ପିତବାସ ପଣ୍ଡା ହତ୍ୟା ମାମଲା ; ବିଜେଡିର ଅଭିଯୋଗ ନିଜ ଅପରିପକ୍ୱତାର ପରିଚୟ : ବିଜେପି...
ଭୁବନେଶ୍ଵର,୨୨/୧୦ : ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଡ଼ ଯତୀନ ମହାନ୍ତି କହିଛନ୍ତି ଯେ, ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡର ରାଜନୀତିକରଣ ହେବା ଅନୁଚିତ।
Ad..
ବ୍ରହ୍ମପୁର ଏସପିଙ୍କ ବିବୃତି ପରେ ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ କରି ନିଜ ରାଜନୈତିକ ଅପରିପକ୍ୱତାର ପରିଚୟ ପ୍ରଦାନ କରିଛି । ତଦନ୍ତ ପ୍ରକ୍ରିୟା ଜାରି ରହିିଛି ଏବଂ ସମସ୍ତେ ଏହି ନ୍ୟାୟର ପ୍ରକ୍ରିୟାରେ ସହଯୋଗ କରିବା ଉଚିତ । ଅସାମାଜିକ ତତ୍ୱ ତଥା ଅପରାଧିଙ୍କ କୈାଣସି ଜାତି ବା ଧର୍ମ ନାହିଁ।
Ad..
ଯେଉଁମାନଙ୍କ ସମ୍ପୃକ୍ତି ଅଛି ସେମାନେ ତଦନ୍ତ ପରିସରକୁ ଆସିବେ । ସମସ୍ତ ଦୋଷୀଙ୍କୁ ଧରି ଉପଯୁକ୍ତ ଦଣ୍ଡବିଧାନ କରିବା ହେଉଛି ମୂଳ ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଠିକ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କୁ ଦଣ୍ଡ ମିଳିବା ସୁନିଶ୍ଚିତ ବୋଲି ଡ.ମହାନ୍ତି କହିଛନ୍ତି ।
Ad..
ଗତ ୬ ତାରିଖ ଦିନ ବ୍ରହ୍ମପୁରରେ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଅତ୍ୟନ୍ତ ଦୁଃଖଦ ଘଟଣା । ଏହି ଘଟଣାର ରହସ୍ୟ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ଘଟଣା ସଂପର୍କରେ ସୁଚନା ଦେଇ ଆଜି ବ୍ରହ୍ମପୁର ଏସପି ଗଣମାଧ୍ୟମ ସମ୍ମୁଖରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି ।
Ad..
ଅନ୍ୟ ପଟେ ବ୍ରହ୍ମପୁର ଏସପିଙ୍କ ବିବୃତି ପରେ ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ କରି ନିଜ ରାଜନୈତିକ ଅପରିପକ୍ୱତାର ପରିଚୟ ପ୍ରଦାନ କରିଛି। ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ରମାନେ ଦର୍ଶାଇଛନ୍ତି ଯେ, ମନ୍ଦିର ଭିତରେ କିଏ, ନା ମୁଁ କଦଳୀ ଖାଇ ନାହିଁ।
Ad..
ନିଜ ଦଳର ଅସାମାଜିକ ତତ୍ୱ ତଥା ଅପରାଧିମାନଙ୍କର ସଂପୃକ୍ତି ସମ୍ବନ୍ଧରେ ନିଜ ସଫେଇ ଦେବା ସହିତ ବିଜେଡି ପ୍ରବକ୍ତାମାନେ ଅନେକ ଗମ୍ଭୀର ଆରୋପ କରିଛନ୍ତି, ଯାହା ତାଙ୍କର ସମ୍ପୂର୍ଣ୍ଣ ଅପରିପକ୍ୱତା ଏବଂ ପିଲାଳିଆମିର ପରିଚୟ ବୋଲି ଡ. ମହାନ୍ତି କହିଛନ୍ତି ।
Ad..
ଶାସନରେ ଥିଲାବେଳେ ବିଜୁ ଜନତା ଦଳର ନେତା, ବିଧାୟକ, ମନ୍ତ୍ରୀମାନେ ହତ୍ୟା, ଧର୍ଷଣ, ଅଙ୍ଗ ତସ୍କରୀ ଭଳି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥିଲେ ଏବଂ ଅପରାଧିମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିଲା।
ଆଜି ବି ସେ ଅଭ୍ୟାସ ଛାଡି ନାହାନ୍ତି ଏବେ ବି ବିଜେଡି ନେତାମାନେ ରାଜ୍ୟରେ ହତ୍ୟା, ଧର୍ଷଣ ଭଳି ଅପରାଧ ଚଳାଇଛନ୍ତି । ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପିତବାସ ପଣ୍ଡାଙ୍କ ହତ୍ୟା ହେଉଛି ଏହାର ସଦ୍ୟ ଉଦାହରଣ ବୋଲି ସେ କହିଛନ୍ତି।
ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ପ୍ରବକ୍ତାମାନେ ନିଜେ ଜଜ୍ ଏବଂ ପୋଲିସ ସାଜି ଶବ ଉପରେ ରାଜନୀତିର ନଗ୍ନ ରୂପ ପ୍ରକାଶ କରୁଥିଲେ । ମାତ୍ର ସେମାନେ ମନେ ରଖିବା ଉଚିତ ଯେ, ଗତ ୨୪ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଅପରାଧୀମାନଙ୍କ ପ୍ରାଦୁର୍ଭାବ ବଢିଥିଲା ।
ଅସାମାଜିକ ତତ୍ୱମାନଙ୍କୁ ତତ୍କାଳୀନ ବିଜେଡି ସରକାର ପ୍ରୋତ୍ସାହନ ଦେବା ସହ ରାଜନୀତିରେ ବ୍ୟବହାର କରୁଥିଲେ । ଆଇନଶୃଙ୍ଖଳା କ୍ଷେତ୍ରରେ ଗଞ୍ଜାମ ସବୁବେଳେ ସମ୍ବେଦନଶୀଳ ଜିଲ୍ଲା ହୋଇରହିଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସେହି ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଥିଲେ ।
ଆଇନଜୀବି ପୀତବାସ ପଣ୍ଡା ହତ୍ୟାକାଣ୍ଡ ପ୍ରସଙ୍ଗରେ ପୋଲିସ ଯାହା କହିଛି ତାହାକୁ ନ୍ୟାୟାଳୟରେ ପ୍ରମାଣ କରିବାକୁ ପଡିବ। ବିଚାର ପରସରକୁ ସମସ୍ତେ ଆସିବେ। ତଦନ୍ତ ସମୟରେ ଗୋଟିଏ ରାଜନୈତିକ ଦଳ ପକ୍ଷରୁ ଏଭଳି ମନ୍ତବ୍ୟ ଅପରିପକ୍ୱତାର ପରିଚୟ ଦେଉଛି ।
କେବଳ ଅଭିଯୋଗ କଲେ ହେବ ନାହିଁ । ଯାହା ପାଖରେ ଯାହା ସୂଚନା ଓ ତଥ୍ୟ ଅଛି, ତାହା କୋର୍ଟରେ ଦେଇପାରିବେ । ମାତ୍ର ଏଭଳି ପ୍ରଶ୍ନ କରିବା ସମ୍ପୂର୍ଣ୍ଣ ଅପରିପକ୍ୱତା ଏବଂ ପିଲାଳିଆମିର ପରିଚୟ ବୋଲି ଡ. ମହାନ୍ତି କହିଛନ୍ତି ।
ସତ୍ୟକୁ ହଜମ କରିପାରୁନି ବିଜେଡି । ନିଜ ଦଳର ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ଓ ଗିରଫ ପରେ ବିଜେଡିର ଚରିତ୍ର ଧରାପଡିଯାଇଛି। ନିଜ ଅପରାଧକୁ ଲୁଚେଇବା ପାଇଁ ଅପଚେଷ୍ଟା ନକରି ପୋଲିସର ତଦନ୍ତକୁ ବିଜେଡି ସହଯୋଗ କରୁ ବୋଲି ଡ. ମହାନ୍ତି କହିଛନ୍ତି। ଏହି ଅବସରରେ ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଓ ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ।
Edited by k.s thakur...







