ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଟ୍ଵିଷ୍ଟ; ପଦ୍ମ ଧରିଲେ ଜୟ ଢୋଲକିଆ...

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଟ୍ଵିଷ୍ଟ; ପଦ୍ମ ଧରିଲେ ଜୟ ଢୋଲକିଆ...


ଭୁବନେଶ୍ଵର,୧୧/୧୦ : ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଟ୍ଵିଷ୍ଟ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପଦ୍ମ ଧରିଛନ୍ତି ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ।

Ad..


ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୟ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ସମ୍ଭାବନା ରହିଛି।

         Ad..


ଆଜି ବିଜେପି ପକ୍ଷରୁ ଆୟୋଜିତ ଏକ ବଡ଼ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେଡି ଛାଡ଼ି ବିଧିବଦ୍ଧ ଭାବରେ ସେ ବିଜେପିରେ ସାମିଲ୍ ହୋଇଛନ୍ତି ।

Ad..


ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉଚ୍ଚ ଶିକ୍ଷା ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ପୂର୍ବତନ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଜୟ ଢୋଲକିଆ ବିଜେପିରେ ସାମିଲ ହୋଇଛନ୍ତି

Ad..


ନୂଆପଡ଼ା ଉପନିର୍ବାଚନରେ ବିଜେଡି ଓ ବିଜେପି ରୁ କିଏ ପ୍ରର୍ଥୀ ହେବେ ସେନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଆଜିର ଏହି ଟ୍ଵିଷ୍ଟ ସମସ୍ତଙ୍କୁ ଚକିତ କରିଦେଇଛି ।



Edited by k.s thakur...

Post a Comment

Previous Post Next Post