ମାଁ ଗଜଲକ୍ଷ୍ମୀ ପୂଜା ରୌପ୍ୟ ଜୟନ୍ତୀ ମହୋତ୍ସବ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ...
ବରଗଡ଼,୧୧/୧୦ (ବିଜୟ କୁମାର ସାହୁ) : ମାଁ ଗଜଲକ୍ଷ୍ମୀ ପୂଜା ରୌପ୍ୟ ଜୟନ୍ତୀ ମହୋତ୍ସବ-2025 ଅବସରରେ ବୀରମାଲ ଚାରିଛକ ଠାରେ ଗଜଲକ୍ଷ୍ମୀ ପୂଜା କମିଟି ଓ ସଂକଳ୍ପ ପରିବାର ବରଗଡ଼ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି।
Ad..
ଆଜିର ରକ୍ତଦାନ ଶିବିରରେ ଅତିଥି ଭାବରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରହିତ ଯୋଗଦାନ କରି ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
Ad..
ବୀରମାଲ ସରପଞ୍ଚ ଶ୍ରୀମତୀ ସୁଷମା ଆଚାର୍ଯ୍ୟ ଓ ନାଏବ ସରପଞ୍ଚ ଶ୍ରୀ କୈଳାସ ସାହୁ ଉଭୟ ରକ୍ତଦାତାଙ୍କ ସହିତ ମୋଟ 53 ଜଣ ସ୍ବେଛାକୃତ ଭାବରେ ରକ୍ତଦାନ କରୁଥିଲେ।
Ad..
ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ସମ୍ପାଦକ ଜି ରମେଶ, ଗଜଲକ୍ଷ୍ମୀ ପୂଜା କମିଟି ସଭାପତି କୃଷଚନ୍ଦ୍ର ଦାସଙ୍କ ସହିତ ସୁରେନ୍ଦ୍ର ଭୁଏ, ଦେବେନ୍ଦ୍ର ଭୁଏ, ଅନନ୍ତ ସାହୁ, ନୀଲେଶ ପଧାନ, ଚିନ୍ମୟ ପାଣ୍ଡେ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
Bargarh
bargarh news
blood donation camp
gajalaxmi puja
latest news
latest update
odisha daily current affairs
odisha news





