ସୁବର୍ଣ୍ଣ ଜୟନ୍ତୀ ପାର୍ଟ-୨ ପାଇଁ ପ୍ରସ୍ତୁତି ବୈଠକ...

ସୁବର୍ଣ୍ଣ ଜୟନ୍ତୀ ପାର୍ଟ-୨ ପାଇଁ ପ୍ରସ୍ତୁତି ବୈଠକ...


ବରଗଡ଼,୩୧/୧୦(ବିଜୟ କୁମାର ସାହୁ): ଗତକାଲି ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟରେ ବରଗଡ଼ର ସର୍ବ ପୁରାତନ  ଶିକ୍ଷାନୁଷ୍ଠାନ ଜର୍ଜ ହାଇସ୍କୁଲର ୧୯୭୫ ମେଟ୍ରିକ୍ ବ୍ୟାଚ ର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ପାର୍ଟ-୨ ପାଇଁ ସହପାଠୀ ତଥା ବରିଷ୍ଠ କଳାକାର ସତ୍ୟ ନାରାୟଣ ପଣ୍ଡାଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

Ad.. 


ଆସନ୍ତା ୭ ଡ଼ିସେମ୍ବର ୨୦୨୫ ରବିବାର ଦିନ ଜର୍ଜ ହାଇସ୍କୁଲ ପରିସରରେ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ପାଳନ କରାଯିବାକୁ ସଦସ୍ୟମାନେ ମତାମତ ଦେଇଥିଲେ  ଏବଂ ଏହାକୁ ସମସ୍ତେ ସମର୍ଥନ କରିଥିଲେ। 

Ad..


ଉକ୍ତ ବୈଠକର ନିଷ୍ପତ୍ତି କ୍ରମେ ଆଜି କୃଷ୍ଣ ଚନ୍ଦ୍ର ପଣ୍ଡା , ସତ୍ୟନାରାୟଣ ପଣ୍ଡା, ତୁଳସୀ ଚରଣ ଦାଶ ଓ ଅଭୟ କୁମାର ଭୋଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ଵତୀ ଦାଶଙ୍କୁ ସାକ୍ଷାତ କରି ତାଙ୍କର ମତାମତ ଲୋଡିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଏଥିରେ ସମ୍ମତି ପ୍ରକାଶ କରିଥିଲେ ।

Ad..



ଉକ୍ତ ପ୍ରସ୍ତୁତି ବୈଠକରେ ଅକ୍ଟୋବର ମାସ ଜନ୍ମିତ ଡାକ୍ତର ସରୋଜ କୁମାର ଶର୍ମା, ହେମଚନ୍ଦ୍ର ସାମଲ, ରବିନ୍ଦ୍ର ପାଣିଗ୍ରାହୀ, ସୁରେଶ ଦାଶ, ଶୁଶାନ୍ତ ନାଏକ, ଶିବ ଚରଣ ପଣ୍ଡା, ପ୍ରଶାନ୍ତ ମିଶ୍ର, ଓ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ଜନ୍ମଦିନ ପାଇଁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା।

Ad..


ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନିର୍ମଳ କିଶୋର କର, ବାଳମୁକୁନ୍ଦ ଦାଶ, ବାସୁଦେବ ପ୍ରଧାନ, ସ୍ବାଧୀନ ମହାରଣା, ସୁରେନ୍ଦ୍ର ଦାଶ, ପ୍ରସନ୍ନ ସାମଲ, କହ୍ନେୟାଲାଲ ଗୁପ୍ତା, କୁଞ୍ଜ ବିହାରୀ ଗୁପ୍ତା, ଲଳିତ ବିଶି...

Ad.. 


ଶତୃଘ୍ନ ଦାଶ, ଅଶୋକ କୁଅଁର, ଦେବୀ ପଟ୍ଟନାୟକ, ଅଶୋକ ପ୍ରଧାନ, ଅଶ୍ବିନୀ ପଣ୍ଡା, ତୁଳସୀ ଚରଣ ଦାଶ ଆଦି ଯୋଗ ଦେଇ ନିଜର ମତାମତ ପ୍ରକାଶ କରିଥିଲେ ।ଶେଷରେ ଶ୍ରୀ ଅଭୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post