ଯୁବ ଯାଦବ ସମାଜ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ...

ଯୁବ ଯାଦବ ସମାଜ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ...


କଣ୍ଟାବାଞ୍ଜି,୨୩/୧୦ : କଣ୍ଟାବାଞ୍ଜି ଯୁବ ଯାଦବ ସମାଜ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋରୁ ବଜାର ସ୍ଥିତ ମାଁ ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ପୂଜା ଅର୍ଚ୍ଚନା କରାଯାଇଥିଲା। 

Ad..


କାର୍ଯ୍ୟକ୍ରମ ଆରମ୍ଭରେ ଗଉଡ଼ ବାଡି ଧରି ଗୌଡ଼ ସମାଜ ଲୋକେ ନଗର ପରିକ୍ରମା କରି ଗୋରୁ ବଜାରରେ ପହଞ୍ଚି ଥିଲେ। ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା।

         Ad..

ସଭାରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ମନୋଜ କୁମାର ମହାକୁଡ଼  ଓ ସମ୍ମାନିତ ଅତିଥ୍ ଭାବେ ଜିଲ୍ଲା ଯାଦବ ସମାଜର ପୂର୍ବତନ ସଭାପତି ପରମାନନ୍ଦ ହାତୀ, ଜିଲ୍ଲା ଯୁବ ଯାଦବ ପୌରାଞ୍ଚଳ ସଭାପତି ସଞ୍ଜୀବ ବାଗ,ଜଳନ୍ଧର ମହାକୁଡ଼,ଭରଦ୍ବାଜ ଗହିର ପ୍ରମୁଖ ଯୋଗ ଦେଇଥିଲେ। 

    Ad..


ସଭାର ସଭାପତିତ୍ୱ ବେଦବ୍ୟାସ ନାଗ କରିଥିବା ବେଳେ ସମ୍ପାଦକ ସଞ୍ଜୟ ପୁଞ୍ଜି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି, ମୁଖ୍ୟବକ୍ତା ସମାଜ ସଂସ୍କାର ଓ ଗିରି ଗୋବର୍ଦ୍ଧନ ପୂଜା ପାଳନରେ ଯାଦବଙ୍କ ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। 

Ad..


ସଭା ପରିଚାଳନା ଗୁରୁ ଦୟାଲ ହଂସ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ବିମଳ ହାତୀ କରିଥିଲେ। ଯାଦବ ମାନଙ୍କ ଗୌଡ଼ ବାଡି ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ଭାବେ କୈଳାଶ ହାତୀ...

Ad..


ସତ୍ୟନାରାୟଣ ପୁଞ୍ଜି ଓ ଘନଶ୍ୟାମ ଗହିର ଯୋଗଦେଇ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଯାଦବ ସମାଜର ଶତାଧିକ ମହିଲା ପୁରୁଷ ଉପସ୍ଥିତ ଥିଲେ।

Ad..






Edited by k.s thakur...

Post a Comment

Previous Post Next Post