ନୂଆପଡ଼ା ଉପନିର୍ବାଚନ : ବିଜେପି ରାଜ୍ୟ ସଭାପତିଙ୍କ ଚାଏ-ପେ-ଚର୍ଚ୍ଚା...

ନୂଆପଡ଼ା ଉପନିର୍ବାଚନ : ବିଜେପି ରାଜ୍ୟ ସଭାପତିଙ୍କ ଚାଏ-ପେ-ଚର୍ଚ୍ଚା...


ନୂଆପଡ଼ା,୩୧/୧୦ : ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ପରିପ୍ରେକ୍ଷୀ ରେ ଆଜି ସକାଳେ ନୂଆପଡ଼ା ଏନଏସିର ଏକତା ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 
Ad..

ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇ ସ୍ଥାନୀୟ ବାସିନ୍ଦାଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚା ଆଲୋଚନା କରିଥିଲେ।ଆଲୋଚନାରେ ସ୍ଥାନୀୟ ବାସିନ୍ଦାଙ୍କର ଉତ୍ସାହ ପରିଲକ୍ଷିତ ହୋଇଥିଲା।

        Ad..


ଦେଶର ବାହ୍ୟ ଓ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଲୋକେ ମୋଦି ସରକାରଙ୍କର ପ୍ରଶଂସା କରିଥିଲେ। ବାଟମାରଣାକୁ ରୋକିବା ପାଇଁ ଡ଼ିବିଟି ମାଧ୍ୟ୍ୟମରେ ହିତାଧିକାରୀଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ମୋଦି ସରକାରଙ୍କର ଏକ ବଡ ଉପଲବ୍ଧିବୋଲି ଲୋକେ ମତ ପ୍ରକାଶ କରିଥିଲେ। 

Ad..


ଗତ ୧୬ ମାସରେ ମୋହନ ମାଝୀଙ୍କ ସରକାର ଯେଉଁ ଜଣ ହିତକାରୀ ଯୋଜନା ହାତକୁ ନେଇଛନ୍ତି ତାହା ଧୀରେ ଧୀରେ ଲୋକଲୋଚନକୁ ଆସିଲାଣି ବୋଲି ଉପସ୍ଥିତ ସାଧାରଣ ଜନତା ସ୍ୱୀକାର କରିଥିଲେ।

Ad..


ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ବିଧାୟକ ବାବୁ ସିଂ, ପୂର୍ବତନ ସାଂସଦ ପ୍ରଭାସ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ଦଳୀୟ ନେତୃବୃନ୍ଦ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ ।




Edited by k.s thakur...

Post a Comment

Previous Post Next Post