SI ପରୀକ୍ଷା ସ୍କାମ, ବଡ଼ ମୁଣ୍ଡକୁ ସୁରକ୍ଷା ଦେବାକୁ ଏ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ ନାହିଁ : ବିଜେଡି...

SI ପରୀକ୍ଷା ସ୍କାମ, ବଡ଼ ମୁଣ୍ଡକୁ ସୁରକ୍ଷା ଦେବାକୁ ଏ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ ନାହିଁ : ବିଜେଡି...

ଭୁବନେଶ୍ବର,୦୫/୧୦ :  ଏସଆଇ ପରୀକ୍ଷା ସ୍କାମ ପ୍ରସଙ୍ଗରେ ସରକାରକୁ ଚାକିରୀ ଚୋର ସରକାର ବୋଲି ବଡ଼ ଅଭିଯୋଗ ଆଣିଲା ବିଜେଡି। ଯୁବକଙ୍କ ଚାକିରୀ ଚୋରି କରୁଥିବା ସରକାର ରାଜ୍ୟରେ ପ୍ରତ୍ୟେକ ଯୁବକଙ୍କୁ ହତାଶ ନିରାଶ କରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରୀତି ରଞ୍ଜନ ଘଡାଇ।

Ad..


ଏସଆଇ ପରୀକ୍ଷା ସ୍କାମ ପାଇଁ ହୋଇଥିବା ବିଧିବଦ୍ଧ ରଣନୀତିର ଅଭିଯୋଗ ଆଣିଛି ବିଜେଡି। ଏହାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛି। ମାର୍ଚ୍ଚ ୭ରେ ଏସଆଇ ପରୀକ୍ଷା ହେବାର ଥିଲା। କିନ୍ତୁ ଏହା କାହିଁକି ବାତିଲ ହେଲା। 

         Ad..


ସେତେବେଳେର ଓପିଆରବି ଅଧ୍ୟକ୍ଷ ସନ୍ତୋଷ ଉପାଧ୍ୟାୟ କାହିଁକି ଇସ୍ତଫା କଲେ। କେଉଁ ଶକ୍ତି ଚାପ ପକାଇଲେ ତାଙ୍କୁ ରିଜାଇନ୍‌ କରିବା ପାଇଁ ଏହାର ଉତ୍ତର ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି ଦାବି କରିଛି ବିଜେଡି।

Ad..


ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହିଁ ଚାପ ପକାଇଥିବେ ବୋଲି ଅଭିଯୋଗ ଆଣିଛି ବିଜୁ ଜନତା ଦଳ। ଏଥି ସହିତ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଥିବା ରିଚ ମାଇଣ୍ଡ କମ୍ପାନୀ ଗଲା କୁଆଡେ। ମାର୍ଚ୍ଚ ୭ ପରେ ସିଲିକନ କାହିଁକି ଏଣ୍ଟ୍ରି ନେଲା। ତେଣୁ ଏଥିରେ କେଉଁମାନେ ସଂମ୍ପୃକ୍ତି। 

Ad..


ସିଲିକନ ପାଇଁ କିଏ ଅନୁମତି ଦେଲା। ରିଚମାଇଣ୍ଡ କମ୍ପାନୀକୁ କାହିଁକି ବିଦା କରାଗଲା ବୋଲି ପ୍ରଶ୍ନ କରିଛି ଦଳ। ୨୫୦ କୋଟିର ସ୍କାମ ପାଇଁ ଏହା ଷଡଯନ୍ତ୍ର ବୋଲି ବଡ଼ ଅଭିଯୋଗ ଆସିଛି। ତେଣୁ ଏସବୁର ସନ୍ଦେହକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ।

Ad..


ଓଡ଼ିଶାର ସମ୍ମାନ ରକ୍ଷା ପାଇଁ ଏହି ପ୍ରଶ୍ନର ଉତ୍ତର ରଖନ୍ତୁ। ସ୍କାମରେ  ଦଲାଲ ମାନେ ଗିରଫ ହେଉଛନ୍ତି। ଏମାନେ କଣ ପଲିସିମେକର ଥିଲେ କି? ଯେଉଁ ବଡ଼ ମୁଣ୍ଡ ମାନେ ଏସବୁ ନିଷ୍ପତ୍ତି ନେଇଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ମୁଖ୍ୟମନ୍ତ୍ରୀଙ୍କ ସମୃକ୍ତି ରହିଛି ବୋଲି ଓଡିଶାବାସୀ ଜାଣିବେ। 

Ad..


ଦଲାଲ ଓ ଅନ୍ୟ ଲୋକଙ୍କୁ ଗିରଫ କରି କେବଳ ନମ୍ବର ଦେଖାଉଛନ୍ତି ସରକାର।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ତଦନ୍ତ କରୁଛନ୍ତି ତାହା ସନ୍ଦେହ ଘେରରେ ବୋଲି ଅଭିଯୋଗ ହୋଇଛି। ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛି କ୍ରାଇମବ୍ରାଞ୍ଚ। 

ସ୍କାମରେ ସମ୍ପୃକ୍ତ ମୁଖ୍ୟ କାର୍ପଟଦାରଙ୍କୁ ଖଲାସ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଜଳ ଜଳ ଦିଶୁଥିବା ଅଭିଯୋଗ କରିଛି ଦଳ। ଏହାଦ୍ୱାରା ଯୁବକ ମାନେ ନ୍ୟାୟ ପାଇବେ ନାହିଁ।

ଜବ ସ୍କାମରେ ଯେଉଁମାନେ ଅଛନ୍ତି ଧରା ନ ପଡିଲେ ସେମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ। ବିଜେଡି ଯୁବକଙ୍କ ଭବିଷ୍ୟତ ଉଜ୍ଵଳ ପାଇଁ ସଂକଳ୍ପବଦ୍ଧ।  ପଲିସି ପରାଲିସିସ, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ସାଧାରଣ ଲୋକ ସୁରକ୍ଷିତ ନୁହଁନ୍ତି। ବ୍ରୋକର ମାନେ ଗାଇଡଲାଇନ ଫ୍ରେମ କରୁଥିଲେ ବୋଲି ସରକାର ଜଣାଇବାକୁ ଚାହୁଁଥିଲେ କି। 

ବଡ଼ ମୁଣ୍ଡକୁ ଘୋଡାଇବା ପାଇଁ ଏହା ପ୍ରୟାସ। ଜବ ସ୍କାମ ସମ୍ପର୍କରେ ସତ୍ୟ ତୁରନ୍ତ ଲୋକଲୋଚନକୁ ଆସୁ। ଡିଜି ପୋଲିସ, ଗୃହ ସଚିବ, ଓପିଆରବୀ ଅଧ୍ୟକ୍ଷ , କ୍ରାଇମବ୍ରାଞ୍ଚ ଉତ୍ତର ରଖନ୍ତୁ। ତଦନ୍ତ ପ୍ରକ୍ରିୟାରେ ନ୍ୟାୟ ଦେବାରେ ବିଫଳ ସରକାର। 

ସିବିଆଇ ତଦନ୍ତ କରି ଲୋକଙ୍କୁ ନ୍ୟାୟ ଦେବାକୁ ଦାବି। ଯିଏ ବି ସମ୍ପୃକ୍ତ ସେ ଦଣ୍ଡ ପାଉ। ଓଡ଼ିଶାର ଯୁବକ ମାନଙ୍କ ଭବିଷ୍ୟତ ମାନଙ୍କ ସହ ଯିଏ ଖେଳିବା ଦଣ୍ଡିତ ହେବା ଦରକାର ବିଜେଡି ଏଥିରେ ସହଯୋଗ କରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରୀତି ରଞ୍ଜନ ଘଡାଇ।




Edited by k.s thakur...

Post a Comment

Previous Post Next Post