ମହିଳା ସବ୍‌ ଇନ୍ସପେକ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଇଆଇସି ବାବୁ ଗିରଫ...

ମହିଳା ସବ୍‌ ଇନ୍ସପେକ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଇଆଇସି ବାବୁ ଗିରଫ...


ଭୁବନେଶ୍ବର,୨୨/୧୦ :  ସରକାର ପୁଲିସ କର୍ମଚାରୀଙ୍କୁ ବିଶୃଙ୍ଖଳିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟିତ୍ବ ଦେଇଥିବା ବେଳେ ପୁଲିସ ନିଜେ ଏହିଭଳି ଗତିବିଧିରେ ସଂପୃକ୍ତ ରହୁଥିବା ଅଭିଯୋଗ ହେଉଛି। 

         Ad..


ସମାଜରେ ଶାନ୍ତି-ଶୃଙ୍ଖଳା ସ୍ଥାପନ ପାଇଁ ଦାୟିତ୍ବ ନେଇଥିବା ପୁଲିସ କର୍ମଚାରୀମାନେ ମଧ୍ୟ ବିଶୃଙ୍ଖଳିତ ଆଚରଣ କରୁଥିବା ଦେଖାଯାଉଛି।ଶାରୀରିକ ଏବଂ ମାନସିକ ନର୍ଯ୍ୟାତନା ନେଇ ମହିଳା ଏସ୍‌ଆଇଙ୍କ ଅଭିଯୋଗରେ ଭୁବନେଶ୍ବର ମହିଳା ଥାନା ପୁଲିସ ଆଇଆଇସିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଆଇଆଇସି ହେଲେ ଯଶୋବନ୍ତ ଆଚାର୍ଯ୍ୟ।

Ad..


ସବ୍‌ ଇନ୍ସପେକ୍ଟରଙ୍କ ଅଭିଯୋଗ ଅନୁସାରେ ବିବାହର ପ୍ରତିଶ୍ରୁତି ଦେଇ ଥାନା ଅଧିକାରୀ ଦୀର୍ଘଦିନ ଧରି ଶାରୀରିକ ସଂପର୍କ ରଖିଥିଲେ। ଏପରିକି ଗର୍ଭବତୀ କରାଇ ଥିଲେ ଏବଂ ପରେ ଗର୍ଭ ନଷ୍ଟ କରିଥିଲେ। ୨୦୧୭ ବ୍ୟାଚର ଏହି ଅଧିକାରୀ ପଦୋନ୍ନତି ପାଇ ଏବେ କଳାହାଣ୍ଡିକୁ ଯାଇଥିଲେ।

Ad..


ମହିଳା ଏସ୍‌ଆଇଙ୍କ ସୂଚନା ଅନୁଯାୟୀ, ଦୀର୍ଘ ୮ ବର୍ଷ ହେବ ସେ ଆଇଆଇସି ଯଶୋବନ୍ତ ଆଚାର୍ଯ୍ୟଙ୍କ ସମ୍ପର୍କରେ ଥିଲେ। ମହିଳାଙ୍କ ଘରକୁ ଆସି ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେI

Ad..


ଯେଉଁଯେଉଁ ସ୍ଥାନରେ ତାଙ୍କର ପୋଷ୍ଟିଙ୍ଗ ହେଉଥିଲା ପାଉଥିଲେ, ସେହିସେହି ଜିଲ୍ଲାକୁ ଯାଇ ଆଇଆଇସି  ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ୨୦୧୮ରେ କେନ୍ଦ୍ରାପଡା ଟାଉନ ଥାନାରେ ପୋଷ୍ଟିଙ୍ଗ ବେଳେ ପ୍ରଥମେ ଶାରୀରିକ ସମ୍ପର୍କ ରଖିଥିଲେ।

Ad..


୨୦୧୯ରେ ଗଞ୍ଜାମ ଜିଲ୍ଲରେ ପୋଷ୍ଟିଙ୍ଗ ହୋଇଥିଲା। ପ୍ରାୟ ୭ ବର୍ଷ ଧରି ଚାକିରି ଭିତରେ ଏକାଠି ସ୍ୱାମୀ-ସ୍ତ୍ରୀ ଭଳି ରହୁଥିଲୁ।ପାରଳାଖେମୁଣ୍ଡିରେ ୩ ଏସ୍‌ଏସ୍‌ ବାଟାଲିଅନ ଆର୍ମସରେ ଏସ୍‌ଆଇ ଭାବରେ କାର୍ଯ୍ୟ କରୁଥିଲେ।ଏପରିକି ଭୁବନେଶ୍ୱରରେ ପୋଷ୍ଟିଙ୍ଗ ପାଇବା ପରେ ବି ସମ୍ପର୍କରେ ଥିଲେ। ଗର୍ଭବତୀ ଥିବା ବେଳେ ଗର୍ଭନଷ୍ଟ କରଥିଲେ। 

Ad..


ମହିଳା ଏସ୍‌ଆଇ କହିଛନ୍ତି, ଅଭିଯୁକ୍ତ ଆଇଆଇସି ପୂର୍ବରୁ ବିବାହିତ ଏବଂ ତାଙ୍କର ୭ ମାସର ସନ୍ତାନ ଥିବା ପରେ ଜାଣିବାକୁ ପାଇଲି। ଏନେଇ ତାଙ୍କୁ କହିବା ପରେ ସେ ଧୀରେଧୀରେ ଦୁରେଇ ରହିଲେ। ମିଛ ପ୍ରତିଶ୍ରୁତି ଏବଂ ଶାରୀରିକ ନିର୍ଯାତନାର ଶିକାର ହେଲା ପରେ ମହିଳା ଥାନାରେ ଅଭିଯୋଗ କରିଛି। 




Edited by k.s thakur...

Post a Comment

Previous Post Next Post