ପଦ୍ମପୁର ବାସିନ୍ଦାଙ୍କୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ଦଶହରା ଉପହାର...
[ ଆସନ୍ତା ଶିକ୍ଷାବର୍ଷ ଠାରୁ ବରଗଡ଼ ଜିଲ୍ଲା ର ପଦ୍ମପୁର ରେ ଆରମ୍ଭ ହେବ କେନ୍ଦ୍ରିୟ ବିଦ୍ୟାଳୟ ]
ବରଗଡ଼,୦୪/୧୦ : ଡବଲ ଇଞ୍ଜିନ ସରକାର ଙ୍କ ଡବଲ ଧମାକା ରେଳ ଲାଇନ୍ ଓ କେନ୍ଦ୍ରିୟ ବିଦ୍ୟାଳୟ କୁ ନେଇ ଭାରତୀୟ ଜନତା ପାର୍ଟି ପଦ୍ମପୁର ତରଫରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଖୁସି ପ୍ରକଟ କରିଛନ୍ତି ବରଗଡ଼ ସାଂସଦ।
Ad..
ଆଜି ପଦ୍ମପୁର ଟାଉନ୍ ହଲ୍ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଯୁବନେତା ପ୍ରିତେଶ ବହିଦାର ଙ୍କ ପୈରହିତ୍ଯ ରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ପ୍ରମୁଖ ଉପସ୍ଥିତ ରହି ଘୋଷଣା କରାଯାଇଛି।
Ad..
ପ୍ରଥମେ ଭାରତୀୟ ଜନତା ପାର୍ଟି ର ପୂର୍ବତନ ରାଜ୍ୟ ଯୁବ ସମ୍ପାଦକ ଯୁବନେତା ପ୍ରିତେଶ ବହିଦାର ସାମ୍ବାଦିକ ସମ୍ମିଳନୀ ରେ ଉଦ୍ଦେଶ୍ୟ ଜ୍ଞାପନ କରି ଡବଲ ଇଞ୍ଜିନ ଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
Ad..
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ବୁଢାସମ୍ବର ଅଂଚଳ ରେ ହୋଇଥିବା ରେଳ ଓ ଶିକ୍ଷା ର ବିକାଶ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିବା ବେଳେ...
Ad..
ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ମଧ୍ୟ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ତାଙ୍କ ମତ ଉପସ୍ଥାପନ କରି କହିଛନ୍ତି ଯେ - ପଦ୍ମପୁର ବୁଢାସମ୍ବରବାସୀ ଙ୍କ ପାଇଁ ଆଜି ଖୁସିର ଖବର।
Ad..
ବୁଢ଼ା ସମ୍ବର ଅଂଚଳବାସୀ ଙ୍କ ପାଇଁ ରେଲ ଓ ଶିକ୍ଷା ଦଶନ୍ଧି ର ସ୍ବପ୍ନ ଥିଲା। ଯେତେବେଳେ ପଡୋଶୀ ପାଟଣାଗଡ, ଦେବଗଡ଼ ପାଇଁ କେନ୍ଦ୍ରିୟ ବିଦ୍ୟାଳୟ ଘୋଷଣା ହେଲା ଓ ପଦ୍ମପୁର ବାଦ ପଡିଲା ସେତେବେଳେ ମୋତେ ବହୁ ସମାଲୋଚନା ର ଶିକାର ହେବାକୁ ପଡ଼ିଥିଲା।
Ad..
ମାନସିକ ସ୍ତରରେ ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ମାନସିକ ଆଘାତ ପାଉଥିଲି ଓ ମୋ ବିବେକ ମଧ୍ୟ ଆଘାତ ଦେଉଥିଲେ।ଏବେ ଅଂଚଳ ର ଦାବି ପୁରଣ ହୋଇଛି। ଆସନ୍ତା ଶିକ୍ଷାବର୍ଷରୁ ପଦ୍ମପୁର ଆର୍ ବି ହାଇସ୍କୁଲ ଠାରେ ଅସ୍ଥାୟୀ ଭାବରେ ଶିକ୍ଷା ଆରମ୍ଭ ହେବାକୁ ଯାଉଛି ଏଣୁ ମୁଁ ଦେଶର ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ...
ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିବା ସହ ଦିର୍ଘ ଦଶନ୍ଧି ରୁ ଉର୍ଦ୍ଧ ର ଦାବି ବରଗଡ଼, ନୂଆପଡ଼ା ଭାୟା ପଦ୍ମପୁର ରେଲଲାଇନ କାର୍ଯ୍ୟ ଉପରେ ସୂଚନା ପ୍ରଦାନ କରି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି ଓ ଯଦି ଶିଘ୍ର କାମରେ ତାହେଲେ...
ଆସନ୍ତା ୨୦୨୯ ସାଧାରଣ ନିର୍ବାଚନର ପୂର୍ବରୁ ରେଳ ରେ ବସି ଆସିବୁ ବୋଲି ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ଧିରେ ଧିରେ ନିର୍ବାଚନ ପ୍ରତିଶ୍ରୁତି ର ସଫଳ ରୂପାୟନ ହେଉଥିବା ରୁ ଅଂଚଳବାସୀ ଖୁସି ହେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
mp pradeep purohit
odisha daily current affairs
odisha news







