦଘାଟିତ )

ବରଗଡ଼,୩୦/୦୯ (ବିଜୟ କୁମାର ସାହୁ): ପଶ୍ଚିମ ଓଡ଼ିଶା ର ଲୋକ କଳା, ଲୋକ ସଂସ୍କୃତି ଓ ପରମ୍ପରା ମହାନ୍ ହୋଇଥିବା ବେଳେ "ନିଜ ମାଟି ମା ର କଳା ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ତିହାର ଲୋକ ମହୋତ୍ସବ ର ଅବଦାନ ଅନସ୍ଵିକାର୍ଯ୍ୟ" ବୋଲି ଆଜି ୧୫ ତମ ତିହାର ଲୋକ ମହୋତ୍ସବ ଉଦଘାଟନ ଅବସରରେ କହିଛନ୍ତି ଅତିଥି ବକ୍ତାମାନେ। 

Ad..


ତିହାର ଲୋକ ମହୋତ୍ସବ ସମିତି ର ସଭାପତି ତଥା ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଙ୍କ ସଭାପତିତ୍ବ ଓ ସଂଯୋଜକ ରବି ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବ ରେ...

        Ad..


ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆମ ଅଞ୍ଚଳ ର ନୃତ୍ୟ ଗୀତ ର ଏକ ଅଦ୍ଭୁତ ମହକ ରହିଛି ତଥା ସହ ଧନୁ ଓ ଧାନ ର ବରଗଡ଼ ଜିଲ୍ଲା ଏକ ସ୍ଵୟଂ ସମ୍ପୂର୍ଣ୍ଣ ଜିଲ୍ଲା ଅଟେ ବୋଲି କହିଥିଲେ ।

Ad..


ମହୋତ୍ସବ ସମିତି ସଭାପତି ଶ୍ରୀ ମହାନନ୍ଦ ଅନେକ ବାଧାବିଘ୍ନ , ସୁବିଧା ଅସୁବିଧା କୁ ତାଳ ଦେଇ ଏହି ମହୋତ୍ସବ ଜନ ସାଧାରଣ ଙ୍କ ଆଶା ଓ ଆଶୀର୍ବାଦ ରୁ ଆଜି ୧୫ ବର୍ଷ ରେ ପଦାର୍ପଣ କରିପାରିଛି ଏବଂ ଏହି ଯାତ୍ରା ଆଗକୁ ଜାରି ରହିଥିବ। ଆଗାମୀ ବର୍ଷ ଏଠାରେ ଏକ ସ୍ଥାୟୀ ମଞ୍ଚ ର ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ। 

Ad..


ଏହି ଅବସରରେ ପୂଜ୍ୟପୂଜା କ୍ରମରେ ଯୁବ ନାଟ୍ୟକାର , ଅଭିନେତା ଦିଲୀପ ବେହେରା ଙ୍କୁ ନାଟକ ରଚନା , ନିର୍ଦ୍ଦେଶନା ଓ ଅଭିନୟ ସକାଶେ ସ୍ବର୍ଗତ ରାଜେନ୍ଦ୍ର ସାହୁ ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । 

Ad..


ସ୍ଥାନୀୟ ପ୍ରତିଭା ଙ୍କୁ ସମ୍ବର୍ଦ୍ଧନା କ୍ରମରେ ଢୋଲ ବଜାଉ ଥିବା ବାଦ୍ୟକାର କଷ୍ଟି ସିକା,  ମହୁରିଆ ଗୋବର୍ଦ୍ଧନ ମହାନନ୍ଦ ଓ ବରିଷ୍ଠ କରମ୍ସାନି କଳାକାର କିଶୋର ଚନ୍ଦ୍ର ଭୁଏ ଙ୍କୁ ମଧ୍ୟ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। 

Ad..


ଆଜି ପ୍ରଥମ ଦିନ କାର୍ଯ୍ୟକ୍ରମ ରେ ପ୍ରଥମ ପର୍ଯ୍ୟାୟ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ସିଂହପାଲି ୟୁପି ସ୍କୁଲ ର ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କ୍ରମରେ ଅତାବିରା ଓ ବରଗଡ଼ ଜିଲ୍ଲା ବିଷୟରେ ଜଡ଼ିତ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ଓ କୃତି ପ୍ରତିଯୋଗୀ ଙ୍କୁ ମେଡାଲ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । 

ଆଜି ସଭା ପରେ ଲୋକ ମହୋତ୍ସବ ତିହାର ଅବସରରେ କଟକ ନଟରାଜ କଳା ପରିଷଦ , ମୟୂରଭଞ୍ଜ ନିଚୁଆପଦା ର ଛଉ ନୃତ୍ୟ, ଅତାବିରା ତିହାର କଳା ପରିଷଦ, ସମ୍ବଲପୁର ଟ୍ରାଇବାଲ ଏଣ୍ଡ ଫୋକ ଆର୍ଟ ସେଣ୍ଟର ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post