ନୂଆପଡ଼ା ଉପନିର୍ବାଚନ ; ୫ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ନାକଚ, ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ...
ନୂଆପଡ଼ା,୨୩/୧୦ : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ମୋଟ୍ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ।
Ad..
ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଛି। ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରାଙ୍କ ସହ ୩ ଜଣ ସ୍ବାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କମଳ ଛତ୍ରିଆ ଏବଂ ଭୁଜବଳ ଆଡ଼ବଙ୍ଗାଙ୍କ ପ୍ରାର୍ଥିତ୍ବ ନାକଚ ହୋଇଛି।
Ad..
ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନାଙ୍କ ସହ ୮ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ୍ ରହିଛି।
Ad..
ନାମାଙ୍କନପତ୍ର ଯାଞ୍ଚ ସମୟରେ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ ଏବଂ ରିଟର୍ଣ୍ଣିଂ ଅଫିସର୍ ସୁର୍ମି ସୋରେନ ଉପସ୍ଥିତ ଥିଲେ।
Ad..
Edited by k.s thakur...
Tags:
bjd
BJP
by election
congress
latest news
latest update
nuapada
odisha daily current affairs
odisha news
others
returning officer





