ବରଗଡ ଜିଲ୍ଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା କୁ ସୁଧାରିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦେଲା ଆମ୍ ଆଦମୀ ପାର୍ଟି...

ବରଗଡ ଜିଲ୍ଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା କୁ ସୁଧାରିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦେଲା ଆମ୍ ଆଦମୀ ପାର୍ଟି...


ବରଗଡ଼,୨୯/୧୦(ବିଜୟ କୁମାର ସାହୁ): ଶାନ୍ତିପ୍ରିୟ ବରଗଡ଼ ଜିଲ୍ଲାରେ ଅଶାନ୍ତି ବାତାବରଣ ଦେଖା ଦେଉଥିବା ବେଳେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି ବୋଲି ଆମ୍ ଆଦମୀ ପାର୍ଟି  ଅଭିଯୋଗ କରିଛି। 

Ad..


ଡବଲ ଇଂଜିନ ସରକାର କ୍ଷମତା କୁ ଆସିବା ପରେ ଆଇନ ଶୃଙ୍ଖଳା ଆହୁରି ଶୋଚନୀୟ ହେବାରେ ଲାଗିଛି ବୋଲି ଆପ୍ ଅଭିଯୋଗ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଦାବୀ କରିଛି। 

        Ad..


ବରଗଡ଼ ଜିଲ୍ଲାରେ ଅପରାଧୀ କାର୍ଯ୍ୟ କଳାପ ବୃଦ୍ଧି ପାଉଥିବା ବେଳେ ଗତ ଗୋଟିଏ ମାସ ମଧ୍ୟରେ ରେ ତିନୋଟି ହତ୍ୟାକାଣ୍ଡ ଘଟି ଥିବା ଓ ଗତ ତିନି ମାସରେ ୩୦ ରୁ ଅଧିକ ଅପରାଧିକ ଘଟଣା ସାମ୍ନା କୁ ଆସିବା ଏକ ପ୍ରକାର ଚିନ୍ତା ଜନକ ବିଷୟ, ସେହିପରି ଜିଲ୍ଲାରେ ନିଶା କାରବାର ବ୍ୟାପକ ଭାବେ ବୃଦ୍ଧି ପାଉଛି, କଫ ସିରଫ, ଗଞ୍ଜେଇ କାରବାର ରେ ପୋଲିସ ଛୋଟ ଛୋଟିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ...

Ad..


ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଧରିବାରେ ବିଫଳ ହୋଇଛି ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ ଅଭିଯୋଗ କରିଛନ୍ତି ଏହି ଅପରାଧୀକ ଘଟଣା ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ଅସୁରକ୍ଷାର ମାହୋଲ ଦେଖାଯାଉଥିବା ଶ୍ରୀ ସାହୁ କହିଛନ୍ତି। 

Ad..


ଏହି ଅପରାଧୀକ ଘଟଣା ଓ ନିଶା କାରବାର କୁ ସମ୍ପୂର୍ଣ ରୂପେ ଦମନ କରିବାକୁ ଜିଲ୍ଲା ସଭାପତି ଯଦୁମଣି ପଧାନ ଦାବୀ କରିଛନ୍ତି ସେହିପରି ଯିଏ ବି ସମ୍ପୃକ୍ତ ବ୍ୟକ୍ତି ଅଛନ୍ତି ଏବଂ ଯାହାର ଛତ୍ରଛାୟାରେ ଥାନ୍ତୁ ନା କାହିଁକି କାହାକୁ ବି ଛଡା ନଯାଉ ବୋଲି ଆପ୍ ଦାବୀ କରିଛି...

Ad..


ପୋଲିସ ଯଦି କର୍ତ୍ତବ୍ୟ ରେ ବିଫଳ ହେବ ଆମ୍ଭେ ଅହିଂସାତ୍ମକ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ , ସମ୍ପାଦକ ସ୍ୱରୂପ ଭୋଇ, ମହିଳା ନେତ୍ରୀ ମାରିୟମ ବାର୍ଲା, ଅସିତ ସାହୁ, ଏମ ସଲାଉଦ୍ଦିନ,ପ୍ରଦୀପ ବିଶ୍ୱାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post