ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା ରେ ଆକର୍ଷଣ ପାଲଟିଛି କଳାକୁଞ୍ଜ...

ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା ରେ ଆକର୍ଷଣ ପାଲଟିଛି କଳାକୁଞ୍ଜ...


ବରଗଡ଼,୦୧/୧୦ (ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା ରେ ଏଥର କଳାକୁଞ୍ଜ ଦେଖିବାକୁ ଭିଡ଼ ଜମୁଛି। ଭେଉରିଆଛକ ସ୍ଥିତ ଟାଉନ୍ କ୍ଲବ ପଡ଼ିଆରେ ମନୋରଞ୍ଜନ ଓ ଶିକ୍ଷଣିୟ କଳାକଞ୍ଜ ମୁଖ୍ୟ ଆକର୍ଷଣ ପାଲଟୁଛି। 

Ad..


ଅଷ୍ଟମୀ ତିଥୀ ଦିନ ଲୋକମାନେ ମାଁ  ଦୂର୍ଗା ଙ୍କ ମେଢ଼ ଦର୍ଶନ କରିବା ସହ କଳାକୁଞ୍ଜ ଦେଖିଥିଲେ। ଏହା ପୈରାଣିକ କଥାବସ୍ତୁ, ଶିକ୍ଷା, ସଂସ୍କାର ସହ ସଂସ୍କୃତି ଓ ନିତିଦିନିଆ ଚଳଣିକୁ ନେଇ ମଣିଷ ସମାଜକୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ...

       Ad..


କଳାକୁଞ୍ଜ ମନୋରଞ୍ଜନ ପ୍ରଦର୍ଶନ ହେଉଛି ବୋଲି ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି ପ୍ରତାପ ମିଶ୍ର ପ୍ରକାଶ କରିଛନ୍ତି। ଷଷ୍ଠୀ ଦିନ ଠାରୁ ଦଶମୀ ଦିନ ପର୍ଯ୍ୟନ୍ତ ଏହି କଳାକୁଞ୍ଜ ଟାଉନ୍ କ୍ଲବ ପଡ଼ିଆରେ ଚାଲିବ।

Ad..


ନବମୀ ଓ ଦଶମୀ ଦିନ ରାଜବାଟୀ ଠାରେ ରାବଣ ଦରବାର , ନାଟକ, ଦଣ୍ଡ ନୃତ୍ୟ, କୃଷ୍ଣ ଗୁରୁ , ଆର୍କିଷ୍ଠା, ମିନା ବଜାର ପ୍ରଭୃତି ମନୋରଞ୍ଜନ କାର୍ଯ୍ୟକ୍ରମ ସହ ଟାଉନ୍ କ୍ଲବ ପରିସର ପଡ଼ିଆରେ ଏହି କଳାକୁଞ୍ଜ କାର୍ଯ୍ୟକ୍ରମ ଚାଲିଛି।

Ad..


ଏହି କାର୍ଯ୍ୟକ୍ରମ ପରିଚାଳନା ରେ କମିଟି ର ସଦସ୍ୟ ମାନେ ସହଯୋଗ କରୁଥିବା ଓ ଏହା ମୁଖ୍ୟ କରି ଶିଶୁ ମାନଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି ବୋଲି ସାର୍ବଜନୀନ ଦୁର୍ଗାପୂଜା କମିଟି ର କାର୍ଯକାରୀ ସଦସ୍ୟ ତଥା ସମାଜସେବୀ ଦିନେଶ ବାରିକ କହିଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post