ଗାନ୍ଧୀ ଜୟନ୍ତୀ ରୁ ଶୁଭାରମ୍ଭ ହେଲା ବିଜେଡି ର ଜନ ସଂପର୍କ ପଦଯାତ୍ରା ...

ଗାନ୍ଧୀ ଜୟନ୍ତୀ ରୁ ଶୁଭାରମ୍ଭ ହେଲା  ବିଜେଡି ର ଜନ ସଂପର୍କ ପଦଯାତ୍ରା ...


(ରାଜ୍ୟ ବିଜେପି ସରକାର ଙ୍କ ବିଫଳତା ଓ ଅପାରଗତା କୁ  ଜନ ସାଧାରଣ ଙ୍କ  ପାଖରେ ପହଞ୍ଚାଇବ ବିଜେଡି )

ବରଗଡ଼,୦୩/୧୦ (ବିଜୟ କୁମାର ସାହୁ) : ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ରୁ ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇ ଯାଇଛି । 

Ad..


ଜିଲ୍ଲା ସଭାପତି ସୁଶାନ୍ତ କୁମାର ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ  ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଜନ ସମ୍ପର୍କ ପଦଯାତ୍ରା ର ଶୁଭାରମ୍ଭ କରିଥିଲେ।

         Ad..


ଏହି ଅବସର ରେ  ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପା ଭୋଇ ,ପୌରଅଧ୍ୟକ୍ଷା କଳ୍ପନା ମାଝୀ ,ଏସ ଡି ସି ସି ବ୍ୟାଙ୍କ୍ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରଧାନ ,ବରିଷ୍ଠ ବିଜେଡି ନେତା ଅଚ୍ୟୁତାନନ୍ଦ ମହାପାତ୍ର...

Ad..


ଅଶୋକ ଯୋଶୀ,ଉପ ନଗର ପାଳ ରାଜେଶ୍ ଅଗ୍ରୱାଲ,ଟାଉନ ବିଜେଡି ସଭାପତି କିଶୋର ମିଶ୍ର, ଭେଡେନ ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରା,କାଉନସିଲର ଉମାଚରଣ ରାଉତ, ସୁଜିତ ମହାନ୍ତି ଜ୍ୟୋତ୍ସ୍ନା ପାଇକ,ଅକ୍ରୁର ବାରିକ,ରାଜୁ ଦାଶ,ରାଜୁ ସିଂ...

Ad..


ସୁନନ୍ଦା ପଣ୍ଡା,ଜନକ ଅଗ୍ରୱାଲ,ବିଜେଡି ନେତା ରୋହିତ ବାରିକ,ଅନୁପ ଶତପଥୀ,ଅଶ୍ଵିନୀ ସରାଫ,ତୁଷାର ମହାନ୍ତି ସୁବାସ ହୋତା,ଯତୀନ ଦାସ,ସତ୍ୟଜିତ ପୁରୋହିତ,ସୁଦାମ ଜାଲ ରଞ୍ଜିତ ସାହୁ,ପଦ୍ମିନୀ ଗଡତିଆ,ପିଙ୍କି ବଢେଇ  ରାମ କୃଷ୍ଣ ସାନିପନ ପ୍ରମୁଖ ଙ୍କ ସମେତ...

Ad..


ପୌର ପରିଷଦ ର ସମସ୍ତ କାଉନସିଲର ଓ ବିଜେଡି ନେତ୍ରୁ ମଣ୍ଡଳୀ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ଶୋଭାଯାତ୍ରା ରେ ସ୍ଥାନୀୟ ଗାନ୍ଧୀ ଛକ ପହଞ୍ଚି ଥିଲେ ସେଠାରେ  ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। 

Ad..


ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀ ରୁ ଲୋକନାୟକ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ବ୍ୟାପୀ ଏହି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହେବ ବୋଲି ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।

ତେବେ ଦୀର୍ଘ ଏକ ମାସ ଧରି ଅନୁଷ୍ଟିତ ହେବାକୁ ଥିବା ଏହି ଜନ ସମ୍ପର୍କ ପଦଯାତ୍ରା ସମୟ ରେ ବିଜେଡି ନେତ୍ରୁ ମଣ୍ଡଳୀ ଓ ବିଜେଡି କର୍ମୀ ପ୍ରତି ଗ୍ରାମ ଓ ପଞ୍ଚାୟତ ସମେତ ସହରାଞ୍ଚଳ ର ପ୍ରତି ୱାର୍ଡ କୁ ଗସ୍ତ କରି ରାଜ୍ୟ ବିଜେପି ସରକାର ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ ରେ କିପରି ବିଫଳ ହୋଇଛି ଓ ଲୋକଙ୍କୁ...

ପ୍ରତାରଣା କରିଛି ତାହା ଜନ ସାଧାରଣ ଙ୍କୁ ଅବଗତ କରାଇବା ସହିତ ରାଜ୍ୟ ରେ ଚାଷୀ ଙ୍କ ସମସ୍ୟା ,ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି,ଅସୁରକ୍ଷିତ ମହିଳା, ଅବ୍ୟବସ୍ଥିତ ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିପର୍ଯ୍ୟସ୍ତ ଶିକ୍ଷା ଭିତ୍ତିଭୂମି , ପରୀକ୍ଷା ପରିଚାଳନା ରେ ବ୍ୟାପକ ତ୍ରୁଟି ,ବାରମ୍ବାର ପ୍ରଶ୍ନ ପତ୍ର ଲିକ... 

ସାର ସମସ୍ୟା ,ଧାନ ବିକ୍ରି ସମସ୍ୟା , ଜଳ ସେଚନ ସମସ୍ୟା ବେକାରୀ ସମସ୍ୟା,ଦାଦନ ସମସ୍ୟା  ରାସ୍ତା ଘାଟ ଗୁଡ଼ିକର ଦୂରାବସ୍ଥା ଭଳି ଗୁରୁତ୍ବ ପୂର୍ଣ୍ଣ ସମସ୍ୟା ଗୁଡ଼ିକର ସମାଧାନ କ୍ଷେତ୍ର ରେ ରାଜ୍ୟ ଡବଲ ଇଞ୍ଜିନ ସରକାର ଙ୍କ ବିଫଳତା ଓ ଅପାରଗତା କୁ ଜନ ସାଧାରଣ  ଙ୍କ ପାଖରେ ପହଞ୍ଚାଯିବ ବୋଲି ବିଜେଡି ପକ୍ଷରୁ ଉଲ୍ଲେଖ କରାଯାଇଛି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post