ରାସ୍ତା କଡରେ ହୁତୁ ହୁତୁ ହୋଇ ଜଳିଗଲା ଟାଟା ମ୍ୟାଜିକ...
ପିପିଲି,୨୦/୧୦ : ରାସ୍ତା କଡରେ ହୁତୁ ହୁତୁ ହୋଇ ଜଳିଗଲା ଟାଟା ମ୍ୟାଜିକ। ପିପିଲି ପୌରାଞ୍ଚଳ ଅନ୍ତର୍ଗତ କଲେଜ ଛକ ଠାରେ ସୋମବାର ଅପରାହ୍ନରେ ଘଟିଛି ଏହି ଘଟଣା।
Ad..
ଏହି ଗାଡିଟି ସ୍ଥାନୀୟ ଜୟପୁରକିଲା ଗ୍ରାମର ବୀରେନ୍ଦ୍ର ଘଡେଇଙ୍କର ହୋଇଥିବା ସୂଚନା ମିଳିଛି। ବୀରେନ୍ଦ୍ର ନିଜର ଟାଟା ମ୍ୟାଜିକ ଗାଡିକୁ ନିଜ ଘର ସାମ୍ନା ରାସ୍ତା କଡରେ ରଖି ଘରକୁ ଖାଇବା ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।
Ad..
ଅପରାହ୍ନ ସମୟରେ ସର୍ଟ ସର୍କିଟରୁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଫଳରେ ଗାଡିଟି ରାସ୍ତା କଡରେ ହୁତୁ ହୁତୁ ହୋଇ ଜଳିଥିଲା। ଭୟରେ ଉକ୍ତ ରାସ୍ତା ଦେଇ ଗାଡି ମୋଟର ଚଳାଚଳ ବନ୍ଦ ହୋଇଯାଇଥିବା ବେଳେ ନିକଟବର୍ତ୍ତୀ ଦୋକାନ ଗୁଡିକ ବନ୍ଦ ହୋଇଯାଇଥିଲା।
Ad..
ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ଗାଡିଟି ସମ୍ପୂର୍ଣ ଜଳି ଯାଇଥିବା ସୂଚନା ମିଳିଛି।
Ad..
Edited by k.s thakur...
Tags:
latest news
latest update
Odisha
odisha daily current affairs
odisha news
pipili
tata magic
van burn





