କୁର୍ଲୁପାଲି ଠାରେ ସଙ୍କୀର୍ତ୍ତନ ସଂସ୍କୃତି ଜାଗରଣ ଓ ଭକ୍ତି ବର୍ଷଣମହୋତ୍ସବ-୨୦୨୫ ଅନୁଷ୍ଠିତ...
ଝାରବନ୍ଧ ୧୨/୧୦(ବିଜୟ କୁମାର ସାହୁ): କୁର୍ଲୁ ପାଲି ଗ୍ରାମ ରେ ସ୍ଥାନୀୟ ଯୁବକ ଓ ଗ୍ରାମବାସୀ ତଥା ଜିଲ୍ଲା ସଙ୍କୀର୍ତ୍ତନ ମିଳିତ ଉଦ୍ୟମ ରେ ସଙ୍କୀର୍ତ୍ତନ ସଂସ୍କୃତି ଜାଗରଣ ଓ ଭକ୍ତି ବର୍ଷଣ ମହୋତ୍ସବ ୨୦୨୫ ଉଦଯାପିତ ହୋଇ ଯାଇଛି।
Ad..
ଏହି ମହୋତ୍ସବ ରେ ଓଡ଼ିଶା ସମେତ ଛତିଶଗଡ଼ ରାଜ୍ୟ ର ଲୀମ କାନି,ମେଦିନୀ ପୁର,ଛତା ମହୁଲ, ଇନ୍ଦର୍ ପୁର,ଚାର ଭଟା,ପରସ କୋଲ ରିଖା ଡାଦର୍ , ଡୋଡ଼ର କଶା ପ୍ରମୁଖ ସଙ୍କୀର୍ତ୍ତନ ଦଳ ଯୋଗ ଦାନ କରିଥିଲେ।
Ad..
ବରଗଡ଼ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ର ଅଧ୍ୟକ୍ଷ ପ୍ରମୋଦ ଦାଶ ଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସଂଯୋଜକ ଗୋପବନ୍ଧୁ ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଙ୍କୀର୍ତ୍ତନ ସଂସ୍କୃତି ସୁରକ୍ଷା ପାଇଁ ସରକାରୀ ସ୍ତର ରେ ଉଦ୍ୟମ କରାଯିବ ବୋଲି ଉଲ୍ଲେଖ କରି କରିଥିଲେ।
Ad..
ସମ୍ମାନିତ ଅତିଥି ଭାବେ ବିଜେପି ନେତା ପ୍ରିତମ ମେହେର ,ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ବେହେରା,ସରପଞ୍ଚ ଅହଲ୍ୟା ପଟେଲ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ସିଂ ବରିହା କବି ନୀତିଶ ଆଚାର୍ଯ୍ୟ ,ଲଳିତ ମୋହନ ପଣ୍ଡା,ବାବା ନାରାୟଣ ଦାସ,ରାମଚନ୍ଦ୍ର ସାହୁ,ଗୌର ସାହୁ, ପଞ୍ଚାନନ ବାଗ, ଜଗନ୍ ମହାପାତ୍ର ଭରତ ବାଗ ପ୍ରମୁଖ ଉପସ୍ଥିତ ଥିଲେ।
Ad..
ଏହି ଅବସର ରେ ରାଧା ମାଧବ ସଙ୍କୀର୍ତ୍ତନ ମଣ୍ଡଳୀ କୁରଲୁ ପାଲି, ଗୁରୁ କ୍ଷୀର ସାଗର ସରାଫ,ସୁରେନ୍ଦ୍ର ଗଡତିଆ,କୃଷ୍ଣ ଚନ୍ଦ୍ର ରଣା,ମଣି ସାହୁ,ନରୋତ୍ତମ ରଣା ପ୍ରମୁଖ ଙ୍କୁ ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ସଙ୍କୀର୍ତ୍ତନ ପ୍ରତି ସମର୍ପିତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
Ad..
ଏହି ଅବସର ରେ ସର୍ବ ଭାରତୀୟ କଳା ସଂସ୍କୃତି ଫେଡେରେଶନ ଅଧ୍ୟକ୍ଷ ଚୈତନ୍ୟ ପାଇକ ଓ ମହିଳା କୀର୍ତ୍ତନ କବିତା ଆବୃତ୍ତି ପାଇଁ କବି ନୀତିଶ ଆଚାର୍ଯ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସର୍ବ ଭାରତୀୟ ସ୍ତର ରେ ସମ୍ବର୍ଦ୍ଧିତ ହୋଇଥିବା ବରଗଡ଼ ଓ ବଲାଙ୍ଗିର ର କଳାକାର ପ୍ରମୋଦ ଦାଶ,ବାସୁଦେବ ପ୍ରଧାନ,ମିନ କେତନ ମେହେର..
Ad..
ରାଜେଶ ବାରିକ,ସୁଶିଲ କୁମାର ଦାଶ, ସ୍ୱରୂପା ସିଂ ପ୍ରମୋଦ ପ୍ରଧାନ, ତୋଫିକ ଖାନ ପ୍ରମୁଖ ଙ୍କୁ ପରିଷଦ ପକ୍ଷରୁ ସ୍ୱତନ୍ତ୍ର ସମ୍ବର୍ଧନା ପ୍ରଦାନ କରାଯାଇଥିଲା ।ହେମ ସାଗର ପୋଡ଼ ଙ୍କ ସଂଯୋଜନା ରେ ଓଡ଼ିଶା ସମେତ ପଡୋଶୀ ରାଜ୍ୟ ର ୫୦ ରୁ ଉର୍ଦ୍ଧ୍ବ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ସଙ୍କୀର୍ତ୍ତନ ପରିବେଷଣ କରି କୁରଲୁ ପାଲି ଗ୍ରାମ ପରିକ୍ରମା କରିଥିଲେ।
ସମସ୍ତ ସଙ୍କୀର୍ତ୍ତନ ମଣ୍ଡଳୀ କୁ ଦଳ ଗତ ପ୍ରଦର୍ଶନ ପାଇଁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମ ପରିଚାଳନା ରେ କୁର୍ଲୁ ପାଲି ଗ୍ରାମ ବାସୀ ଙ୍କ ପକ୍ଷରୁ ପ୍ରମୋଦ ସାହୁ ,ଜଶ କୁମାର ପଟେଲ,ରାହାସ ପଟେଲ ,ମୁରଲୀ ପଟେଲ,ସିଆ ରାମ ପଟେଲ ,ବାସୁଦେବ ପଧାନ,ଗୌର ପଟେଲ ଙ୍କ ସମେତ କୁର୍ଲୁ ପାଲି ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ ।ଝାରବନ୍ଧ ବ୍ଲକ ପକ୍ଷ ରୁ ମନୋଜ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
jharbandh
latest news
latest update
odisha daily current affairs
odisha news







