ବିକଶିତ ନୂଆପଡ଼ା ଗଠନ,ବିଜେପି ପାଇଁ ସଂକଳ୍ପ : ମନମୋହନ ସାମଲ...

ବିକଶିତ ନୂଆପଡ଼ା ଗଠନ,ବିଜେପି ପାଇଁ ସଂକଳ୍ପ : ମନମୋହନ ସାମଲ...


ନୂଆପଡ଼ା,୨୮/୧୦ : ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଏହା ହେଉଛି ପ୍ରଥମ ଉପନିର୍ବାଚନ। ପୂର୍ବତନ ବିଧାୟକ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ କରିଛି। 

Ad..


ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜନ ମଙ୍ଗଳ କାର୍ଯ୍ୟ ପାଇଁ ରାଜ୍ୟରେ ବିଜେପି ସରକାର ଜନସାଧାରଣଙ୍କ ଆର୍ଶୀବାଦରୁ ୫୦୦ ଦିନ ପୂରଣ କରିଛି । ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରେ । ନିର୍ବାଚନ ପୂର୍ବରୁ ଇସ୍ତାହାରରେ ଯାହାସବୁ ଲେଖାଯାଇଥିଲା, ସରକାର ଗଠନ କରିବା ପରେ ସେସବୁ ଗୋଟିଏ ପରେ ଗୋଟିଏ ବିଜେପି ପୂରଣ କରୁଛି । 

Ad..


ଧାନ କୁଇଂଟାଲ ପିଛା ଏବେ ୩୧୦୦ ଟଙ୍କାରେ ପହଂଚିଛି, ଯାହାକି ଚାଷୀଙ୍କ ରୋଜଗାର ଗାର ବଢ଼ାଇବାରେ ବଢ଼ାଇ ସହାୟକ ହୋଇଛି । ରାଜ୍ୟ ସରକାରଙ୍କ ରଙ୍କ ଇନ୍‌ପୁଟ୍ ସବ୍‌ସିଡି ଯୋଗୁଁ ୧୬ ଲକ୍ଷ ପରିବାର ଲାଭାନ୍ବିତ ହୋଇଛନ୍ତି । ସୁଭଦ୍ରା ଯୋଜନାରେ ମହିଳାମାନେ ୩ କିସ୍ତି ପାଇସାରିଲେଣି। 

Ad..


ଭକ୍ତଙ୍କ ଭାବାବେଗ ସହିତ ଜଡିତ ପୁରୀ ଶ୍ରୀମନ୍ଦିରର ୪ ଦ୍ଵାର ଖୋଲାଯାଇଛି। ରତ୍ନ ଭଣ୍ଡାର ଖୋଲାଯାଇଛି। ରାଜ୍ୟରେ ନୂତନ ୭୫ ହଜାର କିମି ରାସ୍ତା ତିଆରି ପାଇଁ ଏବଂ ରାଜପଥ ଗୁଡିକର ବିକାଶ, ପରିଚାଳନା ଓ ନିୟନ୍ତ୍ରଣ ପାଇଁ ନୂତନ ଭାବେ ରାଜ୍ୟ ରାଜପଥ ପ୍ରାଧିକରଣ ଗଠନ କରାଯାଇଛି । 

Ad..


୧୫ ହଜାର ହେକ୍ଟରରେ ଚାଷ ଜମିରେ ଜ ଜଳସେଚନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ବିଶେଷ କରି ଗତ ୫୦୦ ଦିନରେ ବିଜେପି ସରକାରରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଓଡ଼ିଶାକୁ ଆସିବା ସ୍ଵାଧୀନତାର ୭୮ ବର୍ଷ ପରେ ପ୍ରଥମ ଥର ପାଇଁ ସମ୍ଭବ ହୋଇପାରିଛି । 

Ad..


ନୂଆପଡ଼ା ବିଧାନସଭାରେ ୧୧୦୧ କୋଟି ଟଙ୍କାରେ ବିଭିନ୍ନ ପ୍ରକଳ୍ପ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।ଏସବୁ କ୍ରିୟାନ୍ଵୟନ କରିବା ବିଜେପି ସରକାରର ପ୍ରାଥମିକତା ହେବ। ନୂଆପଡ଼ାରେ ମେଡିକାଲ କଲେଜ ଖୋଲିବା ପାଇଁ ମଧ୍ୟ କେନ୍ଦ୍ରରୁ ଅନୁମୋଦନ ମିଳିସାରିଛି। 

Ad..


ମୁଖ୍ୟମନ୍ତ୍ରୀ ନିଜେ ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଆଲୋଚନା କରିବା ପରେ ଏବିଷୟରେ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଦାଦନ ଖଟିବା ହେଉଛି ପ୍ରମୁଖ ସମସ୍ୟା । ଏଠାକାର ଲୋକଙ୍କ ପାଖରେ ପୂର୍ବରୁ ବିକଳ୍ପ ନ ଥିବାରୁ ସେମାନେ ସ୍ତ୍ରୀ ଓ ପିଲା ଛୁଆଙ୍କୁ ନେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ। 

ଏସବୁ ସମସ୍ୟାର ସମାଧାନ ପାଇଁ ବି ବିଜେପି ସରକାର ସଂକଳ୍ପ ନେଇଛି ବୋଲି ନୂଆପଡ଼ା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।ଏନେଇ ଶ୍ରୀ ସାମଲ କହିଛନ୍ତି ଯେ, ନୂଆପଡ଼ାର ଲୋକେ ଯେପରି କର୍ମସଂସ୍ଥାନ ପାଇବେ ବେ, ଆତ୍ମନିର୍ଭର ହେବ ଓ ସ୍ଵାବଲମ୍ବୀ ହୋଇପାରିବେ ସେଥିପାଇଁ ବିଜେପି ସରକାର ଯୋଜନ ଜନା କରିଛି। 

ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାକୁ ୧ ନଂ. ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଯେଉଁ ସ୍ୱପ୍ନ ଦେଖୁଛନ୍ତି, ସେଥ୍ରେ ନୂଆପଡ଼ାର ପ୍ରମୁଖ ଭୂମିକା ରହିଛି । ନୂଆପଡ଼ା ବିକଶିତ ହେଲେ ଓଡ଼ିଶା ୧ ନଂ ରାଜ୍ୟ ହୋଇପାରିବ । ବିକଶିତ ନୂଆପଡ଼ା ଗଠନ ଦଳ ପାଇଁ ନୂଆପଡ଼ାର ସାମଗ୍ରିକ ବିକାଶ କରିବା ପାଇଁ ବିଜେପି କୌଣସି ପଦକ୍ଷେପ ପାଇଁ ହାତ ଛଡ଼ା କରିବନାହିଁ । 

ଏଥିପାଇଁ ଜନସାଧାରଣକୁ ଅନୁରୋଧ କରୁଛୁ ଯେ, ସେମାନେ ଗତ ସାଧାରଣ ନିର୍ବାଚନରେ ସାଂସଦଙ୍କୁ ସର୍ବାଧୂକ ଭୋଟ ଦେଇଥିଲେ, ସେହିଭଳି ଏହି ଉପ ଉପନିର୍ବାଚନରେ ମଧ୍ୟ ବିଜେପିକୁ ସମର୍ଥନ ଦେଇ ବିକଶିତ ନୂଆପଡ଼ାର ସ୍ୱପ୍ନ ପୂରଣ କରନ୍ତୁ। ପଦ୍ମ ଚିଂହ୍ନରେ ଭୋଟ ଦେଇ ନୂଆପଡାବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବାକୁ ସୁଯୋଗ ଦିଅନ୍ତୁ।

ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ କହିଛନ୍ତି ଯେ, ନୂଆପଡ଼ାର ଯେଉଁସବୁ ସମସ୍ୟା ବିଷୟରେ ସ୍ଥାନୀୟ ଲୋକେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ସେସବୁର ସମାଧାନ କରାଯିବ। ଏଥିପାଇଁ ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇ ଡବଲ ଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରନ୍ତୁ।

ଅନ୍ୟମାନଙ୍କ ମଧ୍ୟରେ ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମେତ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ନୂଆପଡା ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, କ୍ଷେତ୍ରୀୟ ଗଣମାଧ୍ଯମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ।




Edited by k.s thakur...

Post a Comment

Previous Post Next Post