ପଦ୍ମପୁର ବରିଷ୍ଠ ନାଗରିକ ସଂଘ ତରଫରୁ ଆନ୍ତର୍ଜାତିକ ବୟସ୍କ ନାଗରିକ ଦିବସ ପାଳିତ...

ପଦ୍ମପୁର ବରିଷ୍ଠ ନାଗରିକ ସଂଘ ତରଫରୁ ଆନ୍ତର୍ଜାତିକ ବୟସ୍କ ନାଗରିକ ଦିବସ ପାଳିତ...


ପଦ୍ମପୁର,୦୧/୧୦ (ବିଜୟ କୁମାର ସାହୁ) : ପଦ୍ମପୁର ବରିଷ୍ଠ ନାଗରିକ ସଂଘ ତରଫରୁ ଆନ୍ତର୍ଜାତିକ ବୟସ୍କ ନାଗରିକ ଦିବସ ଶିଶୁ ଉଦ୍ୟାନ ପରିସର ମଧ୍ଯ ରେ ଥିବା ସଂଘ ର କାର୍ଯାଳୟ ମଧ୍ଯ ରେ ସଭାପତି ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀଙ୍କ ଅଧକ୍ଷତାରେ ପାଳିତ ହୋଇ ଯାଇଛି।

Ad..



ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ମୂଖ୍ଯ ବକ୍ତା ଭାବେ ବରିଷ୍ଠ ନାଗରିକ ଡ: ବାଞ୍ଛାନିଧି ପଣ୍ଡା ଯୋଗ ଦାନ କରି ବରିଷ୍ଠ ନାଗରିକ ମାନଙ୍କ ସମାଜ ପ୍ରତି ଅବଦାନ, ସେମାନକଂ ସୁରକ୍ଷା ଏବଂ ଅନ୍ଯାନ୍ଯ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

Ad..


ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ଗୌନ୍ତିଆ କୁମାର ସାହୁ ଏବଂ ପୁରନ୍ଦର ଦୋରା ଯୋଗଦାନ କରି ବୟସ୍କ ନାଗରିକ ଦିବସ ଉପରେ ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। 

Ad..


ସଭା ପ୍ରାରମ୍ଭ ରେ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ପାଣିଗାହୀ ଉପସ୍ଥିତ ଅତିଥି ଏବଂ ସଦସ୍ଯ ମାନଙ୍କୁ ସ୍ଵାଗତ ଜଣାଇବା ସହିତ ବୟସ୍କ ନାଗରିକ ଦିବସ ର ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ। 

Ad..


ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ବରିଷ୍ଠ  ସଂଘ କୁ ଆଗେଇ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। 

Ad..


ସଭା ଶେଷରେ ସଂଘ ର ସଦସ୍ଯ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ସଂଘ ର ସଦସ୍ଯ ବୃନ୍ଦ ଯୋଗଦାନ କରି ସହଯୋଗ କରିଥିଲେ।

    Ad..




Report : Bijay ku sahu

Edited by k.s thakur...

Post a Comment

Previous Post Next Post