ପୋଲିସ SI ପରୀକ୍ଷା ଜାଲିଆତି ଚେର ବରଗଡ଼ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବା...

ପୋଲିସ SI ପରୀକ୍ଷା ଜାଲିଆତି ଚେର ବରଗଡ଼ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବା...


ବରଗଡ଼,୦୨/୧୦ (ବିଜୟ କୁମାର ସାହୁ ):  ବହୁଚର୍ଚ୍ଚିତ ପୋଲିସ ସବ ଇନ୍ସପେକ୍ଟର (SI) ପରୀକ୍ଷା ଜାଲିଆତି ଚେର ବରଗଡ଼ ଜିଲାକୁ ମଧ୍ୟ ଲମ୍ବିଛି। କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଅଭିଯୁକ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବରଗଡ଼ ଜିଲାର ୫ ଜଣ ରହିଛନ୍ତି। 

Ad..


ସେମାନେ ବରଗଡ ଭୋଇଟିକ୍ରା, ବିଜେପୁର ଥାନା ତାଲପଦର, ଯୋଖିପାଲି ଏବଂ ବରପାଲି ଥାନା କୁମ୍ଭାରି ଗ୍ରାମର ବୋଲି ସୂଚନା ମିଳିଛି। ତେବେ କେଉଁ ଦଲାଲ ମାଧ୍ୟମରେ ସେମାନେ ଏଭଳି ଜାଲିଆତି ଉଦ୍ୟମ କରିଥିଲେ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। 

Ad..


ସମ୍ପୃକ୍ତ ଦଲାଲ ସାମ୍ନାକୁ ଆସିଲେ ଏଭଳି ଜାଲିଆତି ନେଇ ଆହୁରି ଚାଞ୍ଚଲ୍ୟକର ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। 

Ad..


ପ୍ରକାଶ ଥାଉକି, ଓଡ଼ିଶା ପୋଲିସ ରିକ୍ର୍ୟୁମେଣ୍ଟ ବୋର୍ଡ଼ (OPRB) ପରିଚାଳିତ ପୋଲିସ SI ପରୀକ୍ଷା ଆସନ୍ତା ୫ ଓ ୬ ତାରିଖ ହେବାକୁ ଥିଲା। 

      Ad..


ତେବେ ପରୀକ୍ଷା ହେବା ପୂର୍ବରୁ କ୍ରାଇମବ୍ରାଞ୍ଚ ଏ ନେଇ ବଡ଼ ଜାଲିଆତି ଧରିବାକୁ ସକ୍ଷମ ହେବା ପରେ ଏହି ପରୀକ୍ଷାକୁ ବାତିଲ କରି ଦିଆଯାଇଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post