୧୩ତମ ଟିହିଲି ଉଛବ ୨୦୨୫ ଉପଲକ୍ଷେ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା...
ବରଗଡ଼,୧୩/୧୦ (ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବରିକେଲ ପଞ୍ଚାୟତ ଫଟାମୁଣ୍ଡା ଗାଁ ରେ ଆମ୍ବେଦକର ଯୁବକ ସଂଘ ଫଟାମୁଣ୍ଡା ତରଫରୁ ଦୀର୍ଘ ୧୨ ବର୍ଷ ହେଲା ଟିହିଲି ଉଛବ ହୋଇଆସୁଛି।
Ad..
ପ୍ରତି ବର୍ଷ ପରି ଟିହିଲି ଉଛବ ଆଗରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗାଁର ସମସ୍ତ ମହିଳା ମାନଙ୍କୁ ନେଇ ଏକ ପ୍ରତିଯୋଗିତା ହୋଇଥାଏ ଏହି ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି ବର୍ଷ ମାଣ୍ଡିଆ ପିଠା କୁ ନେଇ ଏକ ପ୍ରତିଯୋଗିତା ହୋଇଥିଲା। ସେଥିରେ ଫଟାମୁଣ୍ଡାର ଜୟ ମା ଲକ୍ଷ୍ମୀ, ମା ଗଣାଘାଟେନ, ମା ଝାସୀରାଣୀ, ମାତା ସାବିତ୍ରୀବାଇ ଫୁଲେ, ମା ମଙ୍ଗଳା, ମା ସମଲେଶ୍ୱରୀ, ଶ୍ରୀ ଜଗନ୍ନାଥ,ରାଧାକୃଷ୍ଣ ୮ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ।
Ad..
ଏହି ପିଠା କାର୍ଯ୍ୟକ୍ରମ କୁ ବରିକେଳ ପଞ୍ଚାୟତର ସରପଞ୍ଚ ଦିନେଶ ସେଟ ଉଦଘାଟନ କରିଥିଲେ। ପିଠା କାର୍ଯ୍ୟକ୍ରମ ରେ ବିଚାରକ ଭାବେ ବାନ୍ଦୁପାଳି ମିଲେଟ ମିଶନ ତରଫରୁ ସିନ୍ଧୁଲତା ସାହୁ, ଯଶୋଦା ସାହୁ ବିଚାରକ ଭାବେ ଉପସ୍ଥିତ ଥିଲେ।
Ad..
ପିଠା ପ୍ରତିଯୋଗିତା ସରିଲା ପରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଯଥା ସୁଜି ସୁତା ରେସ, ଚାମଚ ବାଟି ରେସ, ମାଟିଆ ଫଟା, ମିୟୁଜିକ ଚେୟାର, ଗୀତ, ହୁଳହୁଳି, ରଙ୍ଗୋଲି ୭ ଟି ପ୍ରତିଯୋଗିତା ହୋଇଥିଲା।
Ad..
କ୍ଳବର ସଭାପତି ଗୋପବନ୍ଧୁ ଶିକା ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା। ସଂପାଦକ ରାଜିନୀକାନ୍ତ ସୁନା ଧନ୍ୟବାଦ ଦେଇ ଥିଲେ।
ଏହି ସମସ୍ତ ପ୍ରତିଯୋଗିତାରେ ବିଚାରକ ଭାବେ ରମେଶ ଗୁର୍ଲା, ଅଞ୍ଜଳି ପରିଡ଼ା, ସୋନାଲିକା ଶବର, ମିନାକ୍ଷୀ ଭୋଇ,ବିକ୍ରମ ପ୍ରଧାନ ବିଚାରକ ଭାବେ ଉପସ୍ଥିତ ଥିଲେ। ଏହି ସମସ୍ତ ପ୍ରତିଯୋଗିତା ର ପୁରସ୍କାର ଆଗାମୀ ୨୬ ତାରିଖ ଟିହିଲି ଉଛବ ରେ ଦିଆଯିବ ବୋଲି ଘୋଷଣା ହେଲା।
Ad..
କ୍ଳବର ସଭାପତି ଗୋପବନ୍ଧୁ ଶିକା ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା। ସଂପାଦକ ରାଜିନୀକାନ୍ତ ସୁନା ଧନ୍ୟବାଦ ଦେଇ ଥିଲେ।
ସମସ୍ତ କାର୍ଯ୍ୟକ୍ରମ ର ପରିଚାଳନା ରେ ଅଶୋକ ମେହେର, ମହେନ୍ଦ୍ର ସାହୁ ନିରୋଜ କୁମ୍ଭାର, ରଙ୍ଗାଧର ସୁନା ତ୍ରିଲୋଚନ ସୁନା, ଶଶୀ, ସୁବ୍ରତ, ରଂଜନ, ଦୁଃଶାସନ, ରାଜୁ, ରାହୁଳ ସନ୍ତୋଷ, ବଣ୍ଟି, ହିମାଞ୍ଚଳ, ନାରାୟଣ ଗାଁ ର ସମସ୍ତେ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
odisha news
tihili utsav







