ବରିଷ୍ଠ ବିଜେପି ନେତା ଶିବାଜୀ ମହାନ୍ତି ଙ୍କୁ ରାଜ୍ୟ ଉପ ସଭାପତି ଦାୟିତ୍ଵ...
କଣ୍ଟାବାଞ୍ଜି,୧୭/୧୦ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଜେପି ବରିଷ୍ଠ ନେତା ଶିବାଜୀ ମହାନ୍ତି ଙ୍କୁ ଆଜି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ଉପ ସଭାପତି ଦାୟିତ୍ୱ ପ୍ରଦାନ କରିଛନ୍ତି।
Ad..
ତାଙ୍କ ସହିତ ମୋଟ ୧୦ ଜଣଙ୍କୁ ରାଜ୍ୟ ଉପ ସଭାପତି ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ତେବେ ଶିବାଜୀ ମହାନ୍ତି ଙ୍କ ରାଜନୈତିକ ଜୀବନ କୁ ଯଦି ଦେଖିବା ତ୍ ତାଙ୍କ ରାଜନୈତିକ କ୍ୟାରିୟର ୧୯୮୯ ରେ ଯୁବ ସଂଗଠକ ଭାବରେ ଆରମ୍ଭ ହୋଇଥିଲା।
Ad..
ସର୍ବ ପ୍ରଥମେ କଣ୍ଟାବାଞ୍ଜି ଯୁବ ମୋର୍ଚ୍ଚା ଟାଉନ ଉପ ସଭାପତି, ଯୁବ ମୋର୍ଚ୍ଚା ଜିଲ୍ଲା ଉପ ସଭାପତି,ଜିଲ୍ଲା ସାଧାରଣ ସମ୍ପାଦକ ଓ ପରେ ବିଜେପି ଜିଲ୍ଲା ଉପ ସଭାପତି। ସାଂଗଠନିକ କାର୍ଯ୍ୟ ପନ୍ଥା ଓ ଦଳ ପ୍ରତି ତାଙ୍କ ନିଷ୍ଠା ଦେଖି ୨୦୧୫-୨୦୧୯ ତାଙ୍କୁ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିଲା।
Ad..
୨୦୧୯ ଠାରୁ ୨୦୨୪ ପର୍ଯ୍ୟନ୍ତ ବିଜେପି ବଲାଙ୍ଗିର ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଇଥିଲେ। ବର୍ତ୍ତମାନ ବରିଷ୍ଠ ନେତା ଶିବାଜୀ ମହାନ୍ତି ଙ୍କୁ ରାଜ୍ୟ ଉପ ସଭାପତି ଦାୟିତ୍ଵ ଦେଇଥିବା ରୁ ଶ୍ରୀ ମହାନ୍ତି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।
Ad..
Ad..
Edited by k.s thakur...
Tags:
BJP
bolangir daily current affairs
cm mohan Majhi
deputy cm k.v singh deo
kantabanji
latest news
latest update
Manmohan samal
odisha daily current affairs
odisha news
shivaji mohanty
state vice president






