ଜାନୁୟାରୀ ୯ରୁ ଆରମ୍ଭ ହେବ କଣ୍ଟାବାଞ୍ଜି ମାଟିର ମହୋତ୍ସବ ; ସ୍ଥାନୀୟ କଲାକାରକୁ ଦିଆଯିବ ଗରୁତ୍ବ...

ଜାନୁୟାରୀ ୯ରୁ ଆରମ୍ଭ ହେବ କଣ୍ଟାବାଞ୍ଜି ମାଟିର ମହୋତ୍ସବ ; ସ୍ଥାନୀୟ କଲାକାରକୁ ଦିଆଯିବ ଗରୁତ୍ବ...


କଣ୍ଟାବାଞ୍ଜି,୧୬/୧୦ : କଣ୍ଟାବାଞ୍ଜି ମାଟିର ମହୋତ୍ସବ ପାଇଁ ତୃତୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶ୍ରୀ ହରିଭବନ ଠାରେ ସଂଧ୍ୟାରେ ଆୟୋଜିତ ହୋଇ ଯାଇଛି । କମିଟିର ଆବାହକ ପୁଷ୍ପକେତୁ ବେହେରା ଙ୍କ ଆବହକତ୍ୱରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । 

Ad..


ଏଥିରେ ବିଧାୟକ ତଥା କମିଟିର ଅଧକ୍ଷ ଲକ୍ଷଣ ବାଗ ସଭାପତିତ୍ୱ କରିଥିଲେ । ଦ୍ଵିତୀୟ ବର୍ଷ ହେବାକୁ ଥିବା ଏହି ମହୋତ୍ସବ ଆଗାମୀ ଜାନୁୟାରୀ ମାସ ୯ ତାରିଖ ରୁ ଆରମ୍ଭ ହୋଇ ୧୧ ତାରିଖ ତିନି ଦିନରେ ସରିବ ବୋଲି ନିଷ୍ପତ୍ତି ନିଆଯାଇଛି । 

Ad..


ଚଳିତ ବର୍ଷ ଏହି କମିଟି ବହୁତ ସୁନ୍ଦର ଭାବେ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ। ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଏହି ମହୋତ୍ସବରେ କଳାକାର ମାନେ ନିଜ ସଂସ୍କୃତିକ କଲା ପ୍ରଦର୍ଶନ କରିବେ। 

Ad..


ସେହିପରି ଅନେକ ବୁଦ୍ଧିଜୀବୀଙ୍କୁ ନେଇ ଖୋଲା ମଞ୍ଚରେ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ଏହି ମହୋତ୍ସବରେ ସ୍ଥାନୀୟ ଅନେକ କଳାକାର, ବିଭିନ୍ନ ଦିଗରେ ସଫଳତା ହୋଇଥିବା ବ୍ୟକ୍ତି ଵିଶେଷ ଙ୍କୁ ସମ୍ମାନୀତ କରାଯିବ। 

Ad..


ବୈଠକ ରେ ନୂତନ ଭାବେ ସମ୍ପାଦକ ଭାବେ ବେଦବ୍ୟାସ ନାଗ ଓ କୋଷାଧ୍ୟକ୍ଷ ଭାବେ ସନ୍ତୋଷ ଅଗ୍ରୱାଲ ଙ୍କୁ ଚୟନ କରାଯାଇଛି। ସେହିପରି ବୈଠକ ରେ ଅନେକ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯାହା ଆଗାମୀ ମହୋତ୍ସବରେ ଫଳପ୍ରଦ ହେବ। 

Ad..


ଆଜିର ବୈଠକ ରେ ସଭାପତି ବ୍ରାଜଶ୍ୟାମ ଗୁରୁ, ସାଧାରଣ ସମ୍ପାଦକ ବେଦବ୍ୟାସ ନାଗ, କୋଷାଧ୍ୟକ୍ଷ ସନ୍ତୋଷ ଅଗ୍ରୱାଲ,ଉପସଭାପତି ସଂଜୟ ଗାନ୍ଧୀ, ସହ ସଂପାଦକ ଦିନେଶ୍ ମହାନନ୍ଦ, ତୁଳସୀ ଜଗତ,  ରାଜେନ୍ଦ୍ର ବେହେରା,ନିଶିକାନ୍ତ ମହାପାତ୍ର...

Ad..


ଆଶିଷ ବଦ୍ରି,ପ୍ରଚାରକ ରୋହନ ମହତ,ପପୁ ଜୁଏଡ଼, ସଂକୃତିକ ସମ୍ପାଦକ ରଶ୍ମି ରଞ୍ଜନ ପୁଟେଲ ସହ ପ୍ରମାନନ୍ଦ ପୁଟେଲ,ରାଜୁ ବାରିକ, ସୋହନ ଗୁରୁ,ମୋହନ ସୁନା, ସେହେବାଜ ଖାଁ ,କିଶୋର ମାଝି,ସଂଜୟ ନାଥ,ଗୁରୁ ଦୟାଳ ହଂସ, ଆଶିଷ ଖେତାନ, ମୋହନ ସୁନାସତ୍ୟ ନାରାୟଣ ଅଗ୍ରୱାଲ, ବିମଳ ହାତି, ପ୍ରକାଶ ପ୍ରଧାନ, ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।




Edited by k.s thakur...

Post a Comment

Previous Post Next Post