ଶିକ୍ଷକ ବିନୋଦ କୁମାର ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ...

ଶିକ୍ଷକ ବିନୋଦ କୁମାର ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ...


ବରଗଡ଼,୩୧/୧୦(ବିଜୟ କୁମାର ସାହୁ): ଆଜି ଶୁକ୍ରବାର ଦିନ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ଯାଳୟ ଲଖମରାର ହୀନ୍ଦୀ ଶିକ୍ଷକ ବିନୋଦ କୁମାର ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଗଲା। 

Ad..


ସେ ଦୀର୍ଘ ବାରବର୍ଷ ପର୍ଯ୍ୟନ୍ତ ଲଖମରାରେ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ଏବଂ ଚଳିତ ବର୍ଷ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ମଧ୍ଯ ପାଇଥିଲେ। ଏହି ଅବସରରେ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ହୋତାଙ୍କ ସହିତ ମୁଖ୍ଯ ଅତିଥି ଭାବେ ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ...

       Ad..


ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜବୋଡ଼ାସମ୍ବର ଶ୍ରୀଯୁକ୍ତ ଜୟକୁମାର ସାହୁ, ଲଖମରାର ବିଶିଷ୍ଟ  ଶିକ୍ଷାପ୍ରେମୀ ମଧୁସୂଦନ ଦାସ, ଲଖମରା ଆଞ୍ଚଳିକ ସାଧନ କେନ୍ଦ୍ର ମୁଖ୍ଯ ଶ୍ରୀଯୁକ୍ତ ବୈଷ୍ଣବ ପଣ୍ଡା,ପଞ୍ଚସଖା ଶିକ୍ଷା ସେତୁ ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ରମାକାନ୍ତ ମିଶ୍ର...

Ad..


ବିଦ୍ଯାଳୟ ପରିଚାଳନା କମିଟି ଚେୟାରମ୍ୟାନ ଶ୍ରୀଯୁକ୍ତ ତ୍ରିବିକ୍ରମ ନାଏକ, ଭାଇସ୍ ଚେୟାରମ୍ୟାନ ଶ୍ରୀମତୀ ବାସନ୍ତୀ ପଟେଲ,ସାମ୍ବାଦିକ ଅଭୟରଣା ଅତିଥି ଭାବେ ଉପସ୍ଥିତ ଥିଲେ।ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ବିନୋଦ କୁମାର ସାହୁ ପଞ୍ଚସଖା ଶିକ୍ଷାସେତୁକୁ  ଟ. ୩୦୦୦୦ ସ୍କୁଲର ଉନ୍ନତି ମୂଳକ କାର୍ଯ୍ଯ ସକାଶେ ପ୍ରଦାନ କଲେ।

Ad..


ଲଖମରା ଗ୍ରାମବାସୀ ମଧ୍ଯ ତାଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ଯକ୍ରମକୁ ସଂଚାଳନ କରିଥିଲେ ଶ୍ରୀଯୁକ୍ତ ବ୍ରଜକିଶୋର ଭିଲ୍ ଏବଂ ଧନ୍ଯବାଦ ଅର୍ପଣ କରିଥିଲେ ଶ୍ରୀମତି କଳ୍ପନା ସାହୁ ।ତାଙ୍କର ବିଦାୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ  ଭାବବିହ୍ୱଳ ହୋଇଉଠିଥିଲେ ଏବଂ ପରିବେଶ ଶୋକାକୁଳ ହୋଇଉଠିଥିଲା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post