ଚିତ୍ରଗୁପ୍ତ ଦେବଙ୍କ ବାର୍ଷିକ ଉତ୍ସବ ଓ ପୂଜନୋତ୍ସବ ମହା ସମାରୋହରେ ପାଳିତ...

ଚିତ୍ରଗୁପ୍ତ ଦେବଙ୍କ ବାର୍ଷିକ ଉତ୍ସବ ଓ ପୂଜନୋତ୍ସବ ମହା ସମାରୋହରେ ପାଳିତ...


ବରଗଡ଼,୨୪/୧୦ (ବିଜୟ କୁମାର ସାହୁ) : ଗୁରୁବାର ଦିନ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ବାର୍ଷିକ ଉତ୍ସବ ଓ ପୂଜନୋତ୍ସବ ୨୦୨୫ ମହା ସମାରୋହରେ ପାଳିତ ହୋଇଯାଇଅଛି।

Ad..


ଏହି ଅବସରରେ ରଙ୍ଗୋଲି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ରଙ୍ଗୋଲି ରେ ସଞ୍ଜୁବାଲା ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କୁସୁମ ପଟ୍ଟନାୟକ ଓ ସୀମା ପଟ୍ଟନାୟକ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। 

        Ad..


ସେହିପରି ଚିତ୍ରାଙ୍କନ ଜୁନିୟର ରେ ଅଂଶୁମାନ ପଟ୍ଟନାୟକ ପ୍ରଥମ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକ ଦ୍ବିତୀୟ ଓ ସବ୍ ଜୁନିଅର ରେ ସାଇ ସାର୍ଥକ ସାହୁ ପ୍ରଥମ ତଥା ସଂପୂର୍ଣ୍ଣା ପଟ୍ଟନାୟକ ଦ୍ବିତୀୟ ସ୍ଥାନ ହାସଲ କରି କରିଥିଲେ।

    Ad..


ସମସ୍ତ ପ୍ରତିଯୋଗିଙ୍କୁ  ମାନପତ୍ର,ମୋମେଣ୍ଟୋ ଓ ଉପଢ଼ୌକନ ସହ ପୁରସ୍କୃତ କରାଯାଇଥିଲା ।ଶ୍ରୀମତୀ ମମିତା ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ପୁରସ୍କୃତ କରାଯାଇଥିବାରୁ କରଣ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Ad..


ଏହା ପୂର୍ବରୁ ଝରଣା ପଟ୍ଟନାୟକ, କବିତା ପଟ୍ଟନାୟକ, ସବିତା ପଟ୍ଟନାୟକ, ମମତା ପଟ୍ଟନାୟକ,ସୀମା ପଟ୍ଟନାୟକ,ମିନୁ ପଟ୍ଟନାୟକ, ମଧୁସ୍ମିତା ପଟ୍ଟନାୟକ,ମିଳି ପଟ୍ଟନାୟକ ତଥା ମିନୁ ସାହୁ ପ୍ରମୁଖ କଳସ ଯାତ୍ରା ରେ ସାମିଲ ହୋଇଥିଲେ।

Ad..


ସଭାପତି ନେତ୍ରାନନ୍ଦ ବକ୍ସି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ପୂଜା ରେ ପାରସ ପଟ୍ଟନାୟକ ଓ ସ୍ନେହା ପଟ୍ଟନାୟକ କର୍ତ୍ତା କର୍ତ୍ତ୍ରୀ ରୂପେ ବରଣ ହୋଇ ପୂଜା କାର୍ଯ୍ୟ ତୁଲାଇଥିଲେ।

Ad..


କରଣ ସମାଜର କୂଳ ଦେବତା ଭଗବାନ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଙ୍କ ପୂଜନୋତ୍ସବ କୁ ମହା ଆଡମ୍ବର ରେ ପାଳନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରବିରତ୍ନ  ସାହୁ,ଉମା ଶଙ୍କର ପଟ୍ଟନାୟକ,ପ୍ରମୋଦ କୁମାର ପଟ୍ଟନାୟକ,ବନ ବିହାରି ପଟ୍ଟନାୟକ,ଶିଶିର କୁମାର ପଟ୍ଟନାୟକ...

ପ୍ରେମାନନ୍ଦ ପୃଶେଠ,ମନୋଜ ମହାପାତ୍ର,ପ୍ରତାପ ପଟ୍ଟନାୟକ,ସବିତା ପଟ୍ଟନାୟକ,ଆଜାଦ ସାହୁ,ଶଙ୍କର ପଟ୍ଟନାୟକ,ଜ୍ଞାନ ପଟ୍ଟନାୟକ,ଶଶିଭୂଷଣ ପଟ୍ଟନାୟକ,ହରି ନାରାୟଣ ପଟ୍ଟନାୟକ, ଦେବୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ଦେବଦତ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post