କପିଲାଭଟା ରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦଘାଟିତ...
ବଙ୍ଗୋମୁଣ୍ଡା,୨୧/୧୦ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମ ରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି ଓ ମାଁ ସାହାଜି ଯୁବକ ସଂଘ କପିଲାଭଟା ର ମିଳିତ ଆନୁକୂଲ୍ୟରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦଘାଟିତ ହୋଇଯାଇଛି।
Ad..
ଆୟୋଜିତ ଉଦଘାଟନୀ ଉତ୍ସବ ରେ ସଭାପତି ମନମଥ ହଂସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଞ୍ଚାୟତ ସରପଞ୍ଚ ତୁଳସେ ଭୋଇ, ମୁଖ୍ୟବକ୍ତା ଭାବେ ଟିଟିଲାଗଡ଼ ଡିଏଭି କଲେଜ ର ଅଧ୍ୟାପକ ଭବାନୀଶଙ୍କର ଭୋଇ,ସମ୍ମାନୀୟ ଅତିଥି ଭାବେ...
Ad..
ବଲାଙ୍ଗୀର ଜିଲ୍ଲା କୃଷକ ସାଥି ସଂଘ ର ସଭାପତି ସୌଦାଗର ସାହୁ, ସମାଜସେବୀ ପରମେଶ୍ୱର ମହାନନ୍ଦ, ମାଁ ସାହାଜି ଯୁବକ ସଂଘ ର ସଭାପତି ଜିତାମିତ୍ର ବିଶି, ସ୍ୱେଚ୍ଛାସେବୀ ଧର୍ମେନ୍ଦ୍ର ଦାସ,ମାଁ ସାହାଜି ଯୁବକ ସଂଘ ର ପୂର୍ବତନ ସମ୍ପାଦକ ପରମାନନ୍ଦ ଛତ୍ରୀଆ...
Ad..
ଆୟୋଜକ କମିଟି ର ସମ୍ପାଦକ ବିଷ୍ଣୁପ୍ରସାଦ ଗହିର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଅଞ୍ଚଳ ର କଳା,ସଂସ୍କୃତି,ଐତିହ୍ୟ, ପରମ୍ପରା କୁ ଉଜ୍ଜୀବିତ କରିବା ସହ ସ୍ଥାନୀୟ କଳାକାର ମାନଙ୍କୁ ସୁଯୋଗ ଦେବା ର ଏକ ମଞ୍ଚ ପାଲଟିଛି ଗିରିଗୋବର୍ଦ୍ଧନ ମହୋତ୍ସବ ମଞ୍ଚ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।
Ad..
ଏହି କାର୍ଯ୍ୟକ୍ରମ କୁ ଆବାହକ ତଥା ସାମ୍ବାଦିକ ହୁଲେଶ୍ୱର ହଂସ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।ଓଡିଶା ସରକାର ଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଯାଜପୁର ର ଗୁରୁ ସନ୍ତୋଷ କୁମାର ସ୍ୱାଇଁ ଓ ସାଥି ଙ୍କ ଦ୍ଵାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ହୋଇଥିଲା।
Ad..
ସେହିପରି କେନ୍ଦ୍ରାପଡା ର ଉଷାରାଣୀ ଗୀତିନାଟ୍ୟ ପରିଷଦ ଏବଂ ସଂଗୀତ ସଦନ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲେ।
Ad..
ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନେ ଉପଭୋଗ କରିଥିଲେ। ଆସନ୍ତା ୨୩ ତାରିଖ ଦିନ ଉଦଯାପିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି।
Edited by k.s thakur...
Tags:
bangomunda
giri gobardhan puja
kantabanji
kapilabhata
latest news
latest update
odisha daily current affairs
odisha news







