ବ୍ରାଉନସୁଗାର କାରବାରରେ ଲିପ୍ତ ଗ୍ୟାଙ୍ଗକୁ ଧରିଲା ପୁଲିସ: ଦୁଇ ଭାଇଙ୍କ ସମେତ ୬ ଗିରଫ...

ବ୍ରାଉନସୁଗାର କାରବାରରେ ଲିପ୍ତ ଗ୍ୟାଙ୍ଗକୁ ଧରିଲା ପୁଲିସ: ଦୁଇ ଭାଇଙ୍କ ସମେତ ୬ ଗିରଫ...


ଜଗତସିଂହପୁର,୨୮/୧୦ : ଜଗତସିଂହପୁର ଜିଲ୍ଲାରେ ବ୍ରାଉନସୁଗାର କାରବାର ଚଳାଉଥିବା ଡନ୍ ଗ୍ୟାଙ୍ଗକୁ ପୁଲିସ ଧରିଛି। ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି ପୁଲିସ। 
Ad..
ଡନ୍ ଗ୍ୟାଙ୍ଗର ମୁଖ୍ୟ ଓହଳର ସୌମ୍ୟଜିତ ପରିଜା ଓରଫ୍ ଭିକି(୩୫) ଓ ତା ଭାଇ ସ୍ବପ୍ନଜିତ ପରିଜା ଓରଫ୍ ଜାକି(୨୫), ତୁଷାର ରଞ୍ଜନ ଦାସ(୩୫), ଲାଲାସାହିର ଅଭିଜାତ୍ୟା ସାହୁ ଓରଫ୍ ଗୁଗୁଲ(୩୦), ନାଉଗାଁ କୋକିଡିହର ରଞ୍ଜିତ ଦାସ ଓରଫ୍ ସିପୁ(୨୯)...
Ad..
ଲାଲାସାହିର ରଞ୍ଜନ କୁମାର ଗୋଚ୍ଛାୟତ(୨୫)କୁ ଜଗତସିଂହପୁର ଥାନା ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ୭୦ ଗ୍ରାମ ବ୍ରାଉନସୁଗାର, ବେପାର ପାଇଁ ବ୍ୟବହୃତ ହୋଣ୍ଡା ଆକ୍ଟିଭା(ଓଡି୨୧-ଆର-୯୫୦୪) ଗାଡ଼ି, ତିନୋଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଶାସକ ଦଳର ନେତାଙ୍କ ପୁଅ ମଧ୍ୟ ରହିଛି।
Ad..
ଏସପି ଅଙ୍କିତ କୁମାର ବର୍ମାଙ୍କ ସୂଚନା ଅନୁସାରେ, ଜଗତସିଂହପୁର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ବିଭିନ୍ନ ବର୍ଗର ବ୍ୟକ୍ତି, ବିଶେଷ କରି ନିଶା ଖାଇ ଦିଗଭ୍ରଷ୍ଟ ହୋଇ ଯାଇଥିବା କଲେଜ ଛାତ୍ରଙ୍କ ଅଭିଭାବକମାନେ ଅଭିଯୋଗ କରିଥିଲେ। 
Ad..



ଏହାପରେ ଅପରେସନ୍ ‘ହ୍ବାଇଟ୍ ସ୍ୟାଡୋ’ କରାଯାଇଥିଲା। ସବୁ ଥାନା ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଜଗତସିଂହପୁର ଥାନା ଅଞ୍ଚଳରୁ ମଧ୍ୟ ବ୍ରାଉନସୁଗାର ଜବତ କରାଯିବା ସହ ଚଢ଼ଉ କରାଯାଇଥିଲା। 

Ad..


ଗତକାଲି ରାତିରେ ମଙ୍ଗଳପୁର ବାଇପାସ୍ ନିକଟରେ ବେପାରୀମାନେ ଏକାଠି ହୋଇଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ୬ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଜଣେ ଖସି ପଳାଇଥିଲା।

Ad..


ତଦନ୍ତ ବେଳେ ଜଣାପଡ଼ିଥିଲା ଭିକି ଜଣେ କୁଖ୍ୟାତ ନିଶା ବେପାରୀ। ପୂର୍ବରୁ ୨୦୨୧ରେ ଏସଟିଏଫ୍ ହାତରେ ସେ ଓ ତାର ସହଯୋଗୀ ତିନି କେଜି ବ୍ରାଉନସୁଗାର ଓ କୋଟିଏ ଟଙ୍କା ସହ ଧରାପଡ଼ିଥିଲା। 

ଭିକି ନାଁରେ ୭ଟି ମାମଲା ରହିଥିବା ବେଳେ ତା ଭାଇ ଜାକି ନାଁରେ ୬, ତୁଷାର ନାଁରେ ୬, ସିପୁ ନାଁରେ ୬ ମାମଲା ରହିଥିବା ଏସପି ସୂଚନା ଦେଇଥିଲେ। ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣି ଜଗତସିଂହପୁର ଜିଲ୍ଲାରେ, ବିକ୍ରି କରୁଥିବା ଏସପି ଶ୍ରୀ ବର୍ମା କହିଛନ୍ତି। 

୨୦ରୁ ୨୫ ଲକ୍ଷରେ କିଣି ବେପାରୀଙ୍କୁ ୫୦ରୁ ୬୦ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ। ଶିବୁ ନାଉଗାଁ ଅଞ୍ଚଳ ଓ ଜାକି ବାଲିକୁଦା ଅଞ୍ଚଳରେ ବେପାର ଭାର ସମ୍ଭାଳିଥିଲେ। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଏମାନଙ୍କ ଗ୍ୟାଙ୍ଗରେ ଆଉ ଯେଉଁମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ କହିଛି।




Edited by k.s thakur...

Post a Comment

Previous Post Next Post