ରାତିରେ ଝିଅମାନେ ବାହାରକୁ ଯିବା ଉଚିତ୍ ନୁହେଁ; ମମତାଙ୍କ ମନ୍ତବ୍ୟକୁ ସମାଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା...
ଭୁବନେଶ୍ଵର,୧୩/୧୦ : ମମତା ବାନାର୍ଜୀଙ୍କୁ କଡ଼ା କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଝିଅମାନେ ରାତିରେ ବାହାରକୁ ଯିବା ଉଚିତ୍ ନୁହେଁ’ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ।
Ad..
ସେ କହିଛନ୍ତି ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏଭଳି ମନ୍ତବ୍ୟ ଆସିବା ଉଚିତ୍ ନୁହେଁ । ପଶ୍ଚିମବଙ୍ଗରେ ରହୁଥିବା ମହିଳାଙ୍କୁ ଏହା ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି ।
Ad..
ନ୍ୟାୟ ଦେବା ବଦଳରେ ଝିଅଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବା ନିନ୍ଦନୀୟ।ସେ ଆଉ ମଧ୍ୟ କହିଛନ୍ତି ମହିଳାଙ୍କୁ ନିରାଶ କରିଛି ମମତା ବାନାର୍ଜୀ ଙ୍କ ଭଳି ଜଣେ ମହିଳା ନେତୃତ୍ବ ଓ ଦିଦି ନାମରେ ପରିଚୟ ପ୍ରାପ୍ତ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁଁହରୁ ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ମନ୍ତବ୍ୟ ।
Ad..
କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳା ରେ ଥିବା ଚାରିକୋଟି ନବେ ଲକ୍ଷ ମହିଳାମାନଙ୍କୁ ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି । ପୀଡିତାକୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତିକ ଅସମନତା ଅସମ୍ମାନ ଆଣିବା,ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ ।
Ad..
ଆଉ ଯଦି ଓଡ଼ିଆ ଝିଅ ପୀଡିତା ବୋଲି ଦରଦ ନାହିଁ ଓଡିଶା ସରକାରଙ୍କୁ ଲେଖି ଦିଅନ୍ତୁ । ଆମ ପିଲାଙ୍କ କଥା ତୁମ ରାଜ୍ୟରେ ବି ଆମେ ବୁଝିପାରିବୁ। ଲଜ୍ଜାବୋଧ ନ ରହିବା ଅତ୍ୟନ୍ତ ନିନ୍ଦନୀୟ ।
Ad..
ମହିଳା ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଯଦି ସମବେଦନା, ସୁରକ୍ଷା, ଅଧିକାର ଝିଅ ମାନେ ଆଶା କରିବେନି ତାହାହେଲେ କରିବେ କାହାଠାରୁ ?ସୂଚନା ଯୋଗ୍ୟ; ପଶ୍ଚିମବଙ୍ଗ ଦୁର୍ଗାପୁର ମେଡିକାଲ୍ କଲେଜର ଦ୍ବିତୀୟ ବର୍ଷର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।
Ad..
ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ଘର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ । ଛାତ୍ରୀ ଜଣକ ପଶ୍ଚିମବଙ୍ଗରେ ଦ୍ୱିତୀୟ ବର୍ଷର ମେଡିକାଲ କଲେଜରେ ପଢିଥିଲେ।
ଶୁକ୍ରବାର ରାତି ପ୍ରାୟ ୮.୩୦ ରୁ ୯ ଟା ବେଳେ ସେ ଜଣେ ବନ୍ଧୁଙ୍କ ସହିତ ଖାଇବାକୁ ଯାଇଥିଲେ। ବାଟରେ ଦୁଇ କିମ୍ବା ତିନି ଜଣ ଯୁବକ ତାଙ୍କୁ ଅଟକାଇ ବଳପୂର୍ବକ ଉଠାଇ ନେଇଥିଲେ। ସେମାନେ ତାଙ୍କୁ କ୍ୟାମ୍ପସ ପଛପଟେ ଥିବା ଏକ ଜଙ୍ଗଲକୁ ନେଇଯାଇଥିଲେ, ଯେଉଁଠାରେ ସେମାନେ ତାଙ୍କୁ ଧର୍ଷଣ କରାଯାଇଥିଲା।
Edited by k.s thakur...
Tags:
Bhubaneswar
deputy cm prabhati parida
latest news
latest update
Mamta Banerjee
odisha daily current affairs
odisha news
statement







