ଡ଼.ମାନସ ସାହୁ ଙ୍କ ନିର୍ଦ୍ଦେଶିତ ସଂସ୍କୃତ ଚଳଚିତ୍ର "ପ୍ରମତ୍ତଃ" ସୁଟିଂ ଶେଷ...
ବରଗଡ଼,୧୩/୧୦(ବିଜୟ କୁମାର ସାହୁ): ସଂସ୍କୃତ ଚଳଚ୍ଚିତ୍ର ପ୍ରେମୀ ମାନଙ୍କୁ ଏକ ନୂତନ ଅନୁଭୂତି ନେଇ ଶୀଘ୍ର ଶୁଭ ମୁକ୍ତି ଲାଭ କରିବାକୁ ଯାଉଛି ସଂସ୍କୃତ ଚଳଚ୍ଚିତ୍ର ‘ପ୍ରମତ୍ତଃ’।
Ad..
ଏହି ଚଳଚ୍ଚିତ୍ରର ନିର୍ମାଣ ଓ ନିର୍ଦ୍ଦେଶନା କରିଛନ୍ତି ବରଗଡ଼ ଜିଲ୍ଲା ନିବାସୀ ଡ଼ ମାନସ ରଞ୍ଜନ ସାହୁ, ତେବେ ଶ୍ରୀ ସାହୁ ଆଗରୁ ମଧ୍ୟ ଅନେକ ସଂସ୍କୃତ ଲଘୁ ଚଳଚିତ୍ର ନିର୍ମାଣ କରିଛନ୍ତି।
Ad..
ତେବେ ଏହି ଚଳଚ୍ଚିତ୍ର ମାଧ୍ୟମରେ ସଂସ୍କୃତ ଭାଷାକୁ ପ୍ରୋତ୍ସାହିତ କରିବା ସହ ପୁଣିଥରେ ଲୋକ ଲୋଚନ କୁ ଆଣିବା ପାଇଁ ଉଦ୍ୟମ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି ।ଏହି ଚଳଚ୍ଚିତ୍ରର ଛବି ଗ୍ରହଣ ନିର୍ଦ୍ଦେଶନାର ଦାୟିତ୍ୱ ନେଇଛନ୍ତି ଯୁବ ଫଟୋଗ୍ରାଫି ନିର୍ଦେଶକ ଉଯୋଗ ସାହୁ।
Ad..
ଏହି ଚଳଚ୍ଚିତ୍ରଟି ବରଗଡ଼ ଏବଂ ବରପାଲିର ବିଭିନ୍ନ ସ୍ଥାନରେ ସୁଟିଂ କରାଯାଇଛି।ଚଳଚ୍ଚିତ୍ରରେ ପଶ୍ଚିମ ଓଡ଼ିଶା ର ଅନେକ ପ୍ରତିଭାଶାଳୀ ଅଭିନେତା ଅଭିନୟ କରିଛନ୍ତି।
Ad..
ସେମାନଙ୍କ ମଧ୍ୟରୁ ଅଜିତ ରଣା,ପ୍ରସନ୍ନ ଗଡ଼ତିଆ ,ସନ୍ତୋଷ ସାହୁ,ଧନେଶ୍ୱର ସାହୁ,ଜୟ କୁମାର ସାହୁ,ନିହାର ରଞ୍ଜନ ବାଗ,ପୂର୍ଣ୍ଣ ଚନ୍ଦ୍ର,ସୁନୀଳ ଗଡ଼ତିଆ,ପ୍ରହଲ୍ଲାଦ ବର୍ଗେ,ଇଶ୍ୱର ଚନ୍ଦ୍ର ଗଡ଼ତିଆ ଏବଂ ଶିଶୁ କଳାକାର ସାଇଶ୍ରୀ ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
Ad..
ସଂସ୍କୃତ ଚଳଚିତ୍ର ନିର୍ମାଣ କରୁଥିବା ନିର୍ଦ୍ଦେଶକ ଡ ମାନସ ସାହୁ ଙ୍କୁ ସର୍ବ ଭାରତୀୟ କଳା ସଂସ୍କୃତି ଫେଡେ ରେସନ ର ଅଧ୍ୟକ୍ଷ ଚୈତନ୍ୟ ପାଇକ ଓ ସଂସ୍କୃତ ବିଦ୍ୱାନ ଗୋପବନ୍ଧୁ ପୁରୋହିତ ପ୍ରମୁଖ ଏହି ପଦକ୍ଷେପ ଓ ପ୍ରୟାସ କୁ ଭୂୟସୀ ପ୍ରଶଂସା କରିବା ସହ ସମସ୍ତ ଅଭିନେତା ଓ କଳାକାର ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
Ad..
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odia film
odisha daily current affairs
odisha news
sankrit film







