ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ...

ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ...


କଣ୍ଟାବାଞ୍ଜି,୧୧/୧୦ ତୁରେକେଲା କ୍ଳଷ୍ଟର ଅନ୍ତର୍ଗତ ତୁରେକେଲା ଆଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି।

Ad..


ପ୍ରଧାନ ଶିକ୍ଷକ ପାର୍ଥବ ମହାନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିରଞ୍ଚି ନାରାୟଣ ଦାଶ,ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ମୁଖ୍ୟ ଅତିଥି, ସମାଜସେବୀ ବିରଞ୍ଚି ଖର୍ସେଲ,ଶିକ୍ଷୟିତ୍ରୀ ସୁକାନ୍ତି ମାଝୀ... 

Ad..


ଗୋପାଳ ଧରୁଆ, ଏଏନଏମ  ସବିତା ନାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ବାଳିକା ମାନେ ସକଳ ଶକ୍ତିର ଆଧାର, ସେମାନେ ଚେଷ୍ଟାକଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସ୍ୱ।ଦ ଚାଖିପାରିବେ ବୋଲି ମୁଖ୍ୟ ଅତିଥି  ବିଭିନ୍ନ ଉଦାହରଣ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

Ad..


ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Ad..


ବିଦ୍ୟାଳୟର ଛାତ୍ରୀ ଅନନ୍ୟା ନାଗଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା।ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା।




Edited by k.s thakur...

Post a Comment

Previous Post Next Post