ଜାତି ପ୍ରଥାର କୁସଂସ୍କାର, ଅଛୁଆଁ ହେଲା ମା ଙ୍କ ଶବ...
ବରଗଡ଼,୦୧/୧୧(ବିଜୟ କୁମାର ସାହୁ) : ଅମାନୁଷିକ ଜାତି ପ୍ରଥାର କୁସଂସ୍କାରରେ ଜର୍ଜରିତ ଏକବିଂଶ ଶତାବ୍ଦୀର ମଣିଷ। ଜାତିବାଦ ଜନିତ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକେ ନେଲେ ନାହିଁ ମୃତ ମହିଳାଙ୍କ ଶବ ଯଦ୍ୱାରା ବାରମ୍ବାର ଲଜ୍ଜିତ ହେଉଛି ସଭ୍ୟ ସମାଜ।
Ad..
ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଦ୍ୱାରା ଶବ ସତ୍କାର କରାଗଲା। ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅତାବିରା ଥାନା ଗୋଡ଼ଭୋଗା ଫାଣ୍ଡି ଅନ୍ତର୍ଗତ କୁମେଲସିଂହା ଗ୍ରାମ ବଗର୍ତି ଟିକିରା ଅଞ୍ଚଳରେ।
Ad..
ସୂଚନାକ୍ରମେ ଗୋଡ଼ଭୋଗା ଫାଣ୍ଡି କୁମେଲସିଙ୍ଗା ବଗର୍ତି ଟିକିରାର ପିଙ୍କି ବଗର୍ତି ଗତ କିଛି ବର୍ଷ ପୂର୍ବରୁ ହିନ୍ଦୁ ରୀତି ନୀତି ଅନୁଶାରେ ବିବାହ କରିଥିଲେ ପର୍ଯ୍ୟାୟ କ୍ରମେ ସେହି ଗ୍ରାମର ହିମାଂଶୁ ଭୁଏ ନାମକ ଆଉ ଏକ ବ୍ୟକ୍ତି ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା।
Ad..
ଯାହାକୁ ନେଇ ଗତ ସପ୍ତାହେ ପୂର୍ବରୁ ହିମାଂଶୁ ଭୁଏଙ୍କ ସହିତ ସେ ଅନ୍ୟତ୍ର କୁଆଡେ ଚାଲିଯାଇଥିଲେ ଓ ଆଜି ଶୁକ୍ରବାର ଦିନ ସାତ ଦିନ ପରେ ନିଜ ଗ୍ରାମକୁ ଫେରି ଆସିଥିଲେ କିନ୍ତୁ ଜୀବିତ ଅବସ୍ଥାରେ ନୁହେଁ ମୃତ ଅବସ୍ଥାରେ ହିମାଂଶୁଙ୍କ ବାରି ପଛପଟେ ରହିଥିବା ଏକ ଗଛରେ ଗୋଟିଏ ଦଉଡ଼ିରେ ଉଭୟଙ୍କ ମୃତ ଶରୀର ଝୁଲୁଥିବା ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ।
Ad..
ଘଟଣା ସମ୍ପର୍କରେ ଗୋଡ଼ଭୋଗା ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ ଓ ଖବର ପାଇବା ମାତ୍ରେ ଫାଣ୍ଡି ଅଧିକାରୀ ସବ ଇନିସ୍ପେକ୍ଟର ଗଣେଶ ଚନ୍ଦ୍ର ବାରିକ ଘଟଣା ସ୍ଥଳକୁ ପହଁଞ୍ଚି ମୃତ ଶବ ଜବତ କରିବା ସହିତ ଅତାବିରା ଥାନା କେଶ ନମ୍ବର ୨୧/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଶବ ବ୍ୟବଚ୍ଛେଦ ସକାସେ ଆଣିଥିଲେ।
Ad..
ଶବ ବ୍ୟବଚ୍ଛେଦ ପରେ ମୃତ ବ୍ୟକ୍ତି ହିମାଂଶୁଙ୍କ ଶବ ପରିବାର ଲୋକେ ଗ୍ରହଣ କରିଥିଲେ ହେଲେ ଅନ୍ୟ ଜାତିର ବ୍ୟକ୍ତି ସହିତ ଚାଲିଯାଇଥିବାରୁ ଝିଅର ପରିବାର ମୃତ ପିଙ୍କିଙ୍କ ଶବ ଗ୍ରହଣ କରିବା ପାଈଁ ଅନିଚ୍ଛା ପ୍ରକାଶ କରିଥିଲେ।
ତେବେ ଅତାବିରା ଥାନା ତରଫରୁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଈଁ ଅନୁରୋଧ କରାଯାଇଥିଲା।
ଖବର ପାଇବା ମାତ୍ରେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ସମ୍ପାଦକ ଜି. ରମେଶ, ନୀଲେଶ ପଧାନ, ଶେଷଦେବ ପଧାନ,ରଂଜିତ ସାହୁ ପ୍ରମୁଖ ପିପଲମୁଣ୍ଡା ସ୍ୱର୍ଗଦ୍ଵାରକୁ ପହଁଞ୍ଚି ଗୋଡ଼ଭୋଗା ଫାଣ୍ଡି କନେଷ୍ଟବଳ ଅନିତା ଲାକ୍ରାଙ୍କ ଉପସ୍ଥିତିରେ ଶବ ସତ୍କାର କରିଥିଲେ। ତେବେ ମୃତ ପିଙ୍କିଙ୍କ ପଛରେ ତାଙ୍କର ଚାରି ପୁଅ ଝିଅ ରହିଥିବା ବେଳେ ମୃତ ହିମାଂଶୁଙ୍କ ଦୁଇ ପୁଅ ବନ୍ଧୁ ବାନ୍ଧବ ରହିଛନ୍ତି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
cast filling
dead body
latest news
latest update
odisha daily current affairs






