ସ୍ୱାଧୀନତା ଆନ୍ଦୋଳନ ସେନାନୀ ସହିଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ...

ସ୍ୱାଧୀନତା ଆନ୍ଦୋଳନ ସେନାନୀ ସହିଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ...


ଭୁବନେଶ୍ୱର,୦୫/୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଭାରତର ସ୍ୱାଧୀନତା ଆନ୍ଦୋଳନ ଇତିହାସର ସବୁଠାରୁ କନିଷ୍ଠ ସହିଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Ad..


ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମାତ୍ର ୧୨ ବର୍ଷ ବୟସରେ  ଦେଶପାଇଁ ପ୍ରାଣବଳି ଦେଇ ଇତିହାସ ସୃଷ୍ଟି କରିଥିବା ଶହୀଦ ବୀର ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଭକ୍ତିପୂତ ପ୍ରଣାମ ।

        Ad..


ଏହି ଅବସରରେ ସହିଦଙ୍କ ଗାଁ ନୀଳକଣ୍ଠପୁର ଭୁବନ ଢେଙ୍କାନାଳରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ପାଳନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Ad..


ଏହା ପୂର୍ବରୁ ବିଧାନସଭା ନିକଟରେ ଥିବା ସହିଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଧାୟକ ବାବୁ ସିଂ, ବିଧାୟକ ଅନନ୍ତ ନାରାୟଣ ଜେନା, ଯୁବ ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ଅଧିକାରୀ ଓ ସାମାଜିକ କର୍ମୀ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। 

Ad..


ଦେଶର ସର୍ବ କନିଷ୍ଠ ସହିଦଙ୍କ ତ୍ୟାଗ ଓ ବାଲିଦାନରେ ଅନୁପ୍ରାଣିତ ହେବା ପାଇଁ ଅତିଥିମାନେ ମତ ଦେଇଛନ୍ତି।




Edited by k.s thakur...



Post a Comment

Previous Post Next Post