କପିଲାଭଟା ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ ଉଦଯାପିତ...

କପିଲାଭଟା ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ ଉଦଯାପିତ...


ବଙ୍ଗୋମୁଣ୍ଡା,୨୪/୧୦ : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମ ରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି ଓ ମାଁ ସାହାଜି ଯୁବକ ସଂଘ କପିଲାଭଟାର ମିଳିତ ଆନୁକୂଲ୍ୟରେ ଚାଲିଥିବା ୩ୟ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦଯାପିତ ହୋଇଯାଇଛି।

Ad..


ପାର୍ଥ ହଂସ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ମୁଖ୍ୟବକ୍ତା  ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ନଟବର ବେହେରା...

        Ad..


ସମ୍ମାନୀତ ଅତିଥି  ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଭୋଲାନାଥ ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଢ଼, ବିଧାୟକ ଙ୍କ ପ୍ରତିନିଧି ବସନ୍ତ ମେହେର,କଣ୍ଟାବାଞ୍ଜି ବିଜେପି ବିଧାନସଭା ସଂଯୋଜକ ଯୌବନ ବାଗ...

Ad..


କପିଲାଭଟା ପଂଚାୟତ ସମିତି ସଭ୍ୟ କେଦାର ଭୋଇ, ବିଶିଷ୍ଟ ଶିକ୍ଷାବିତ ଭୁରିଶ୍ରବା ବିଶି, ସମାଜସେବୀ ଦୁର୍ଦ୍ଦକ୍ଷ ହଂସ,ମାଁ ସାହାଜି ଯୁବକ ସଂଘ ର ସଂଯୋଜକ ପୃଥ୍ୱୀରାଜ ବାଗ, ସ୍ୱେଚ୍ଛାସେବୀ ଅଶୋକ କୁମାର ବିଶି, ବଳଧା ନାଏବ ସରପଞ୍ଚ ବିକ୍ରମ ପୋଢ଼ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

Ad..


ଏହି ମହୋତ୍ସବ ମାଧ୍ୟମରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହେବା ସହିତ ଅଞ୍ଚଳର କଳା, ସଂସ୍କୃତି, ପରମ୍ପରାର ସୁରକ୍ଷା ଓ ପ୍ରଚାର ପ୍ରସାର ହୋଇପାରୁଛି।ସ୍ଥାନୀୟ କଳାକାର ନିଜ କଳା, ପ୍ରତିଭାର ପ୍ରଦର୍ଶନର ସୁଯୋଗ ପାଇ ପାରୁଛନ୍ତି। 

Ad..


ଭାଇଚାରା, ଏକତାର ବାର୍ତ୍ତା ଦେଉଛି ଏହି ଗିରିଗୋବର୍ଦ୍ଧନ ମହୋତ୍ସବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଏହି ଅନୁଷ୍ଠାନର ଉତ୍ତରୋତ୍ତର ପ୍ରଗତି କାମନା ସହ ଆୟୋଜକ ଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।

Ad..


ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ  ଶତପ୍ରାଣ ପ୍ରୟାସ କରିଥିବା ଆୟୋଜକ କମିଟି ଙ୍କୁ ଅତିଥି ମାନେ  ଧନ୍ୟବାଦ ଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ଆବାହକ ତଥା ସାମ୍ବାଦିକ ହୁଲେଶ୍ୱର ହଂସ  ସଂଯୋଜନା କରିଥିଲେ ।

ଏହି ଅବସରରେ ଅଞ୍ଚଳର ବିଶିଷ୍ଟ ପ୍ରତିଭାବାନ ବ୍ୟକ୍ତି , କଣ୍ଟାବାଞ୍ଜି ଅଞ୍ଚଳ ର ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ବେଳପଡ଼ା ର ମଞ୍ଚ ଉପସ୍ଥାପକ ସୁଶୀଲ କୁମାର ପୋଢ଼, ବରତୁଣ୍ଡା ର ଯୁବ କଣ୍ଠଶିଳ୍ପୀ ଖଗେଶ୍ୱର ବାଗ,ବଙ୍ଗୋମୁଣ୍ଡା ଅଞ୍ଚଳ ର ଯୁବ ସାମ୍ବାଦିକ ରାଧେଶ୍ୟାମ ମେହେର, କପିଲାଭଟା ର ଯୁବ ଗୀତିକାର ଅନନ୍ତରାମ ହଂସ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଓଡିଶା ସରକାର ଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଖୋର୍ଦ୍ଧା ର କଳାକାର ମାନଙ୍କ ଦ୍ୱାରା ମାଁ ମଙ୍ଗଳା ଭାରତ ଲୀଲା ମଂଚସ୍ଥ ହୋଇଥିଲା । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । 

ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନେ ଉପଭୋଗ କରିଥିଲେ। ଆୟୋଜକ କମିଟି ର ସମସ୍ତ କର୍ମକର୍ତ୍ତା, ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ।



Edited by k.s thakur...

Post a Comment

Previous Post Next Post