ନୂଆପଡ଼ା ଉପନିର୍ବାଚନ; ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ...
ନୂଆପଡ଼ା,୨୦/୧୦ : ନୂଆପଡ଼ା ଉପ ନିର୍ବାଚନ ପାଇଁ ସରଗରମ ହେଉଛି ରାଜନୀତି । ପ୍ରମୁଖ ତିନି ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାରକୁ ଜୋରଦାର କରିଛନ୍ତି।
Ad..
ଏହାରି ମଧ୍ୟରେ ନୂଆପଡା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ଗତ ୧୮ ତାରିଖରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଉପ ଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ...
Ad..
ପତ୍ର ଦାଖଲ କରିଥିବା ବେଳେ ଆଜି ନାମାଙ୍କନ ଭରିବାର ଶେଷ ତାରିଖ ଥିବା ବେଳେ ବିଜେଡ଼ି ଏକ ଏକ ବିରାଟ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ଥିଲେ।
Ad..
ନୂଆପଡ଼ା ଉପ ନିର୍ବାଚନ ପାଇଁ ଦୁଇ ଦିନ ହେବ ବିଜେଡ଼ି ତାର ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ବିଜେପି ୧୫ ମାସର ସଫଳତାକୁ ପ୍ରସଙ୍ଗ କରିଥିବାବେଳେ କଂଗ୍ରେସ ଆଇନ ଶୃଙ୍ଖଳାକୁ ପ୍ରସଙ୍ଗ କରିଛି।
Ad..
ଆଗକୁ ନୂଆପଡ଼ାକୁ ବହୁ ବଡ଼ ବଡ଼ ତାରକା ପ୍ରଚାରକ ଆସିବାକୁ ଥିବାରୁ, ପ୍ରଚାର ମଇଦାନ ଆହୁରି ସରଗରମ ହେବ ବୋଲି ଜଣାଯାଇଛି ।
Ad..
ସୂଚନା ଯୋଗ୍ୟ; ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ, ଏବଂ ୧୪ରେ ଭୋଟ ଗଣତି କରାଯାଇ, ଫଳାଫଳ ପ୍ରକାଶ ପାଇବ। ୧୬ତାରିଖ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହେବ।
Ad..
ଏଥିପାଇଁ ନୂଆପଡାରେ ୩୫୮ଟି ମତଦାନ କେନ୍ଦ୍ର ରହିଛି। ସବୁ ମତଦାନ କେନ୍ଦ୍ରରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯିବ। ବୁଥ୍ ଭିତରକୁ ମତଦାତାମାନେ ନିଜର ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ। ନଭେମ୍ବର ୧୧ ତାରିଖ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଚାଲିବ।
Ad..
Edited by k.s thakur...
Tags:
bjd
latest news
latest update
nomination filled
nuapada
nuapada by election
odisha daily current affairs
odisha news
politics
snehangini chhuriya








