ଗାନ୍ଧୀ ଜୟନ୍ତୀରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆନ୍ଦୋଳନ ପାଇଁ ରୂପରେଖ ପ୍ରସ୍ତୁତି...
( ଅହିଂସା ମାର୍ଗରେ ପରିଚାଳିତ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ଚିର ସ୍ମରଣୀୟ )
ପଦ୍ମପୁର,୦୨/୧୦(ବିଜୟ କୁମାର ସାହୁ) : ଗାନ୍ଧୀ ଜୟନ୍ତୀରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଆନ୍ଦୋଳନ ପାଇଁ କରିଛି ରୂପରେଖ ପ୍ରସ୍ତୁତି।ଅହିଂସା ମାର୍ଗରେ ପରିଚାଳିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଚିର ସ୍ମରଣୀୟ।
Ad..
ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ପ୍ରାଚୀନ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ଗାନ୍ଧୀ ସମାଧି ସ୍ଥଳରେ ଆଜି ପାଳିତ ହୋଇଛି ଗାନ୍ଧୀ ଜୟନ୍ତୀ।
Ad..
ଯୁବ ପରିଷଦର ଆବାହକ ଦୁର୍ଯୋଧନ ପୁଟା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଗାନ୍ଧୀ ସମାଧି ପୀଠରେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀ ପାଳନ କରିଛି।
Ad..
ସଂଗ୍ରାମୀ ଗଙ୍ଗାଧର ସାହୁଙ୍କ ଦ୍ଵାରା ରାମଧୁନି ଗାନ ପରେ ବିଶିଷ୍ଟ ଗନ୍ଧମାର୍ଦ୍ଦନ ସଂଗ୍ରାମୀ ପୂର୍ବତନ ଆବାହକ ରଘୁବୀର ସିଂ ବରିହା,ଶ୍ରୀ ଧିରେନ୍ ମହାନ୍ତି,ରାହାସ ବିହାରୀ ସାହୁ,ଭିଷ୍ମଦେବ ପଟେଲ,ସୁରେଶ ପ୍ରଧାନ,ବରିଷ୍ଠ ସାମ୍ବାଦିକ ଡିଗ୍ରିଧର ସାହୁ,ଗୋବିନ୍ଦ ବାରିହା...
Ad..
କୁଞ୍ଜ ସାହୁ,କୃଷ୍ଣ ସାହୁ,ଝସକେତନ ସାହୁ , ନାରୀନେତ୍ରୀ ଓଁକାନ୍ତି ସାହୁ, ଚିନମୟୀ ବରିହା,ସ୍ୱପ୍ନା ବରିହା, ପଙ୍କଜିନୀ ବରିହା,ପ୍ରମୁଖ ଯୋଗଦେଇ ଗାନ୍ଧୀ ବିଚାରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ହୋଇ ସଫଳତା ହାସଲ କରିଥିବା କାରଣରୁ ଅଞ୍ଚଳ ପାଇଁ ଚିର ସ୍ମରଣୀୟ ରହିବ ବୋଲି କରିଥିଲେ ମତବ୍ୟକ୍ତ।
Ad..
ଏ ଅବସରରେ ଯୁବ ପରିଷଦ ଆଗାମୀ ଦିନର ରୂପରେଖ ପ୍ରସ୍ତୁତି କରି ସଂଗ୍ରାମ ଜାରି ରଖିବାକୁ ବିଧିବଦ୍ଧ ନିଷ୍ପତ୍ତି ନେଇଛି।ମହାତ୍ମା ଗାନ୍ଧୀଙ୍କ ତିରୋଧାନ ପରେ ତାଙ୍କ ଚିତାଭସ୍ମକୁ ବିଭିନ୍ନ ଦର୍ଶନୀୟ ପୀଠରେ ବିସର୍ଜନ କରା ଯାଇଥିଲା।
Ad..
ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଅଲେଖ ପାତ୍ର ସମେତ ବରିଷ୍ଠ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଦ୍ଵାରା ନୃସିଂହନାଥ ସ୍ଥିତ ପାପହାରୀଣି ଝରଣାରେ ବିସର୍ଜନ କରା ଯାଇଥିଲା।ପରବର୍ତ୍ତୀ ସମୟରେ ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପାହାଡ଼ କୁ ଖଣି ଖଳନ କରିବାକୁ ବାଲକୋ କମ୍ପାନୀ ପୟାରମ୍ଭ୍ କରିଥିଲା।
Ad..
ଫଳରେ ଅଞ୍ଚଳର ଜନ ସାଧାରଣ ଦ୍ଵାରା ବ୍ୟାପକ ଆନ୍ଦୋଳନ ହୋଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନାମକ ଜନ ସଂଗଠନ ଗଢି ଉଠିଥିଲା।ଏହି ଦିନ ଠାରୁ ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଆଜି ମଧ୍ୟ ପାଳନ କରି ଆସୁଛି।
Ad..
Report : Bijay ku sahu
Edited by k.s thakur...
Tags:
Bargarh
bargarh news
gandha mardan suraksha
Gandhi jayanti
latest news
latest update
odisha daily current affairs
odisha news
padamapur









