ଟିଟିଲାଗଡ଼ ରେଳ ଷ୍ଟେସନ୍ ରୁ ୭୦ ଲକ୍ଷ ନଗଦ ଟଙ୍କା ଜବତ, ନାଁ ୨ କୋଟି ?
ଟିଟିଲାଗଡ଼, ୧୯/୧୦ : ରେଳ ଷ୍ଟେସନ୍ ରୁ ୭୦ ଲକ୍ଷ୍ୟ ନଗଦ ଟଙ୍କା ଜବତ। ଟିଟିଲାଗଡ଼ ରେଳ ଜଙ୍କସନରୁ ଶୁକ୍ରବାର ରାତିରେ ୨ ଜଣ ବ୍ୟକ୍ତିଙ୍କ ଠାରୁ ଆରପିଏଫ୍ ୭୦ ଲକ୍ଷ ଟଙ୍କା ଜବତ କରିଛି।
Ad..
ଏତେ ଟଙ୍କା କୁଆଡ଼େ ଯାଉଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଟଙ୍କା ନେଇ ଯାଉଥିବା ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ରେଲୱେ ପୋଲିସ। ସୂଚନାନୁଯାୟୀ, ଶୁକ୍ରବାର ୨ ଜଣ ବ୍ୟକ୍ତି ଟାଟା-ଏଲଏପି ଏକ୍ସପ୍ରେସରେ କେସିଙ୍ଗା ଷ୍ଟେସନରୁ ବସିଥିଲେ।
Ad..
ଏମାନଙ୍କ ହାତରେ କଳା ରଙ୍ଗର ଏକ ସୁଟକେଶ ଦେଖି ଆରପିଏଫ ପୁଲିସକୁ ସନ୍ଦେହ ହୋଇଥିଲା। ଅଧିକ ପଚରାଉଚରା କରିବାରୁ ଏଥିରେ ଟଙ୍କା ଅଛି କିନ୍ତୁ କେତେ ଟଙ୍କା ଅଛି ଆମ୍ଭେ କିଛି ଜାଣିନାହୁଁ ବୋଲି କହିଥିଲେ।
Ad..
ସୁଟକେଶ୍ଟିକୁ ଯାଞ୍ଚ କରିବାରୁ ଏଥିରୁ ପୁଳା ପୁଳା ଟଙ୍କା ବାହାରିଥିଲା। ସବୁ ଟଙ୍କା ତକ ଏକାଠି କରି ଗଣତି କରିବାରୁ ୭୦ ଲକ୍ଷ ଟଙ୍କା ହୋଇଥିଲା ବୋଲି ରେଲୱେ ପୋଲିସ ଅଧିକାରୀ କହିଛନ୍ତି। ଏହାପରେ ଆରପିଏଫ୍ ଦୁଇ ବ୍ୟକ୍ତିଙ୍କୁ ଅଟକ ରଖିଥିଲା।
Ad..
ପ୍ରକାଶ ଥାଉକି, ଜବତ ହୋଇଥିବା ଟଙ୍କା କେସିଙ୍ଗା ମଦ ଭାଟିରୁ ରାଞ୍ଚି ଲାଳପୁର ଛକକୁ ଯାଉଥିବା ସୂଚନା ମିଳିଛି। ଆଗକୁ ବିହାର ନିର୍ବାଚନ ଥିବାରୁ ଏହି ଟଙ୍କା ବିହାର ଯାଉଥିବା ଚର୍ଚ୍ଚା ହେଉଛି। ସେପଟେ ଗୁରୁବାର ଦିନ ଷ୍ଟେସନରୁ ଆରପିଏଫ୍ ୨୦ ଲକ୍ଷ ଟଙ୍କା ଧରିଥିଲା।
Ad..
ଏବେ ପୁଣି ୭୦ ଲକ୍ଷ ଟଙ୍କା ଜବତ ହୋଇଛି। କିନ୍ତୁ ୭୦ ଲକ୍ଷ ଟଙ୍କା ପୂର୍ବରୁ ସୂଚନା ମିଳିଥିଲା ଯେ ଆରପିଏଫ ୨ କୋଟି ଟଙ୍କା ନଗଦ ଜବତ କରିଛି। କିନ୍ତୁ ରାତି ପାହିବା ପରେ ଏହା ଅକସ୍ମାତ୍ ୭୦ ଲକ୍ଷ ଟଙ୍କା ଆରପିଏଫ କେମିତି କହୁଛି ବୋଲି ଜନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି।
Ad..
ତେବେ ଅନେକ ସ୍ବେଛସେବୀ ଜିଆରପି ଓ ଆରପିଏଫ ଙ୍କ କାର୍ଯ୍ୟ ଶୈଳୀ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ରାତା ରାତି କିମ୍ବା କିଛି ସମୟ ବ୍ୟବଧାନ ପାଇ ଭିତରେ ଭିତରେ କିଛି ବ୍ଲାକ ଡ଼ିଲ ହୋଇ ନାହିଁ ତ୍ ?
ଏହା ଏବେ ବଡ ପ୍ରଶ୍ନବାଚୀ ଲୋକଙ୍କ ମନରେ ଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହାର ଉଚ୍ଚ ସ୍ତରୀୟ ଯାଞ୍ଚ ହେବା ଦରକାର ବୋଲି ଜନ ସାଧାରଣ ରେ ଦାବି କରାଯାଉଛି।
Edited by k.s thakur...
Tags:
70 lakhs or 2 crore
cash
cash money
doubt
latest news
latest update
money laundering
odisha daily current affairs
odisha news
rpf
seized
TITILAGARH







