ମନ୍ଦିରରୁ ପୂଜା ସାମଗ୍ରୀ ଚୋରି ଅଭିଯୋଗରେ ୬ ଜଣଙ୍କୁ ଗିରଫ କଲା ପୁଲିସ...
ଜଗତସିଂହପୁର,୨୦/୧୦ : ମନ୍ଦିରର ଷ୍ଟୋର ରୁମ୍ରୁ ପୂଜା ସାମଗ୍ରୀ ଚୋରି ଅଭିଯୋଗରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ପୁଲିସ ୬ ଜଣଙ୍କୁ ଗିରଫ କରିଛି।
Ad..
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ପଙ୍କପାଳ ମା’ ଦୁର୍ଗାପୂଜା କମିଟିର ସଭାପତି ଆଶୁତୋଷ କଣ୍ଠଙ୍କ ଅଭିଯୋଗ ଅଭିଯୁକ୍ତମାନେ ଗିରଫ ହୋଇଥିବା ତଦନ୍ତ ଅଧିକାରୀ ତଥା ପୁଲିସ ଏସ୍ଆଇ ରଶ୍ମିରଂଜନ ସାହୁ ଏହି ସୂଚନା ଦେଇଛନ୍ତି।
Ad..
ପୁଲିସ କହିଛି, ଅଭିଯୁକ୍ତମାନେ ହେଲେ ପାଲତୁ ଓରଫ ସୁବ୍ରତ ଦାସ (୨୮), କାହ୍ନା ଓରଫ ସାଗର ପ୍ରଧାନ (୧୯), ଲିଟୁ ଓରଫ ପ୍ରଭଞ୍ଜନ ନାୟକ, ତପନ ଓରଫ ଜଗନ୍ନାଥ ପରିଡ଼ା (୩୮), ଗୁଣ୍ଡି ଓରଫ ପ୍ରଶାନ୍ତ କୁମାର ସାହୁ (୨୧) , ମାନୁ ଓରଫ ମନୋଜ ପ୍ରଧାନ (୧୯)।
Ad..
ପାଲତୁ ନାମରେ ୧୨ଟି, କାହ୍ନା ନାମରେ ୩ଟି, ଲିଟୁ ନାମରେ ୪, ତପନ ନାମରେ ୬ଟି ଓ ଗୁଣ୍ଡି ନାମରେ ଗୋଟିଏ ପୂର୍ବରୁ ମାମଲା ରହିଛି। ମନୋଜ ନାମରେ କୌରଣି ମାମଲା ନାହିଁ।
Ad..
ଅଭିଯୁକ୍ତମାନଙ୍କ ଠାରୁ ପିତ୍ତଳ ଥାଳି, ଘଣ୍ଟ, ଅଖଣ୍ଡ ଦୀପ, ଉପଚାର ପତ୍ର, ଧୂପଦାନୀ, ଦୀପଷ୍ଟାଣ୍ଡ, ଏଲଇଡି ଲାଇଟ୍, ଜେନେରେଟର, ଚାମର ଓ ଅନ୍ୟ ସାମଗ୍ରୀ ଉଦ୍ଧାର ହୋଇଛି। ସେହିପରି ୨ଟି ବାଇକ୍ ଓ ଗୋଟିଏ ସାଇକେଲ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି।
Ad..
Edited by k.s thakur...
Tags:
6 arrested
items recover
Jagatsinghpur
latest news
latest update
odisha daily current affairs
odisha news
police
temple thiefs






