ନୂଆପଡ଼ା ଉନିର୍ବାଚନ : ନୂଆପଡ଼ାରେ ବିଜେପି ପକ୍ଷରୁ ଆୟୋଜିତ ହେଲା ଆଦିବାସୀ ସମାଜ ସମ୍ମିଳନୀ...
ନୂଆପଡ଼ା,୨୮/୧୦ : ନୁଆପଡ଼ା ବିଧାନସଭା ଉପନିର୍ବାଚନ ରେ ବର୍ତ୍ତମାନ ପ୍ରଚାର ଜୋର୍ ଧରିଲାଣି। ଆଜି ବିଜେପି ପକ୍ଷରୁ ସରାବୋଙ୍ଗ ପଞ୍ଚାୟତ ଅଧିନସ୍ଥ ଭଇଁସମୁଣ୍ଡି ଗ୍ରାମ ଠାରେ ଏକ ଆଦିବାସୀ ସମାଜ ସମ୍ମିଳନୀ କାର୍ଯକ୍ରମ ଆୟୋଜିତ ହୋଇ ଯାଇଛି।Ad..
ଏଥିରେ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଆଦିବାସୀ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।
Ad..
ଏହା ସହିତ ନୁଆପଡ଼ାକୁ ଏକ ବିକଶିତ ଓ ଦାଦନ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ।
Ad..
ଏହି କାର୍ଯକ୍ରମରେ ରାଜ୍ୟ ସଭା ସାଂସଦ ମମତା ମହନ୍ତ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୁର୍ବତନ ସାଂସଦ ଡ. ପ୍ରଭାସ ସିଂ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ପୁର୍ବତନ ବିଧାୟିକା କୁସୁମ୍ ଟେଟେ, ଖମସିଂ ମାଝୀ, ହୋମସିଂ ମାଝୀ, ଲାଲସିଂ ମାଝୀ, ଭଗତ ରାମ ମାଝୀ ପ୍ରାମୁଖ ଉପସ୍ଥିତ ଥିଲେ ।
Ad..
Edited by k.s thakur...
Tags:
adivasi samaj
BJP
latest news
latest update
nuapada
nuapada by election
odisha daily current affairs
odisha news
politics
program





