ଅନାସ୍ଥାରେ ହାରି ପଦ ହରାଇଲେ ରାଇକିଆ ବ୍ଲକ ଅଧ୍ୟକ୍ଷ...
ଫୁଲବାଣୀ,୦୫/୧୦: ଅନାସ୍ଥା ଭୋଟ୍ରେ ପରାଜିତ ହୋଇ ପଦବୀ ହରାଇଛନ୍ତି ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ । ଏନେଇ କନ୍ଧମାଳ ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରି ତାଙ୍କୁ ପଦଚ୍ୟୁତ କରିଛନ୍ତି ।
Ad..
ଏହା ସହିତ ଉପାଧ୍ୟକ୍ଷା ରୀନା ପ୍ରଧାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନା ଅନୁଯାୟୀ, ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରୀତମ ରାଇକିଆ ବ୍ଲକ୍ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।
Ad..
ତେବେ ବିଭିନ୍ନ କାରଣ ନେଇ ତାଙ୍କ ବିରୋଧରେ ଅସନ୍ତୋଷ ଦେଖା ଦେବା ପରେ ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ବାଲିଗୁଡା ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଗତ ମାସ ୨୬ ତାରିଖରେ ଚକାପାଦ ବିଡିଓ ହୃଦରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବୈଠକ ବସିଥିଲା ।
Ad..
ଆଲୋଚନା ପରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ ହୋଇଥିଲା । ସମୂଦାୟ ୨୫ଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ଅନୁପସ୍ଥିତ ଥିବା ବେଳେ ବେଳେ ୨୩ ଜଣ ଭୋଟ୍ ଦେଇଥିଲେ।
Ad..
୨ଟି ଭୋଟ୍ ନାକଚ ହୋଇଥିବା ବେଳେ ୨୧ଜଣ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମତ ଦେଇଥିଲେ । ଶନିବାର କନ୍ଧମାଳ ଜିଲ୍ଲାପାଳ ଏ ନେଇ ବିଜ୍ଞପ୍ତି ଜାରି କରି ତାଙ୍କୁ ପଦଚ୍ୟୁତ କରିବା ସହ ଉପାଧ୍ୟକ୍ଷା ରୀନା ପ୍ରଧାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Ad..
ସୂଚନାଯୋଗ୍ୟ, ଗତ ନିର୍ବାଚନରେ କନ୍ଧମାଳ ଜିଲ୍ଲାର ୧୨ଟି ପଞ୍ଚାୟତ ସମିତି ମଧ୍ୟରୁ କେବଳ କୋଟଗଡକୁ ବାଦ ଦେଇ ଅନ୍ୟ ସମସ୍ତ ବ୍ଲକ ବିଜେଡି ହାତକୁ ଯାଇଥିଲା ।
Ad..
Edited by k.s thakur...







