ଜନ୍ମଦିନରେ ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେଲେ ନବୀନ ପଟ୍ଟନାୟକ...
ଭୁବନେଶ୍ଵର,୧୬/୧୦ : ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ୭୯ ବର୍ଷ ରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର ଗଙ୍ଗନଗର...
Ad..
ବିଜୁ ଆଦର୍ଶ କଲୋନୀ ରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି ।ବିଜେଡି ର ନେତା ଓ କର୍ମୀ ମାନଙ୍କ ଗହଣ ରେ ନବୀନ ପଟ୍ଟନାୟକ କିଛି ବାଟ ଚାଲିବା ସହିତ ଆୟୋଜିତ ସଭା ରେ ଉପସ୍ଥିତ ଜନତା ଓ କର୍ମୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି।
Ad..
ଏହି ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି ବିଜୁ ଜନତା ଦଳ ଓଡିଶା ବାସୀ ଙ୍କ ସହିତ ସବୁବେଳେ ରହିଛି ଓ ରହିଥିବ। ସେବା ବିଜୁ ଜନତା ଦଳ ର ମନ୍ତ୍ର । ତେଣୁ ଲୋକଙ୍କ ସେବା ଜାରି ରଖିବା ପାଇଁ କର୍ମୀ ମାନଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେବା ସହିତ,ଶେଷ ପର୍ଯ୍ୟନ୍ତ ସେ ଓଡିଶା ମା ର ସେବା କରିଚାଲିବେ ବୋଲି ନବୀନ ପଟ୍ଟନାୟକ କହିଥିଲେ ।
Ad..
ଭୁବନେଶ୍ୱର ବିଜୁ ଜନତା ଦଳ ର ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର,ସାଂସଦ ଦେବାଶିଷ ସାମନ୍ତରାୟ, ସୁଲତା ଦେଓ,ପ୍ରମିଳା ମଲ୍ଲିକ,ବିଧାୟକ ଅନନ୍ତ ନାରାୟଣ ଜେନା,ବିଧାୟକ ସୁଶାନ୍ତ ରାଉତ...
Ad..
ବିଧାୟକ ବିଭୁତି ବଳବନ୍ତରାୟ ,ଭୁବନେଶ୍ୱର ର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର,ବିଜେଡି ର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଜେଡି ର କର୍ପୋରେଟର ମାନେ ଯୋଗ ଦେଇଥିଲେ।
Ad..
ଏହି ଅବସରରେ ନବୀନ ପଟ୍ଟନାୟକ ପିଲାମାନଙ୍କୁ ଚକୋଲେଟ ମଧ୍ୟ ବାଣ୍ଟି ଥିଲେ । ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅକଟୋବର ୯ ରୁ ଆରମ୍ଭ ହୋଇଛି ଓ ଏହା ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବ।
Ad..
ଏହା ସହ ଭୁବନେଶ୍ୱର SOS village ରେ ଜନ୍ମଦିନ ପାଳିଲେ ନବୀନ ପଟ୍ଟନାୟକ । ସରଳ ଓ ନିରାଡ଼ମ୍ବର ଜୀବନ ଶୈଳୀ ରେ ବିଶ୍ୱାସ ରଖୁଥିବା ନବୀନ ପଟ୍ଟନାୟକ ତାଙ୍କ ଜନ୍ମ ଦିନ SOS Village ର ପିଲାମାନଙ୍କ ଗହଣ ରେ କେକ୍ କାଟିଛନ୍ତି ।
ଆଜି ପୂର୍ବାହ୍ନ ରେ ନବୀନ ପଟ୍ଟନାୟକ ସେଠାର ପହଂଚିବା ପରେ ପିଲାମାନେ ତାଙ୍କୁ ସ୍ୱାଗତ କରିଥିଲେ । ପିଲାମାନେ ଦ୍ୱାରା ପ୍ରସ୍ତୁତ cake ଶ୍ରୀ ପଟ୍ଟନାୟକ କାଟିବା ସହ ପିଲାମାନଙ୍କୁ ନିଜେ cake ଖୁଆଇ ଦେଇଥିଲେ ଓ ପିଲାମାନଙ୍କୁ ଉପହାର ଦେଇଥିଲେ।
ପିଲାମାନଙ୍କୁ ଆଶୀର୍ବାଦ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଜି ପିଲାମାନଙ୍କ ସହ ଜନ୍ମ ଦିନ ପାଳନ କରି ସେ ବହୁତ ଖୁସି।ତାଙ୍କ ଜନ୍ମ ଦିନ ରେ ସାମିଲ ହୋଇ ଥିବାରୁ ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ ଭଲ ମଣିଷ ହେବା ପାଇଁ ଆଶୀର୍ବାଦ କରିଥିଲେ।
Edited by k.s thakur...
Tags:
Bhubaneswar
birthday
former cm Naveen Patnaik
jansampark padajatra
latest news
latest update
odisha daily current affairs
odisha news
participation







