କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟିର ବୈଠକ ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୦/୧୦ କଣ୍ଟାବାଞ୍ଜି ମାଟିର ମହୋତ୍ସବର ଏକ ସାଧାରଣ ବୈଠକ ସ୍ଥାନୀୟ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇ ଯାଇଛି।କମିଟିର ଆବାହକ ପୁଷ୍ପକେତୁ ବେହେରା ଙ୍କ ଆବହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ବ୍ରଜଶ୍ୟାମ ଗୁରୁ ସଭାପତିତ୍ୱ କରିଥିଲେ।
Ad..
ଦ୍ଵିତୀୟ ବର୍ଷ ମାଟିର ମହୋତ୍ସବ କରିବା ପାଇଁ ଆଜି କମିଟିର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଛି। ବୈଠକରେ ପ୍ରଥମେ ମାଟିର ସନ୍ତାନ କଟକ ଭିଜିଲାନ୍ସ ଏସପି ସ୍ବର୍ଗତ ସତ୍ୟବାନ ମହାନନ୍ଦ ଙ୍କ ଅକାଳ ବିୟୋଗ ହୋଇଥିବା ରୁ ତାଙ୍କର ଆମର ଆତ୍ମା ପାଇଁ ଏକ ମିନିଟ ଶାନ୍ତି ନିରବ ପ୍ରାର୍ଥନା କରାଯାଇଥିଲା।
Ad..
ପରେ ବୈଠକ ଆରମ୍ଭ ରେ ଚଳିତ ବର୍ଷ କେମିତି ଠିକ ବ୍ୟବସ୍ଥିତ ଭାବେ ୩ ଦିନିଆ ଏହି ମହୋତ୍ସବ କୁ ସଫଳ କରାଯିବ ସେନେଇ ଆଲୋଚନା ହୋଇଥିଲା । ସ୍ଥାନୀୟ ରେଳବାଇ ଖେଳ ପଡିଆ ଠାରେ ଏହି ଦ୍ଵିତୀୟ ବର୍ଷ ମହୋତ୍ସବ କରାଯିବ ବୋଲି ସ୍ଥିର କରାଯାଇଛି।
Ad..
ଶେଷରେ ଦିନେଶ୍ ମହାନନ୍ଦ ଧନ୍ୟବାଦ ଦେଇଥିଲେ।ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ବେଦବ୍ୟାସ ନାଗ, ରାଜେନ୍ଦ୍ର ବେହେରା, ରାଜୁ ବାରିକ, ପପୁ ଜୁଏଡ଼, ଗୁରୁଦାୟଲ ହଂସ, ପ୍ରକାଶ ପ୍ରଧାନ...
Ad..
ତୁଳସୀ ଜଗତ, ରୋହନ ମହତ, ସଂଜୟ ଅଗ୍ରୱାଲ, ସଂଜୟ ନାଥ, ଅରୁଣ ଆର୍ୟ, ବିବେକ ଶର୍ମା, ସତ୍ୟନାରାୟଣ ଅଗ୍ରୱାଲ, ପରମାନନ୍ଦ ପୁଟେଲ ସହ ଅନ୍ୟ ମାନେ ସାମିଲ ହୋଇଥିଲେ।
Edited by k.s thakur...
Tags:
bolangir daily current affairs
kantabanji
latest news
latest update
mati mahotsav mahotsav meeting
odisha daily current affairs
odisha news





